ପୁଣି ଝୁଲିଲା ଅନୁଗୋଳ, ତାଳଚେର
ଅନୁଗୋଳ,୪।୪ (ଅମିତ କୁମାର ସାମଲ)ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ବିଜେଡି ଛେଣ୍ଡିପଦା ଓ ପାଲଲହଡ଼ା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା। ଛେଣ୍ଡିପଦାରୁ ବିଧାୟକ ସୁଶାନ୍ତ ବେହେରା ଓ ପାଲଲହଡ଼ାରୁ ବିଧାୟକ ମୁକେଶ ପାଲଙ୍କୁ ଦଳ ପୁଣି ଟିକେଟ୍ ଦେଲା। ଫଳରେ ତାଳଚେର, ଅନୁଗୋଳ ଓ ଆଠମଲ୍ଲିକରୁ କିଏ ପ୍ରାର୍ଥୀ ହେବେ ତାହା ଝୁଲିରହିଲା। ବୁଧବାର ଦ୍ୱିତୀୟ ପର୍ଯ୍ୟାୟ ଟିକେଟ୍ ଘୋଷଣା ବେଳେ ବିଜେଡି ପକ୍ଷରୁ କେବଳ ଆଠମଲ୍ଲିକ ଆସନ ପାଇଁ […] The post ପୁଣି ଝୁଲିଲା ଅନୁଗୋଳ, ତାଳଚେର appeared first on Dharitri Odia News.
ଅନୁଗୋଳ,୪।୪ (ଅମିତ କୁମାର ସାମଲ)ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ବିଜେଡି ଛେଣ୍ଡିପଦା ଓ ପାଲଲହଡ଼ା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା। ଛେଣ୍ଡିପଦାରୁ ବିଧାୟକ ସୁଶାନ୍ତ ବେହେରା ଓ ପାଲଲହଡ଼ାରୁ ବିଧାୟକ ମୁକେଶ ପାଲଙ୍କୁ ଦଳ ପୁଣି ଟିକେଟ୍ ଦେଲା। ଫଳରେ ତାଳଚେର, ଅନୁଗୋଳ ଓ ଆଠମଲ୍ଲିକରୁ କିଏ ପ୍ରାର୍ଥୀ ହେବେ ତାହା ଝୁଲିରହିଲା। ବୁଧବାର ଦ୍ୱିତୀୟ ପର୍ଯ୍ୟାୟ ଟିକେଟ୍ ଘୋଷଣା ବେଳେ ବିଜେଡି ପକ୍ଷରୁ କେବଳ ଆଠମଲ୍ଲିକ ଆସନ ପାଇଁ ନଳିନୀ ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି। ତେଣୁ ଜିଲାର ଅନ୍ୟ ଦୁଇ ନିର୍ବାଚନମଣ୍ଡଳୀ ତାଳଚେର ଏବଂ ଅନୁଗୋଳରେ ଦଳୀୟ ପ୍ରାର୍ଥୀ କିଏ ହେବେ ତାହାକୁ ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି। ରାଜନୈତିକ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଅନୁଗୋଳ ନିର୍ବାଚନମଣ୍ଡଳୀରେ ବିଜେଡି ରାଜ୍ୟ ସଭାପତି କିଛି ନୂଆ ବୋଧେ କରିପାରନ୍ତି। ସେଥିପାଇଁ ଅନୁଗୋଳ ସହିତ ତାଳଚେରକୁ ଝୁଲାଇ ରଖାଯାଇଛି।
ପଛରେ ପଡ଼ିଲା କଂଗ୍ରେସ
ସମ୍ବଲପୁର ଲୋକ ସଭା କ୍ଷେତ୍ର ଅଧୀନରେ ଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଓ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ପ୍ରଥମେ ଭାଜପା ବରିଷ୍ଠ ନେତା ସଞ୍ଜୀବ ସାହୁଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଥିଲା। ବୁଧବାର ବିଜେଡି ଏଠାରୁ ବରିଷ୍ଠ ନେତା ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଏ କ୍ଷେତ୍ରରେ କଂଗ୍ରେସ ସମ୍ପୂର୍ଣ୍ଣ ପଛରେ ପଡ଼ିଯାଇଛି।
The post ପୁଣି ଝୁଲିଲା ଅନୁଗୋଳ, ତାଳଚେର appeared first on Dharitri Odia News.