ପୂର୍ବ ଶତ୍ରୁତା ନେଲା ଉଗ୍ରରୂପ; ଚିକେନ ଦୋକାନକୁ ବୋମାମାଡ଼

ଅଭିଯୁକ୍ତ ସେକ୍ ଜୁନେଦ ଓରଫ ଗୋରାକୁ ପୁଲିସ ଗିରଫ କରିଛି। 

ପୂର୍ବ ଶତ୍ରୁତା ନେଲା ଉଗ୍ରରୂପ; ଚିକେନ ଦୋକାନକୁ ବୋମାମାଡ଼

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକେନ ଦୋକାନ ଉପରକୁ ବୋମାମାଡ଼ ହୋଇଛି। ବୋମାମାଡ଼ରେ ଚିକେନ ଦୋକାନୀଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି।ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ କଟକଣା ଛକ ନିକଟରେ ଏହି ଘଟଣା ଘଟିଛି। ଆହତ ଦୋକାନୀ ଏସ. କେ ସଦାମଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ  ସେକ୍ ଜୁନେଦ ଓରଫ ଗୋରାକୁ ପୁଲିସ ଗିରଫ କରିଛି। 

ଗତକାଲି ବିଳମ୍ବିତ ରାତିରେ ଏସ. କେ ସଦାମ ନିଜ ଦୋକାନରେ ଆଗରେ ରଖିଥିବା ବାଇକ୍‌ ଉପରେ ବସିଥିଲେ। ଏହି ସମୟରେ ଜୁନେଦ ସେଠାରେ ପହଞ୍ଚି ଚିକେନ ଦୋକାନ ଉପରକୁ ୨ଟି ବୋମା ଫିଙ୍ଗିଥିଲେ। ଗୋଟିଏ ବୋମା କାନ୍ଥରେ ବାଜିଥିଲା ବେଳେ ଦ୍ୱିତୀୟଟି ସଦାମ୍ ବସିଥିବା ବାଇକ୍ ଉପରେ ପଡ଼ିଥିଲା। 

ଫଳରେ ସଦାମଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ବୋମାମାଡ଼ରେ ସଦାମଙ୍କ ବାଇକ ଭାଙ୍ଗି ଯାଇଛି। ଅଭିଯୁକ୍ତ ସେକ ଜୁନେଦକୁ ପୁଲିସ୍ ଗିରଫ କରିଛି ଓ ଘଟଣା ତଦନ୍ତ କରୁଛି।