ପୁଣି ଆଇଏଏସ ପଦବୀକୁ ଫେରିବେ କି ପାଣ୍ଡିଆନ, ଜାଣନ୍ତୁ ନିୟମରେ କ’ଣ ରହିଛି…
ଭୁବନେଶ୍ୱର,୮।୬: ଦେଶର ଅନେକ ଲୋକ IAS ଅଧିକାରୀ ହେବାର ସୱପ୍ନ ଦେଖିଥା’ନ୍ତି, କିନ୍ତୁ ଖୁବ କମ ଏହି ସ୍ବପ୍ନକୁ ପୂରଣ କରିବାରେ ସକ୍ଷମ ହୁଅନ୍ତି। ସିଭିଲ ସର୍ଭିସ କ୍ଷେତ୍ରରେ ଜଣେ ଆଇଏଏସ ଅଧିକାରୀ ପଦବୀ ସବୁବେଳେ ସର୍ବୋଚ୍ଚ ଏବଂ ସମ୍ମାନିତ ହୋଇଥାଏ। ତେଣୁ, UPSC ସିଭିଲ ସର୍ଭିସେସ ପରୀକ୍ଷା ଦେଉଥିବା ପ୍ରତ୍ୟେକ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜଣେ IAS ଅଧିକାରୀ ହେବାକୁ ଚାହିଁଥା’ନ୍ତି। କିନ୍ତୁ ଏହି ସ୍ବପ୍ନ ପୂରଣ କରିବା ବଡ଼ କଷ୍ଟ ହୋଇପଡେ। […] The post ପୁଣି ଆଇଏଏସ ପଦବୀକୁ ଫେରିବେ କି ପାଣ୍ଡିଆନ, ଜାଣନ୍ତୁ ନିୟମରେ କ’ଣ ରହିଛି… appeared first on Dharitri Odia News.
ଭୁବନେଶ୍ୱର,୮।୬: ଦେଶର ଅନେକ ଲୋକ IAS ଅଧିକାରୀ ହେବାର ସୱପ୍ନ ଦେଖିଥା’ନ୍ତି, କିନ୍ତୁ ଖୁବ କମ ଏହି ସ୍ବପ୍ନକୁ ପୂରଣ କରିବାରେ ସକ୍ଷମ ହୁଅନ୍ତି। ସିଭିଲ ସର୍ଭିସ କ୍ଷେତ୍ରରେ ଜଣେ ଆଇଏଏସ ଅଧିକାରୀ ପଦବୀ ସବୁବେଳେ ସର୍ବୋଚ୍ଚ ଏବଂ ସମ୍ମାନିତ ହୋଇଥାଏ। ତେଣୁ, UPSC ସିଭିଲ ସର୍ଭିସେସ ପରୀକ୍ଷା ଦେଉଥିବା ପ୍ରତ୍ୟେକ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜଣେ IAS ଅଧିକାରୀ ହେବାକୁ ଚାହିଁଥା’ନ୍ତି। କିନ୍ତୁ ଏହି ସ୍ବପ୍ନ ପୂରଣ କରିବା ବଡ଼ କଷ୍ଟ ହୋଇପଡେ।
ପ୍ରତିବର୍ଷ କେବଳ ୧୮୦ଜଣ ପରୀକ୍ଷାର୍ଥୀ IAS ଅଧିକାରୀ ପଦ ହାସଲ କରିବାରେ ସଫଳ ହୋଇପାରନ୍ତି। ତେବେ ଜଣେ ଆଇଏଏସ ପଦ ଛାଡିବା ପରେ ପୁଣିଥରେ କ’ଣ ସେଇ ପଦବୀ ପାଇପାରିବେ। ଆସନ୍ତୁ ଜାଣିବା।
ଆମ ଦେଶରେ କୁହାଯାଏ ଯେ, IAS ହେବା ଯେତିକି କଷ୍ଟ, ପଦ ଛାଡିବା ସେତିକି କଷ୍ଟକର। IAS ପଦରୁ ଇସ୍ତଫା ଦେବା ଏତେ ସହଜ ନୁହେଁ । ଏହାର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଯେ ଯେତେବେଳେ ଜଣେ ଆଇଏଏସ ନିଜ ଇଚ୍ଛାରେ ଏଥିରୁ ଇସ୍ତଫା ଦିଅନ୍ତି, ସେତେବେଳେ ତାଙ୍କ ଇସ୍ତଫା ପତ୍ର ଏତେ ସହଜରେ ଗ୍ରହଣୀୟ ହୁଏନାହିଁ। ଏହା ବ୍ୟତୀତ, ସେ ତାଙ୍କ କାର୍ଯ୍ୟକାଳ ସମୟରେ ଯଦି ଭଲ କାମ କରୁଥା’ନ୍ତି ତେବେ ତାଙ୍କ ଇସ୍ତଫା ଗ୍ରହଣ କରିବା ଅଧିକ କଷ୍ଟକର ହୋଇପଡେ। କାରଣ ସରକାର ନିଜର କର୍ତ୍ତବ୍ୟଶୀଳ ତଥା ଦକ୍ଷ ଅଧିକାରୀଙ୍କୁ ହରାଇବାକୁ ଚାହିଁ ନ ଥାନ୍ତି। ଏହି ଅଧିକାରୀମାନେ ସେବାରେ ରହି ସମାଜସେବା କରନ୍ତୁ ବୋଲି ସରକାର ଆଶା କରନ୍ତି।
