ପୁରୀରେ ବିଜେପିର ପ୍ରଶିକ୍ଷଣ ଶିବିର ଶେଷ, ବିଧାୟକ-ସାଂସଦ-ମନ୍ତ୍ରୀଙ୍କୁ ଟିପ୍ସ ଦେଲେ କେନ୍ଦ୍ରୀୟ ନେତା
ପୁରୀ: ପୁରୀରେ ବିଜେପି ପ୍ରଶିକ୍ଷଣ ଶିବିର ଶେଷ ହୋଇଛି। ବିଜେପି ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ଶୃଙ୍ଖଳା ଏବଂ ଅନୁଶାସନର ଟିପ୍ସ ଦେଇଥିଲେ ୩ କେନ୍ଦ୍ରୀୟ ନେତା । ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ, ସହସଂଗଠନ ମନ୍ତ୍ରୀ ବି ସତୀଶ ଏବଂ ସାଧାରଣ ସମ୍ପାଦକ ସୁନୀଲ ଵଂଶଲ ଆଜି ଦଳର ସଦସ୍ୟମାନଙ୍କୁ ନେତାଙ୍କ କାର୍ଯ୍ୟଶୈଳୀ କେମିତି ହେବା ଉଚିତ ତାହା ଜଣାଇଥିଲେ। ସେହିପରି ସରକାର ଏବଂ ସଂଗଠନ ମଧ୍ୟରେ ସମନ୍ବୟ ରଖିବାକୁ ପରାମର୍ଶ ଦେଇଥିଲେ। ତୁମେ କ୍ଷମତାରେ ରୁହ କି ନରୁହ, ଦଳ କ୍ଷମତାରେ ରହିବା ଦରକାର। ଦଳ କ୍ଷମତାରେ ରହିଲେ ଭିଜନ ପୂରା ହୋଇପାରିବ। ୟୁପି ମଡେଲରେ ନିଜ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଭିଜନ ପ୍ରସ୍ତୁତ କର। ପ୍ରତି ୩ ମାସରେ ଥରେ ନିର୍ବାଚନ ମଣ୍ଡଳୀ ବିକାଶର ରିଭ୍ୟୁ କରି ରିପୋର୍ଟ କର। ପୁରୀରେ ଚାଲିଥିବା ବିଜେପି ପ୍ରଶିକ୍ଷଣ ଶିବିରର ଅନ୍ତିମ ଦିନରେ ଆଜି ବିଧାୟକ ଓ ସାଂସଦଙ୍କୁ ଏଭଳି ଟିପ୍ସ ଦେଇଥିଲେ ୩ କେନ୍ଦ୍ରୀୟ ନେତା, ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ, ସହସଂଗଠନ ମନ୍ତ୍ରୀ ଭି. ସତୀଶ ଏବଂ ସାଧାରଣ ସମ୍ପାଦକ ସୁନୀଲ ବଂଶଲ। ଜନତାଙ୍କ ପ୍ରତି କେମିତି ରହିବ ନେତାଙ୍କ ବ୍ୟବହାର, କାର୍ଯ୍ୟକର୍ତ୍ତା ଓ ଲୋକଙ୍କ ସହ କେମିତି କଥା ହେବେ ଜନ ପ୍ରତିନିଧି, ଫୋନରେ କଥା ହେଲା ବେଳେ କେମିତି ଶାଳିନତା ରକ୍ଷା କରିବେ, କାର୍ଯ୍ୟାଳୟକୁ ଗଲେ କର୍ମକର୍ତ୍ତାଙ୍କ ପ୍ରତି କେମିତି ଆଚରଣ ଦେଖାଇ
ପୁରୀ: ପୁରୀରେ ବିଜେପି ପ୍ରଶିକ୍ଷଣ ଶିବିର ଶେଷ ହୋଇଛି। ବିଜେପି ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ଶୃଙ୍ଖଳା ଏବଂ ଅନୁଶାସନର ଟିପ୍ସ ଦେଇଥିଲେ ୩ କେନ୍ଦ୍ରୀୟ ନେତା । ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ, ସହସଂଗଠନ ମନ୍ତ୍ରୀ ବି ସତୀଶ ଏବଂ ସାଧାରଣ ସମ୍ପାଦକ ସୁନୀଲ ଵଂଶଲ ଆଜି ଦଳର ସଦସ୍ୟମାନଙ୍କୁ ନେତାଙ୍କ କାର୍ଯ୍ୟଶୈଳୀ କେମିତି ହେବା ଉଚିତ ତାହା ଜଣାଇଥିଲେ। ସେହିପରି ସରକାର ଏବଂ ସଂଗଠନ ମଧ୍ୟରେ ସମନ୍ବୟ ରଖିବାକୁ ପରାମର୍ଶ ଦେଇଥିଲେ।
