ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ କଲେ ୨୦ ଟିମ୍
ଭୁବନେଶ୍ୱର,୧୯।୬: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ଥିବା ସ୍ବର୍ଗତ ନବ ଦାସଙ୍କ ଘରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏକାଥରକେ ୨୦ରୁ ଅଧିକ ସ୍ଥାନରେ ଏହି ରେଡ କରାଯାଉଥିବା ସୂଚନା ମିଳିଛି। ଝାରସୁଗୁଡା, ସମ୍ବଲପୁର ଓ ଭୁବନେଶ୍ବର ଭଳି ସ୍ଥାନରେ ଏହି ରେଡ କରାଯାଇଥିବା ଜଣା ପଡିଛି। ତେବେ ଆୟକର ଠକେଇ ନେଇ ଅଭିଯୋଗ ହେବା ପରେ ୨୦ରୁ ଅଧିକ ସ୍ଥାନରେ ଇଡି ଏହି ରେଡ ଚଳାଇଛି। ବିଭିନ୍ନ ସ୍ଥାନରେ ଇଡିର […] The post ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ କଲେ ୨୦ ଟିମ୍ appeared first on Dharitri Odia News.
ଭୁବନେଶ୍ୱର,୧୯।୬: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ଥିବା ସ୍ବର୍ଗତ ନବ ଦାସଙ୍କ ଘରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏକାଥରକେ ୨୦ରୁ ଅଧିକ ସ୍ଥାନରେ ଏହି ରେଡ କରାଯାଉଥିବା ସୂଚନା ମିଳିଛି। ଝାରସୁଗୁଡା, ସମ୍ବଲପୁର ଓ ଭୁବନେଶ୍ବର ଭଳି ସ୍ଥାନରେ ଏହି ରେଡ କରାଯାଇଥିବା ଜଣା ପଡିଛି। ତେବେ ଆୟକର ଠକେଇ ନେଇ ଅଭିଯୋଗ ହେବା ପରେ ୨୦ରୁ ଅଧିକ ସ୍ଥାନରେ ଇଡି ଏହି ରେଡ ଚଳାଇଛି। ବିଭିନ୍ନ ସ୍ଥାନରେ ଇଡିର ୨୦ଟି ଟିମକୁ ଏହି ରେଡରେ ସାମିଲ କରାଯାଇଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ମଧ୍ୟ ପୂର୍ବରୁ ଆୟକର ବିଭାଗ ପକ୍ଷରୁ ରେଡ କରାଯାଇଥିଲା। ଭୁବନେଶ୍ବର ଓ ଛତିଶଗଡର ଟିମ ଏହି ରେଡରେ ସାମିଲ ହୋଇଥିବା ବେଳେ ବ୍ରଜ ଦାସଙ୍କ ଘରୁ ଏକାଧିକ ବିଳାସପୂର୍ଣ୍ଣ କାର ମିଳିଥିଲା। କିଛି ମାସ ପୂର୍ବରୁ ମଧ୍ୟ ପୂର୍ବତନମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ପିଏ ଆଶିଷ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲ। ଏଥିସହ ଆୟକର ବିଭାଗ ଅଧିକାରୀ ବିଶାଳ ଦାସଙ୍କୁ ଝାରସୁଗୁଡ଼ା ଏକ ଘରୋଇ ହୋଟେଲକୁ ଡାକି ପ୍ରାୟ ୪ ଘଣ୍ଟା ଧରି ଜେରା କରିଥିଲେ।
ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ନବଙ୍କ ସହଯୋଗୀ ସଂଜୟ ନନ୍ଦଙ୍କ ଘରେ ବି ଚଢାଉ। ସେ ନବ ଦାସଙ୍କ ବ୍ୟବସାୟିକ ସହଯୋଗୀ। ସଂଜୟ ସୁନ୍ଦରଗଡ଼ର କୋଇଲା ବ୍ୟବସାୟୀ ବୋଲି ସୂଚନା ରହିଛି।
The post ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ କଲେ ୨୦ ଟିମ୍ appeared first on Dharitri Odia News.