ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିଯୁକ୍ତ ସରୋଜ ସେଠୀ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା ନୂଆ ମୋଡ଼ ନେଇଛି। ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଯୁକ୍ତ ସରୋଜ ସେଠୀ। ନୟାଗଡ଼ ଜିଲ୍ଲା ଦୌରା ଜଜ୍ଙ୍କ ରାୟକୁ ଚାଲେଞ୍ଜ କରି ସରୋଜ ହାଇକୋର୍ଟରେ ଆବେଦନ ଦାୟର କରିଥିବା ସୂଚନା ମିଳିଛି। ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫେବୃଆରୀରେ ୬ ତାରିଖରେ ରାୟ ପ୍ରକାଶ ପାଇଥିଲା । ଦୋଷୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ। ଏହି ରାୟକୁ ଅଭିଯୁକ୍ତ ସରୋଜ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି। ସୂଚନା ଥାଉକି ୨୦୨୦ ମସିହା ଜୁଲାଇ ୧୪ ତାରିଖରେ ନୟାଗଡ଼ ନିକଟ ଯଦୁପୁର ଗାଁରେ ପରୀକୁ ହତ୍ୟା କରାଯାଇଥିଲା। ଘର ଆଗରେ ଖେଳୁଥିବାବେଳେ ପରୀ ନିଖୋଜ ହୋଇଯାଇଥିଲା। ୧୦ ଦିନ ପରେ ପରୀର ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ। ଘଟଣାର ଏସଆଇଟି ତଦନ୍ତ ସରୋଜ ସେଠୀକୁ ଗିରଫ କରିଥିଲା। ନାବଳକ ଥିବାରୁ ସରୋଜ କିଛି ସମୟ ବାଳସୁଧାର ଗୃହରେ ରଖାଯାଇଥିଲା। ସାବଳକ ହେବା ପରେ କୋର୍ଟ ତାକୁ ୨୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି।
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା ନୂଆ ମୋଡ଼ ନେଇଛି। ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଯୁକ୍ତ ସରୋଜ ସେଠୀ। ନୟାଗଡ଼ ଜିଲ୍ଲା ଦୌରା ଜଜ୍ଙ୍କ ରାୟକୁ ଚାଲେଞ୍ଜ କରି ସରୋଜ ହାଇକୋର୍ଟରେ ଆବେଦନ ଦାୟର କରିଥିବା ସୂଚନା ମିଳିଛି।
ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫେବୃଆରୀରେ ୬ ତାରିଖରେ ରାୟ ପ୍ରକାଶ ପାଇଥିଲା । ଦୋଷୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ। ଏହି ରାୟକୁ ଅଭିଯୁକ୍ତ ସରୋଜ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି।
ସୂଚନା ଥାଉକି ୨୦୨୦ ମସିହା ଜୁଲାଇ ୧୪ ତାରିଖରେ ନୟାଗଡ଼ ନିକଟ ଯଦୁପୁର ଗାଁରେ ପରୀକୁ ହତ୍ୟା କରାଯାଇଥିଲା। ଘର ଆଗରେ ଖେଳୁଥିବାବେଳେ ପରୀ ନିଖୋଜ ହୋଇଯାଇଥିଲା। ୧୦ ଦିନ ପରେ ପରୀର ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ। ଘଟଣାର ଏସଆଇଟି ତଦନ୍ତ ସରୋଜ ସେଠୀକୁ ଗିରଫ କରିଥିଲା। ନାବଳକ ଥିବାରୁ ସରୋଜ କିଛି ସମୟ ବାଳସୁଧାର ଗୃହରେ ରଖାଯାଇଥିଲା। ସାବଳକ ହେବା ପରେ କୋର୍ଟ ତାକୁ ୨୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି।