ପୁରୀ ବଡ଼ଦାଣ୍ଡରେ ସବୁଦିନ ପାଇଁ ମଦ ଓ ଆମିଷ ବିକ୍ରି ମନା, ବଡ଼ଦାଣ୍ଡର ୨ କିମି ପରିଧିରେ ମଦ ବାର୍ ମନା
ଭୁବନେଶ୍ବର : ପୁରୀ ବଡ଼ଦାଣ୍ଡରେ ବିକ୍ରି ହେବ ନି ଆମିଷ କି ମଦ।ବ ଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ବାର ଖୋଲାଯିବାକୁ ବାରଣ କରାଯାଇଛି। ସବୁ ଦିନ ଲାଗି ଏହି ନିୟମ ଲାଗୁ ରହିବ। ଆଜି ଏନେଇ ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ପୁରୀକୁ ଏକ ତୀର୍ଥ ସହର ହିସାବରେ ସରକାର ଦେଖୁଛନ୍ତି । ବଡ଼ଦାଣ୍ଡରେ ଥିବା ସମସ୍ତ ଘର ତୀର୍ଥସ୍ଥାନ ଭଳି […]

ଭୁବନେଶ୍ବର : ପୁରୀ ବଡ଼ଦାଣ୍ଡରେ ବିକ୍ରି ହେବ ନି ଆମିଷ କି ମଦ।ବ ଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ବାର ଖୋଲାଯିବାକୁ ବାରଣ କରାଯାଇଛି। ସବୁ ଦିନ ଲାଗି ଏହି ନିୟମ ଲାଗୁ ରହିବ। ଆଜି ଏନେଇ ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ପୁରୀକୁ ଏକ ତୀର୍ଥ ସହର ହିସାବରେ ସରକାର ଦେଖୁଛନ୍ତି । ବଡ଼ଦାଣ୍ଡରେ ଥିବା ସମସ୍ତ ଘର ତୀର୍ଥସ୍ଥାନ ଭଳି ଦେଖାଯିବା ଦରକାର । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରାଯାଉଛି । ଏହା କିପରି ହେବ ସେନେଇ କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀମନ୍ଦିରର ଦୁଇ କିମି ପରିଧିରେ ରହିବନି ମଦ ଦୋକାନ କିମ୍ବା ବାର ଏବଂ ବଡ଼ଦାଣ୍ଡରେ ବି ମଧ୍ୟ ମଦ ଦୋକାନ ଏବଂ ଆମିଷ ବିକ୍ରି ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇ । ନୂଆ ଅବକାରୀ ନୀତିରେ ଏନେଇ ପ୍ରାବଧାନ ରହିବ । ବଡ଼ଦାଣ୍ଡରେ ଥିବା ସମସ୍ତ ଘରକୁ ଏକ ସାଧାରଣ ଭିତ୍ତିଭୂମି ଢାଞ୍ଚା କରାଯିବାକୁ ଯୋଜନା ପ୍ରସ୍ତୁତ ହେଉଛି । ଉଚ୍ଚତା ଏବଂ ଲୁକ୍ କିପରି ଏକା ହେବ ସେନେଇ ଯୋଜନା ପ୍ରସ୍ତୁତ ହେଉଛି।