ପୁଣି ବଢ଼ିଲା ଯୁକ୍ତ ୩ ନାମଲେଖା ଅବଧି, ଜାଣନ୍ତୁ କେତେ ତାରିଖ ଯାଏଁ କରିପାରିବେ ଆବେଦନ….
ଭୁବନେଶ୍ବର : ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ୩ ପାଠ୍ୟକ୍ରମରେ ନାମଲେଖା ଆବେଦନ ଅବଧି ରବିବାର ଶେଷ ହୋଇଥିଲା। ହେଲେ ଆଜି ପୁଣି ଏହି ଅବଧିକୁ ବୃଦ୍ଧି କରାଯାଇଛି। ଜୁନ୍ ୧ ତାରିଖ ରାତି ୧୧.୪୫ରେ ଶେଷ ହୋଇଥିବା ଆବେଦନ ଅବଧିକୁ ଜୁନ୍ ୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ କହିଛି ଯେ ଅନେକ ଛାତ୍ରଛାତ୍ରୀ ଓ ଅଭିଭାବଙ୍କ ଦାବି ପରେ ଉଚ୍ଚଶିକ୍ଷା […]

ଭୁବନେଶ୍ବର : ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ୩ ପାଠ୍ୟକ୍ରମରେ ନାମଲେଖା ଆବେଦନ ଅବଧି ରବିବାର ଶେଷ ହୋଇଥିଲା। ହେଲେ ଆଜି ପୁଣି ଏହି ଅବଧିକୁ ବୃଦ୍ଧି କରାଯାଇଛି। ଜୁନ୍ ୧ ତାରିଖ ରାତି ୧୧.୪୫ରେ ଶେଷ ହୋଇଥିବା ଆବେଦନ ଅବଧିକୁ ଜୁନ୍ ୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଉଚ୍ଚଶିକ୍ଷା ବିଭାଗ କହିଛି ଯେ ଅନେକ ଛାତ୍ରଛାତ୍ରୀ ଓ ଅଭିଭାବଙ୍କ ଦାବି ପରେ ଉଚ୍ଚଶିକ୍ଷା ବିଭାଗ U.G. କମନ୍ ଆବେଦନ ଫର୍ମ (CAF) ଦାଖଲ କରିବାର ଶେଷ ତାରିଖକୁ ୪ ଜୁନ୍ ରାତି ୧୧.୪୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହି ସମୟ ସୀମା ମଧ୍ୟରେ ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲ୍ରେ ଅନ୍ଲାଇନ୍ରେ କମନ୍ ଆପ୍ଲିକେସନ୍ ଫର୍ମ (ସିଏଏଫ୍) ପୂରଣ କରିପାରିବେ। ଏହି ସମୟ ଅବଧି ମଧ୍ୟରେ ପୂର୍ବରୁ ସିଏଏଫ୍ ଦାଖଲ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଫର୍ମରେ ଆବଶ୍ୟକ ସଂଶୋଧନ କିମ୍ବା ଯୁକ୍ତ୨ ମାର୍କ ଅପ୍ଲୋଡ୍ କରିପାରିବେ।
ସେପଟେ ଗତକାଲି ସୁଦ୍ଧା ହୋଇଥିବା ଆବେଦନ ଅନୁସାରେ ଯୁକ୍ତ ୩ ନାମଲେଖା ଆବେଦନ କମିଛି। ଯୁକ୍ତ ୩ରେ ନାମଲେଖା ପାଇଁ ରାଜ୍ୟରେ ୨ଲକ୍ଷ ୭୬ହଜାର ୫୬୯ଟି ସିଟ୍ ଉପଲବ୍ଧ ରହିଛି । ମାତ୍ର ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ଜୁନ୍ ୧ ରବିବାର ସୁଦ୍ଧା ମାତ୍ର ୨ଲକ୍ଷ ୫୬ହଜାର ୩୫୦ ଜଣ ଆବେଦନ କରିଛନ୍ତି। ତନ୍ମଧ୍ୟରୁ ୨ଲକ୍ଷ ୪୮ହଜାର ୫୨୮ ପିଲା ଆବଶ୍ୟକ ଫି’ ଦାଖଲ କରି ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଛନ୍ତି। ସମୁଦାୟ ସିଟ୍ ତୁଳନାରେ ଆବେଦନ ସଂଖ୍ୟା ପ୍ରାୟ ୨୬ ହଜାର କମ ରହିଛି।