ଯଦି କେହି ଆଇଏଏସ ଅଧିକାରୀ ଇସ୍ତଫା ଦେବାକୁ ଚାହାନ୍ତି ତେବେ ତାଙ୍କୁ ଏକ ବଳିଷ୍ଠ ଯୁକ୍ତି ରଖିବାକୁ ପଡିବ। ଉଦାହରଣ ସ୍ବରପ ଆଇଏଏସ କନ୍ନନ ଗୋପୀନାଥନ, ଯିଏ ବ୍ୟକ୍ତିଗତ କାରଣରୁ ସେବାରୁ ଇସ୍ତଫା ଦେଇଥିଲେ। କିନ୍ତୁ ଦୀର୍ଘ ଦିନ ଧରି ତାଙ୍କ ଇସ୍ତଫା ଗ୍ରହଣ କରାଯାଇ ନ ଥିଲା। ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଇସ୍ତଫା ଦେବାବେଳେ ସେ ସେବା ଛାଡିବାର କୌଣସି ଠୋସ କାରଣ ଦେଇ ନ ଥିଲେ।
ଜଣେ IAS ଅଧିକାରୀ ଇସ୍ତଫା ଦେବା ପରେ ପୁନର୍ବାର ସେବାରେ ଯୋଗ ଦେଇପାରିବେ କି? ତେବେ ସେହି କର୍ମଚାରୀ ତାଙ୍କ କାର୍ଯ୍ୟ ଏବଂ ସରକାରଙ୍କ ଉପରେ ନିର୍ଭର କରିଥାଏ। କେରଳରେ ବନ୍ୟା ସମୟରେ ଆଇଏଏସ କନ୍ନନ ଗୋପୀନାଥନ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ, ଏହି କାରଣରୁ ତାଙ୍କୁ ପୁନର୍ବାର ସେବାରେ ଯୋଗଦେବାକୁ କୁହାଯାଇଥିଲା। ତେବେ ସେ ସେବାରେ ଯୋଗଦେବାକୁ ମନା କରିଦେଇଥିଲେ। କିନ୍ତୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେହି ଆଇଏଏସ ପୁନର୍ବାର ସେବାରେ ଯୋଗ ଦେଇପାରିବ।
ତେବେ ଏଠି କଥା ଉଠୁଛି ଆଜି ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା kartik pandian ଙ୍କ ଉପରେ। ରବିବାର ପାଣ୍ଡିଆନ ବିଧିବଦ୍ଧ ଭାବେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। IAS ଚାକିରିରୁ ଭିଆରଏସ ନେଇ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ କାର୍ତ୍ତିକ ପାଣ୍ଡିଆନ । ଦଳର ଫ୍ରଣ୍ଟ ଲାଇନରେ ରହି ନିର୍ବାଚନ ପରିଚାଳନା କରୁଥିଲେ । ରାଜ୍ୟ ସାରା ବିଜେଡି ପକ୍ଷରୁ କ୍ୟାମ୍ପେନିଂ କରୁଥିଲେ । କିନ୍ତୁ ଦଳ ୨୪ ବର୍ଷ ପରେ ଶୋଚନୀୟ ପରାଜୟ ବରଣ କରିଥିଲା । ଆଉ ଦଳ ପରାଜୟର କାରଣ କେବଳ ପାଣ୍ଡିଆନ ବୋଲି ଅନେକ ଦଳୀୟ କର୍ମୀ ଖୋଲାଖୋଲି ଭାବେ ଅସନ୍ତୋଷ ଝାଡିଥିଲେ । ତେଣୁ ସେ ବିଧିବଦ୍ଧ ଭାବେ ରାଜନୀତି ଛାଡିଛନ୍ତି। ଏହାପରେ ସେ ଆଇଏଏସ ଯୋଗ ଦେବେ କି ନାହିଁ କାହା ଦେଖିବା ବାକି ରହିଲା।
The post ପୁଣି ଆଇଏଏସ ପଦବୀକୁ ଫେରିବେ କି ପାଣ୍ଡିଆନ, ଜାଣନ୍ତୁ ନିୟମରେ କ’ଣ ରହିଛି… appeared first on Dharitri Odia News.