ପୁଣି କଂଗ୍ରେସକୁ ଝଟକା, ଦଳ ଛାଡ଼ିଲେ ବିଶ୍ବଭୂଷଣ ଦାସ ଓ ତ୍ରିନାଥ ବେହେରା
ପୁଣି କଂଗ୍ରେସକୁ ଝଟକା। ଦଳ ଛାଡ଼ିଲେ ପିସିସି ଉପସଭାପତି ବିଶ୍ବଭୂଷଣ ଦାସ। ବିଶ୍ବଭୂଷଣ ପିସିସି ଉପସଭାପତି ଭାବେ କାର୍ଯ୍ୟ କରିବା... The post ପୁଣି କଂଗ୍ରେସକୁ ଝଟକା, ଦଳ ଛାଡ଼ିଲେ ବିଶ୍ବଭୂଷଣ ଦାସ ଓ ତ୍ରିନାଥ ବେହେରା appeared first on .
ପୁଣି କଂଗ୍ରେସକୁ ଝଟକା। ଦଳ ଛାଡ଼ିଲେ ପିସିସି ଉପସଭାପତି ବିଶ୍ବଭୂଷଣ ଦାସ। ବିଶ୍ବଭୂଷଣ ପିସିସି ଉପସଭାପତି ଭାବେ କାର୍ଯ୍ୟ କରିବା ସହ କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୦୯ ଓ ୨୦୧୯ରେ ପ୍ରାର୍ଥୀ ହୋଇଥିଲେ। ୨୦୦୯ରେ ସେ ୫୯ ହଜାର ୮୯୩ ଓ ୨୦୧୯ରେ ୪୬ ହଜାର ୨୦୬ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ।
ବିଶ୍ବଭୂଷଣ ଦାସ ପୂର୍ବରୁ ପିସିସି ସାଧାରଣ ସମ୍ପାଦକ ଭାବେ ମଧ୍ଯ କାମ କରିଥିଲେ। ସେ ଛାତ୍ର ରାଜନୀତିରେ ସକ୍ରିୟ ରହି ବିଜେବି କଲେଜରେ ଛାତ୍ର ସଂସଦ ସଭାପତି ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ହୋଇଥିଲେ ବିଶ୍ବଭୂଷଣ ଦାସ। ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କର ଘନିଷ୍ଠ ସହଯୋଗୀ ଥିଲେ।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ କଂଗ୍ରେସକୁ ଝଟକା । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତ୍ରିନାଥ ବେହେରା । ପୂର୍ବରୁ ୨ ଥର ସେ କଂଗ୍ରେସ ଟିକେଟରେ ହିନ୍ଦୋଳରୁ ବିଧାୟକ ପ୍ରାର୍ଥୀ ଭାବେ ଲଢିଥିଲେ । ଆଜି ନିଜର ଇସ୍ତଫା ପତ୍ର ସେ ପିସିସି ସଭାପତିଙ୍କୁ ପଠାଇଛନ୍ତି।
The post ପୁଣି କଂଗ୍ରେସକୁ ଝଟକା, ଦଳ ଛାଡ଼ିଲେ ବିଶ୍ବଭୂଷଣ ଦାସ ଓ ତ୍ରିନାଥ ବେହେରା appeared first on .