ତୁମେ କ୍ଷମତାରେ ରୁହ କି ନରୁହ, ଦଳ କ୍ଷମତାରେ ରହିବା ଦରକାର। ଦଳ କ୍ଷମତାରେ ରହିଲେ ଭିଜନ ପୂରା ହୋଇପାରିବ। ୟୁପି ମଡେଲରେ ନିଜ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଭିଜନ ପ୍ରସ୍ତୁତ କର। ପ୍ରତି ୩ ମାସରେ ଥରେ ନିର୍ବାଚନ ମଣ୍ଡଳୀ ବିକାଶର ରିଭ୍ୟୁ କରି ରିପୋର୍ଟ କର। ପୁରୀରେ ଚାଲିଥିବା ବିଜେପି ପ୍ରଶିକ୍ଷଣ ଶିବିରର ଅନ୍ତିମ ଦିନରେ ଆଜି ବିଧାୟକ ଓ ସାଂସଦଙ୍କୁ ଏଭଳି ଟିପ୍ସ ଦେଇଥିଲେ ୩ କେନ୍ଦ୍ରୀୟ ନେତା, ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ, ସହସଂଗଠନ ମନ୍ତ୍ରୀ ଭି. ସତୀଶ ଏବଂ ସାଧାରଣ ସମ୍ପାଦକ ସୁନୀଲ ବଂଶଲ। ଜନତାଙ୍କ ପ୍ରତି କେମିତି ରହିବ ନେତାଙ୍କ ବ୍ୟବହାର, କାର୍ଯ୍ୟକର୍ତ୍ତା ଓ ଲୋକଙ୍କ ସହ କେମିତି କଥା ହେବେ ଜନ ପ୍ରତିନିଧି, ଫୋନରେ କଥା ହେଲା ବେଳେ କେମିତି ଶାଳିନତା ରକ୍ଷା କରିବେ, କାର୍ଯ୍ୟାଳୟକୁ ଗଲେ କର୍ମକର୍ତ୍ତାଙ୍କ ପ୍ରତି କେମିତି ଆଚରଣ ଦେଖାଇବେ , ସେନେଇ ଦେଇଥିଲେ ଦୀକ୍ଷା।
ଜନ ପ୍ରତିନିଧି ଓ ସଙ୍ଗଠନ ଗୋଟିଏ ସରଳ ରେଖାରେ ରହିବା ଦରକାର। ସଂଗଠନକୁ ସାଙ୍ଗରେ ନେଇ ଚାଲିଲେ, ତଳଲୋକ ପର୍ଯ୍ୟନ୍ତ ସୁବିଧା ପହଞ୍ଚି ପାରିବ, ଏସବୁ କିଛି ଜଣାଇଥିଲେ ପ୍ରଶିକ୍ଷକ। ପଦ ପଦବୀ ବଡ଼ ନୁହେଁ । ୨୦୩୬ ପାଇଁ ବିଜେପି ଯେଉଁ ଭିଜନ ଡକ୍ୟୁମେଣ୍ଟ ଦଳ ପ୍ରସ୍ତୁତ କରିଛି, ତାକୁ ସଫଳ କରିବା ପାଇଁ କ୍ଷମତାରେ ରହିବାକୁ ପଡିବ ବୋଲ କହିଛନ୍ତି।
ଦଳର ସାଂସଦ ବିଧାୟକ ମନ୍ତ୍ରୀଙ୍କ ମଧ୍ୟରେ ଯାଏ କିଭଳି ବଣ୍ଡିଙ୍ଗ ରହିବ, ପରସ୍ପରକୁ ଜାଣିବେ, ନିଜ ନିଜ ଭିତରେ ସାମନ୍ବୟ ରହିବ ସେଥିପାଇଁ ତିନି ଦିନ ଏକାଠି ରହିଥିଲେ. ରାତିରେ ଭଲି ଖେଳିଥିଲେ ସକାଳୁ ସାମୁହିକ ଯୋଗ କରିଥିଲେ. ଆଉ ହ୍ବିସିଲ ବାଜିଲେ ସମସ୍ତେ ପୁଣି ପ୍ରଶିକ୍ଷଣ ଶିବିରରେ ପହଞ୍ଚି ଯାଉଥିଲେ।