ପୁରୀରେ ଗଣତି ପରବର୍ତ୍ତୀ ବିଜୟ ଉତ୍ସବ ପାଳନ ଉପରେ କଟକଣା

କୌଣସି ପ୍ରକାର ଡିଜେ, ବାଣ ଫୁଟା ଓ ପ୍ରୋସେସନକୁ ମନା।

ପୁରୀରେ ଗଣତି ପରବର୍ତ୍ତୀ ବିଜୟ ଉତ୍ସବ ପାଳନ ଉପରେ କଟକଣା

ପୁରୀରେ ଗଣତି ପରବର୍ତ୍ତୀ ବିଜୟ ଉତ୍ସବ ପାଳନରେ ଲାଗିଲା କଟକଣା। ବାଣ ଟ୍ରାଜେଡିକୁ ଦୃଷ୍ଟିରେ ରଖି ପୁଲିସ ଓ ଜିଲ୍ଲା ପ୍ରଶାସନ ନେଇଛି ଏହି ପଦକ୍ଷେପ।

ଫଳାଫଳ ଆସିବା ପରେ କୌଣସି ପ୍ରକାର ଡିଜେ ବଜାଇବା ଓ ବାଣ ଫୁଟାଇବାକୁ ବାରଣ କରାଯାଇଛି। ସେହିପରି କୌଣସି ପ୍ରକାର ପ୍ରୋସେସନ ବା ଶୋଭାଯାତ୍ରାକୁ ମଧ୍ୟ ବାରଣ କରାଯାଇଛି। ଏନେଇ କୌଣସି ପ୍ରକାର ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଯଦି କୌଣସି ବ୍ୟକ୍ତି ନିୟମ ଭଙ୍ଗ କରନ୍ତି, ତାଙ୍କ ବିରୋଧରେ କଡ଼ା କାର୍ଯାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।