‘ପୁଷ୍ପା-୨’ ଦେଖିବାକୁ ଦଳାଚକଟା, ଜଣେ ମହିଳା ମୃତ: ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ମାମଲା
ହାଇଦ୍ରାବାଦ: ଚଳଚ୍ଚିତ୍ର ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ପୁଷ୍ପା-୨ର ରିଲିଜ୍ ହୋଇଛି। ହାଇଦ୍ରାବାଦରେ ଏକ ସିନେମା ହଲରେ ରିଲିଜ୍ ସମୟରେ ଖୋଦ୍ ଅଭିନେତା ଅଲ୍ଲୁ ଅର୍ଜୁନ୍ ଉପସ୍ଥିତ ଥିଲେ। ଅଭିନେତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିବା ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁସାରେ, ସନ୍ଧ୍ୟା ଥିଏଟରରେ ରାତି ସାଢ଼େ ୧୦ଟାରେ ଅଲ୍ଲୁ ଅର୍ଜୁନ ଉପସ୍ଥିତ ଥିଲେ। ଏହି ସମୟରେ ଅଭିନେତାଙ୍କୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ […]

ହାଇଦ୍ରାବାଦ: ଚଳଚ୍ଚିତ୍ର ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ପୁଷ୍ପା-୨ର ରିଲିଜ୍ ହୋଇଛି। ହାଇଦ୍ରାବାଦରେ ଏକ ସିନେମା ହଲରେ ରିଲିଜ୍ ସମୟରେ ଖୋଦ୍ ଅଭିନେତା ଅଲ୍ଲୁ ଅର୍ଜୁନ୍ ଉପସ୍ଥିତ ଥିଲେ। ଅଭିନେତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିବା ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁସାରେ, ସନ୍ଧ୍ୟା ଥିଏଟରରେ ରାତି ସାଢ଼େ ୧୦ଟାରେ ଅଲ୍ଲୁ ଅର୍ଜୁନ ଉପସ୍ଥିତ ଥିଲେ। ଏହି ସମୟରେ ଅଭିନେତାଙ୍କୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଦଳଚକଟାରେ ଦିଲସୁଖନଗର ବାସିନ୍ଦା ରେବତୀ (୩୫)ଙ୍କ ମୃତ୍ୟୁ ଘଟିଛି। ତାଙ୍କର ୧୩ ବର୍ଷୀୟ ପୁଅ ଗୁରୁତର ଆହତ ହୋଇଛନ୍ତି। ଏନେଇ ହାଇଦ୍ରାବାଦ୍ ଡିସିପି କହିଛନ୍ତି, ଅଲ୍ଲୁ ଅର୍ଜୁନ ଆସିବା ନେଇ ଥିଏଟର କର୍ତ୍ତୃପକ୍ଷ ପୂର୍ବରୁ କୌଣସି ସୂଚନା ଦେଇନଥିଲେ। ଭିଡ଼ ପରିଚାଳନା ନିମନ୍ତେ କୌଣସି ବ୍ୟବସ୍ଥା ହୋଇନଥିଲା। ଅଭିନେତାଙ୍କ ଆସିବା ଓ ଯିବା ପାଇଁ ଅଲଗା ରାସ୍ତା ବ୍ୟବସ୍ଥା ହୋଇନଥିଲା। ଅଲ୍ଲୁଙ୍କ ସୁରକ୍ଷାକର୍ମୀ ଲୋକଙ୍କୁ ବଳପୂର୍ବକ ଠେଲି ବାହାର କରିବାକୁ ପ୍ରୟାସ କରିଥିଲେ। ଯାହାଫଳରେ ଠେଲାପେଲା ସାଂଘାତିକ ରୂପ ନେଇଥିଲା। ଏହି ଗହଳିରେ ରେବତୀ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଦୁର୍ଗା ଭାଇ ଦେଶମୁଖ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଅଲ୍ଲୁ ଅର୍ଜୁନ୍ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।