ପୁଣି କ୍ୟାମେରା ଧରାଇଲା ୩ ଜଣ ଶିକାରୀଙ୍କୁ, ମାରାଣାସ୍ତ୍ର ଜବତ

ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କୁ ଶିକାରୀ ଦାଉରୁ ସୁରକ୍ଷା ନିମନ୍ତେ ଖଞ୍ଜା ଯାଇଥିବା ଏଆଇ କ୍ୟାମେରା ସଫଳତା ସହ କାର୍ଯ୍ୟ କରିବାରେ ଲାଗିଛି ।  କ୍ୟାମେରା ସହାୟତାରେ ପୁଣି ୩ ଜଣ ଶିକାରୀ ଧରା ପଡିଛନ୍ତି। ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ (ଏସଡବ୍ଲୁଆଇଏନ) ପରି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ବ୍ୟବହାର କରାଯାଇ ଶିକାରୀକୁ ଧରିବାକୁ ବନ ବିଭାଗ ପ୍ରୟାସ ସଫଳ ହୋଇଛି। ଶିକାରୀ ମାନେ କପ୍ତିପଦା ଥାନା ଅନ୍ତର୍ଗତ ବଡ଼ଖମଣ ଅଞ୍ଚଳର ତଳସୋକେଇ ଗ୍ରାମର ବାଇଗୋ ହୋ, ଗନସା […] The post ପୁଣି କ୍ୟାମେରା ଧରାଇଲା ୩ ଜଣ ଶିକାରୀଙ୍କୁ, ମାରାଣାସ୍ତ୍ର ଜବତ appeared first on KNews Odisha.

ପୁଣି କ୍ୟାମେରା ଧରାଇଲା ୩ ଜଣ ଶିକାରୀଙ୍କୁ, ମାରାଣାସ୍ତ୍ର ଜବତ
poachers

ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କୁ ଶିକାରୀ ଦାଉରୁ ସୁରକ୍ଷା ନିମନ୍ତେ ଖଞ୍ଜା ଯାଇଥିବା ଏଆଇ କ୍ୟାମେରା ସଫଳତା ସହ କାର୍ଯ୍ୟ କରିବାରେ ଲାଗିଛି ।  କ୍ୟାମେରା ସହାୟତାରେ ପୁଣି ୩ ଜଣ ଶିକାରୀ ଧରା ପଡିଛନ୍ତି। ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ (ଏସଡବ୍ଲୁଆଇଏନ) ପରି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ବ୍ୟବହାର କରାଯାଇ ଶିକାରୀକୁ ଧରିବାକୁ ବନ ବିଭାଗ ପ୍ରୟାସ ସଫଳ ହୋଇଛି।

ଶିକାରୀ ମାନେ କପ୍ତିପଦା ଥାନା ଅନ୍ତର୍ଗତ ବଡ଼ଖମଣ ଅଞ୍ଚଳର ତଳସୋକେଇ ଗ୍ରାମର ବାଇଗୋ ହୋ, ଗନସା ହୋଏବଂ ଗୋସା ହୋ। ତାଙ୍କ ପାଖରୁ ଜନ୍ତୁ ଶିକାର ନିମନ୍ତେ ବ୍ୟବହୃତ ବନ୍ଧୁକ ଏବଂ ଅନ୍ୟ ମାରାଣାସ୍ତ୍ର ଜବତ କରାଯାଇଛି। ଶିକାରୀ ମାନେ ମାରାଣାସ୍ତ୍ର ଧରି ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ ମଧ୍ୟକୁ ଶିକାର ଉଦ୍ଦେଶ୍ୟରେ ଅନୁପ୍ରବେଶ କରିଥିବା ବେଳେ ସେମାନଙ୍କ ଫଟୋ କ୍ୟାମେରାରେ କଏଦ ହୋଇଥିଲା।

ଯାହାକୁ ଆୟୁଧ କରି ଯାଞ୍ଚ ପ୍ରକ୍ରିୟା କରି ପଥରଖଣି ଗ୍ରାମରୁ ଗିରଫ କରାଯାଇଥିଲା। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ଏସିଏଫଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନଙ୍କ ଏକ ଟିମ ଉପରୋକ୍ତ ଶିକାରୀଙ୍କୁ ଚିହ୍ନଟ ପୂର୍ବକ ସେମାନଙ୍କ ଘରକୁ ଯାଇ ଯାଞ୍ଚ କରି ଗିରଫ କରିବାରେ ସଫଳ ହୋଇଛନ୍ତି। ତାଙ୍କ ଘରୁ ମାରାଣାସ୍ତ୍ର ଜବତ କରାଯାଇଛି। ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଗିରଫ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି।

The post ପୁଣି କ୍ୟାମେରା ଧରାଇଲା ୩ ଜଣ ଶିକାରୀଙ୍କୁ, ମାରାଣାସ୍ତ୍ର ଜବତ appeared first on KNews Odisha.