ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ: ଛତ୍ରଭଙ୍ଗ ଦେଲେ ୨୫ରୁ ୩୦ ନକ୍ସଲ

ବୌଦ୍ଧ (କେନ୍ୟୁଜ): ପୁଣି ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ଧ୍ବଂସ ହେଲା ମାଓ କ୍ୟାମ୍ପ । ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ ନକ୍ସଲ-ସୁରକ୍ଷାବାହିନୀ । ପ୍ରାୟ ଏକ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ଏହି ଗୁଳି ବିନିମୟ ହୋଇଥିଲା । ଜଙ୍ଗଲରେ KKBN ମାଓବାଦୀ କ୍ୟାମ୍ପ କରିଥିବା ଖବର ପାଇ ଅପରେସନ ଆରମ୍ଭ କରିଥିଲେ ଡିଭିଏଫ୍ ଓ ଏସଓଜି ଯବାନ । ଏତିକିବେଳେ ମାଓବାଦୀ […] The post ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ: ଛତ୍ରଭଙ୍ଗ ଦେଲେ ୨୫ରୁ ୩୦ ନକ୍ସଲ appeared first on KNews Odisha.

ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ: ଛତ୍ରଭଙ୍ଗ ଦେଲେ ୨୫ରୁ ୩୦ ନକ୍ସଲ
maoist image

ବୌଦ୍ଧ (କେନ୍ୟୁଜ): ପୁଣି ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ଧ୍ବଂସ ହେଲା ମାଓ କ୍ୟାମ୍ପ । ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ ନକ୍ସଲ-ସୁରକ୍ଷାବାହିନୀ । ପ୍ରାୟ ଏକ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ଏହି ଗୁଳି ବିନିମୟ ହୋଇଥିଲା । ଜଙ୍ଗଲରେ KKBN ମାଓବାଦୀ କ୍ୟାମ୍ପ କରିଥିବା ଖବର ପାଇ ଅପରେସନ ଆରମ୍ଭ କରିଥିଲେ ଡିଭିଏଫ୍ ଓ ଏସଓଜି ଯବାନ ।

ଏତିକିବେଳେ ମାଓବାଦୀ ପ୍ରଥମେ ଗୁଳି ଚଳାଇଥିଲେ । ପାସଟା ଜବାବ ଦେଇଥିଲା ସୁରକ୍ଷାବାହିନୀ । ଗୁଳି ବିନିମୟ ପରେ ୨୫ ରୁ ୩୦ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ମାଓ କ୍ୟାମ୍ପ ଧ୍ଵଂସ ହୋଇଥିବା ବେଳେ ଜଙ୍ଗଲରୁ ଲ୍ୟାଣ୍ଡମାଇନ, ବନ୍ଧୁକ ସମେତ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ। ଏବେ ବି ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଓ କମ୍ବିଂ ଅପରେସନ୍ ଜାରି ରହିଛି ।

The post ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ: ଛତ୍ରଭଙ୍ଗ ଦେଲେ ୨୫ରୁ ୩୦ ନକ୍ସଲ appeared first on KNews Odisha.