ପୁଅ ର ଟାଙ୍ଗିଆ ଚୋଟରେ ମା’ର ମୃତ୍ୟୁ
କେନ୍ଦୁଝର : ପିଶାଚ ପୁଅ ର ନାରକୀୟ କାଣ୍ଡ । ପାରିବାରିକ କଳହକୁ ନେଇ ମା’କୁ ଟାଙ୍ଗିଆରେ ହାଣି ହତ୍ୟା । ଘଟଣା ସ୍ଥଳରେ ମା’ଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଗ୍ରାମର ରିଣ୍ଡି ସୋରେନ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମେଲାଣ ଗ୍ରାମ ରଙ୍ଗମାଟିଆ ସାହିରେ । ଘଟଣା ଘଟାଇ ସାରିବା ପରେ ଅଭିଯୁକ୍ତ ପୁଅ ସାଲଖାନ ସୋରେନ ଘଟଗାଁ ଥାନାରେ ଆତ୍ମା ସମର୍ପଣ କରିଛି । ସୂଚନା […]

କେନ୍ଦୁଝର : ପିଶାଚ ପୁଅ ର ନାରକୀୟ କାଣ୍ଡ । ପାରିବାରିକ କଳହକୁ ନେଇ ମା’କୁ ଟାଙ୍ଗିଆରେ ହାଣି ହତ୍ୟା । ଘଟଣା ସ୍ଥଳରେ ମା’ଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଗ୍ରାମର ରିଣ୍ଡି ସୋରେନ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମେଲାଣ ଗ୍ରାମ ରଙ୍ଗମାଟିଆ ସାହିରେ । ଘଟଣା ଘଟାଇ ସାରିବା ପରେ ଅଭିଯୁକ୍ତ ପୁଅ ସାଲଖାନ ସୋରେନ ଘଟଗାଁ ଥାନାରେ ଆତ୍ମା ସମର୍ପଣ କରିଛି ।
ସୂଚନା ଅନୁଯାୟୀ କୌଣସି କାରଣକୁ ନେଇ ପୂର୍ବରୁ ମା’ ଓ ମଝିଆଁ ପୁଅ ସାଲଖାନ ସୋରେନଙ୍କ ମଧ୍ୟରେ ଝଗଡା ହୋଇଥିଲା। ଆଜି ବିଲରେ ରିଣ୍ଡି କାମ କରୁଥିବା ବେଳେ ପୁଅ ସାଲଖାନ ଏକ ଟାଙ୍ଗିଆରେ ମାର ମୁଣ୍ଡକୁ ଚୋଟ ଦେବାରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଘଟଣା ଘଟାଇବା ପରେ ପୁଅ ସାଲଖାନ ଘଟଗାଁ ଥାନାରେ ଆତ୍ମସମର୍ପଣ କରିଛି। ଖବର ପାଇ ଘଟଗାଁ ଆଇଆଇସି ପ୍ରଶାନ୍ତ କୁମାର ସାମଲ ପୋଲିସ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।