ପୂଜାଙ୍କ ପରେ ବିବାଦରେ ଅଭିଷେକ: ଫେକ୍ ସାର୍ଟିଫିକେଟ୍ ବଳରେ ସିଭିଲ ସର୍ଭିସ ପାଇଥିବା ଅଭିଯୋଗ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆଇଏଏସ୍ ପୂଜା ଖେଡକରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ଚର୍ଚ୍ଚା ଥମୁନି। ଏହି ଘଟଣାର ତଦନ୍ତ ଚାଲିଛି। ତେବେ ଏହାରି ଭିତରେ ପୂର୍ବତନ ଆଇଏଏସ୍ ଅଧିକାରୀ ଅଭିଷେକ ସିଂଙ୍କ ବିରୋଧରେ ମଧ୍ୟ ଗୁରୁତର ଅଭିଯୋଗ ଆସିଛି। ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅଭିଷେକ ସିଂଙ୍କୁ ନିଲମ୍ବିତ କରାଯାଇଥିଲା। ଏହା ପରେ ସେ ଆଲବମ୍ ଏବଂ ଫିଲ୍ମ ନିର୍ମାଣ କରୁଛନ୍ତି।ପୂର୍ବତନ ଆଇଏସ ଅଭିଷେକ ସିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଫେକ୍‌ ଡିଜାବିଲିଟି ସାର୍ଟିଫିକେଟ୍‌ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ବିବାଦ ସହ ଜଡିତ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ବିରୋଧରେ ମଧ୍ୟ ଏଭଳି ଅଭିଯୋଗ ହୋଇଛି। ଯେତେବେଳେ ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀ ଜିମ୍ କରୁଥିବା ଏବଂ ଆରାମରେ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଲା, ସେତେବେଳେ ସେ ଲୋକୋମୋଟର୍ ଡିଜାବିଲିଟି (LD) ବର୍ଗରେ କେମିତି IAS ହୋଇଥିଲେ ବୋଲି ପ୍ରଶ୍ନ ଉଠିଛି। ସୋସିଆଲ ମିଡିଆରେ ଅନେକ ଲୋକ ପୂର୍ବତନ IASକୁ ସମାଲୋଚନା କରୁଛନ୍ତି।ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି ଯେ ପୂର୍ବତନ ଆଇଏଏସ୍ ଅଭିଷେକ ସିଂ ୨୦୧୦ରେ ଦିବ୍ୟାଙ୍ଗ କୋଟାରୁ ଆଇଏଏସ୍ ହୋଇଥିଲେ କାରଣ ତାଙ୍କର ଲୋକୋମୋଟର ବ୍ୟାଧି ଥିଲା। ତେବେ ଏହାପରେ ସନ୍ନି ଲିଓନଙ୍କ ସହ ନାଚିବା ପରେ ଜଣାପଡ଼ୁଛି ଯେ ସେ କେଉଁ ରୋଗରେ ପୀଡ଼ିତ ଥିଲେ ନା ଦିବ୍ୟ

ପୂଜାଙ୍କ ପରେ ବିବାଦରେ ଅଭିଷେକ: ଫେକ୍ ସାର୍ଟିଫିକେଟ୍ ବଳରେ ସିଭିଲ ସର୍ଭିସ ପାଇଥିବା ଅଭିଯୋଗ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆଇଏଏସ୍ ପୂଜା ଖେଡକରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ଚର୍ଚ୍ଚା ଥମୁନି। ଏହି ଘଟଣାର ତଦନ୍ତ ଚାଲିଛି। ତେବେ ଏହାରି ଭିତରେ ପୂର୍ବତନ ଆଇଏଏସ୍ ଅଧିକାରୀ ଅଭିଷେକ ସିଂଙ୍କ ବିରୋଧରେ ମଧ୍ୟ ଗୁରୁତର ଅଭିଯୋଗ ଆସିଛି। ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅଭିଷେକ ସିଂଙ୍କୁ ନିଲମ୍ବିତ କରାଯାଇଥିଲା। ଏହା ପରେ ସେ ଆଲବମ୍ ଏବଂ ଫିଲ୍ମ ନିର୍ମାଣ କରୁଛନ୍ତି।

ପୂର୍ବତନ ଆଇଏସ ଅଭିଷେକ ସିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଫେକ୍‌ ଡିଜାବିଲିଟି ସାର୍ଟିଫିକେଟ୍‌ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ବିବାଦ ସହ ଜଡିତ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ବିରୋଧରେ ମଧ୍ୟ ଏଭଳି ଅଭିଯୋଗ ହୋଇଛି। ଯେତେବେଳେ ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀ ଜିମ୍ କରୁଥିବା ଏବଂ ଆରାମରେ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଲା, ସେତେବେଳେ ସେ ଲୋକୋମୋଟର୍ ଡିଜାବିଲିଟି (LD) ବର୍ଗରେ କେମିତି IAS ହୋଇଥିଲେ ବୋଲି ପ୍ରଶ୍ନ ଉଠିଛି। ସୋସିଆଲ ମିଡିଆରେ ଅନେକ ଲୋକ ପୂର୍ବତନ IASକୁ ସମାଲୋଚନା କରୁଛନ୍ତି।

ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି ଯେ ପୂର୍ବତନ ଆଇଏଏସ୍ ଅଭିଷେକ ସିଂ ୨୦୧୦ରେ ଦିବ୍ୟାଙ୍ଗ କୋଟାରୁ ଆଇଏଏସ୍ ହୋଇଥିଲେ କାରଣ ତାଙ୍କର ଲୋକୋମୋଟର ବ୍ୟାଧି ଥିଲା। ତେବେ ଏହାପରେ ସନ୍ନି ଲିଓନଙ୍କ ସହ ନାଚିବା ପରେ ଜଣାପଡ଼ୁଛି ଯେ ସେ କେଉଁ ରୋଗରେ ପୀଡ଼ିତ ଥିଲେ ନା ଦିବ୍ୟାଙ୍ଗ କୋଟାରୁ IAS ହେବା ପରେ ତାଙ୍କର LD ଭଲ ହୋଇଗଲା ।