ପୁଣି ଦେବୀ ମୁହାଣର ନିଷିଦ୍ଧାଞ୍ଚଳରୁ ଟ୍ରଲର ଜବତ

ଅସ୍ତରଙ୍ଗ : ଅଲିଭ୍ ରିଡଲ୍ କଇଁଛ ସୂରକ୍ଷା ନିମନ୍ତେ କଟକଣା ଲାଗିଥିଲା ବେଳେ ପ୍ରେଟ୍ରୋଲିଂ ଟିମ୍ ଦ୍ୱାରା ଆଜି ପୁଣି ଏକ ଟ୍ରଲର ଜବତ ହୋଇଛି । ଯେଉଁଥିରେ ୧୩ ଜଣ କର୍ମଚାରୀ ଲକ୍ଷାଧିକ ଟଙ୍କାର ମାଛ ଥିବା ଜଣାପଡିଛି। ମୁହାଣ ନିକଟରୁ ଏହି ଟ୍ରଲର ଜବତ ପରେ ବନବିଭାଗ ହେପାଜତରେ ନୂଆଗଡ ସ୍ଥିତ ସାମୁଦ୍ରିକ ଜେଟୀକୁ ଆଣି ସାମୁଦ୍ରିକ ମତ୍ସ୍ୟବିଭାଗକୁ ହସ୍ତାନ୍ତର କରାଯାଇଥିଲା । ସେଥିରୁ ମାଛ ବାହାର କରି ନିଲାମ କରାଯାଇଥିବା ଜଣାପଡିଛି। କାଗଜପତ୍ର […]

ପୁଣି ଦେବୀ ମୁହାଣର ନିଷିଦ୍ଧାଞ୍ଚଳରୁ ଟ୍ରଲର ଜବତ
trawlers seizure from prohibited area near Devi Nadi Muhana in Astaranga

ଅସ୍ତରଙ୍ଗ : ଅଲିଭ୍ ରିଡଲ୍ କଇଁଛ ସୂରକ୍ଷା ନିମନ୍ତେ କଟକଣା ଲାଗିଥିଲା ବେଳେ ପ୍ରେଟ୍ରୋଲିଂ ଟିମ୍ ଦ୍ୱାରା ଆଜି ପୁଣି ଏକ ଟ୍ରଲର ଜବତ ହୋଇଛି । ଯେଉଁଥିରେ ୧୩ ଜଣ କର୍ମଚାରୀ ଲକ୍ଷାଧିକ ଟଙ୍କାର ମାଛ ଥିବା ଜଣାପଡିଛି। ମୁହାଣ ନିକଟରୁ ଏହି ଟ୍ରଲର ଜବତ ପରେ ବନବିଭାଗ ହେପାଜତରେ ନୂଆଗଡ ସ୍ଥିତ ସାମୁଦ୍ରିକ ଜେଟୀକୁ ଆଣି ସାମୁଦ୍ରିକ ମତ୍ସ୍ୟବିଭାଗକୁ ହସ୍ତାନ୍ତର କରାଯାଇଥିଲା । ସେଥିରୁ ମାଛ ବାହାର କରି ନିଲାମ କରାଯାଇଥିବା ଜଣାପଡିଛି।

କାଗଜପତ୍ର ମୁତାବକ ଜବତ ଟ୍ରଲର ନାମ ସର୍ଵ ମଙ୍ଗଳା -୭, ଏହା ବାଲେଶ୍ୱର ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ଓ ଏହାର ମାଲିକ କେନ୍ଦ୍ରାପଡା ଅଞ୍ଚଳର ଶିବାନୀ ମୈତି ବୋଲି ଜଣାପଡିଛି । ସୂଚନାନୁସାରେ ଅଲିଭ୍ ରିଡଲ୍ କଇଁଛ ସୂରକ୍ଷା ନିମନ୍ତେ ସମୁଦ୍ର କୂଳରରୁ ୨୦ କିମି ପର୍ଯ୍ୟନ୍ତ ପରିସୀମାକୁ ନିଷିଦ୍ଧାଞ୍ଚଳ ଘୋଷଣା କରି ୧ ନଭେମ୍ବରରୁ ୩୧ ମେ ପର୍ଯ୍ୟନ୍ତ ମାଛ ଧରିବା ଉପରେ କଟକଣା ଲାଗୁହୋଇଛି । ଏହି ସମୟରେ ବନବିଭାଗ,ମତ୍ସ୍ୟବିଭାଗ ଓ ତଟରକ୍ଷୀ ବାହିନୀ ମିଳିତ ଆନୁକୂଲ୍ୟରେ ଜଳପଥରେ ପ୍ରେଟ୍ରୋଲିଂ ଜାରିରହିଛି । କିନ୍ତୁ ନିୟମକୁ ନମାନି ଅବାଧରେ ଟ୍ରଲର ଚଳାଚଳ ହେବାରୁ ଆଜି ପୁଣି ଏକ ଟ୍ରଲର ଜବତ ହେବା ଅସ୍ତରଙ୍ଗ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ସତ୍ୟଜିତ ଦାସ ସୂଚନା ଦେଇଛନ୍ତି । ଆଜିର ଜବତ ଟ୍ରଲରରୁ ୨୫ ରୁ ଅଧିକ ଟ୍ରେ ମାଛ ରହିଥିବା ଓ ଯାହାର ପରିମାଣ ୫ରୁ ୬ କୁଇଣ୍ଟାଲ ହେବ ବୋଲି ସାମୁଦ୍ରିକ ମତ୍ସ୍ୟବିଭାଗ ଅଧିକାରୀ ସତ୍ୟଜିତ୍ ଦାଶ ପ୍ରାରମ୍ଭିକ ସୂଚନା ଦେଇଛନ୍ତି।