ପିଲାଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ,ସ୍କୁଲ ପରିଦର୍ଶନ କଲେ ଫୁଡ କମିଶନର
ଆଠଗଡ ୩/୭: ଆଠଗଡ ଗୁରୁଡିଝଟିଆ ଅଞ୍ଚଳରେ ପିଲାଙ୍କୁ ନିମ୍ନମାନର ମଧ୍ୟାହ୍ନଭୋଜନ ଦିଆଯାଉଥିବା ଅଭିଯୋଗ ଘଟଣା । ୨ଟି ସ୍କୁଲ ପରିଦର୍ଶନ କରି ଖାଦ୍ୟର ମାନ ପରଖିଲେ ଫୁଡ କମିଶନର ଅଧ୍ୟକ୍ଷ ଅବନିକାନ୍ତ ସାହୁ । ପିଲାଙ୍କ ମଧ୍ୟାହ୍ନ ଭୋଜନକୁ ନେଇ ପାଚିକାମାନଙ୍କ ସହ କଲେ ଆଲୋଚନା । ପରିବା ଦର ବୃଦ୍ଧି ପାଇଁ ଗତ କିଛି ଦିନ ତଳେ ପିଲାଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ ଅଭିଭାବକ । ସରକାରଙ୍କ ସହ ଆଲୋଚନା କରି ସବୁ ସମସ୍ୟା ସମାଧାନର ପ୍ରତିଶୃତି ଦେଇଛନ୍ତି ଫୁଡ କମିଶନର ।