ପୂର୍ବତନ ସରପଞ୍ଚଙ୍କ ଦେଢଶୁରଙ୍କୁ ଛୁରି ଭୁସି ହତ୍ୟା ଘଟଣା: ୪ ମାସ ପରେ ଜଣେ ଅଭିଯୁକ୍ତ ଗିରଫ
ପୁରୁଷୋତ୍ତମପୁର,୧।୮( ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ପୂର୍ବତନ ସରପଞ୍ଚ ନନ୍ଦୀନି ବେହେରାଙ୍କ ଦେଢଶୁର କାହ୍ନୁଚରଣ ବେହେରା (୫୫)ଙ୍କୁ ଗତ ମାର୍ଚ୍ଚ ୨୯ରେ ନିର୍ମମ ଭାବେ ଛୁରିରେ ଭୁସି ହତ୍ୟା କରାଯାଇଥିଲା। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅରଖପୁର ଗ୍ରାମର ଟୁକୁନା ନାହାକ (୨୮)ଙ୍କୁ ଚାରିମାସ ପରେ ପୋଲିସ ବୁଧବାର ରାତ୍ରରେ ଗିରଫ କରିଛି। ଘଟଣା ପରଠାରୁ ସମସ୍ତ ଅଭିଯୁକ୍ତ ଫେରାର ରହିଥିବାବେଳେ ଟୁକୁନା ଗ୍ରାମକୁ ଫେରିଥିବାର ଖବରପାଇ ପୋଲିସ ବିଳମ୍ବିତ […] The post ପୂର୍ବତନ ସରପଞ୍ଚଙ୍କ ଦେଢଶୁରଙ୍କୁ ଛୁରି ଭୁସି ହତ୍ୟା ଘଟଣା: ୪ ମାସ ପରେ ଜଣେ ଅଭିଯୁକ୍ତ ଗିରଫ appeared first on Dharitri Odia News.
ପୁରୁଷୋତ୍ତମପୁର,୧।୮( ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ପୂର୍ବତନ ସରପଞ୍ଚ ନନ୍ଦୀନି ବେହେରାଙ୍କ ଦେଢଶୁର କାହ୍ନୁଚରଣ ବେହେରା (୫୫)ଙ୍କୁ ଗତ ମାର୍ଚ୍ଚ ୨୯ରେ ନିର୍ମମ ଭାବେ ଛୁରିରେ ଭୁସି ହତ୍ୟା କରାଯାଇଥିଲା। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅରଖପୁର ଗ୍ରାମର ଟୁକୁନା ନାହାକ (୨୮)ଙ୍କୁ ଚାରିମାସ ପରେ ପୋଲିସ ବୁଧବାର ରାତ୍ରରେ ଗିରଫ କରିଛି।
ଘଟଣା ପରଠାରୁ ସମସ୍ତ ଅଭିଯୁକ୍ତ ଫେରାର ରହିଥିବାବେଳେ ଟୁକୁନା ଗ୍ରାମକୁ ଫେରିଥିବାର ଖବରପାଇ ପୋଲିସ ବିଳମ୍ବିତ ରାତ୍ରରେ ତାଙ୍କ ଘରଉପରେ ଚଢାଉ କରିଥିିଲେ। ମାତ୍ର ଏହିସମୟରେ ସେ ପୋଲିସକୁ ଚକମା ଦେଖାଇ ଅନ୍ଧାର ରାତ୍ରର ସୁଯୋଗ ନେଇ ଘରବାରିପଟେ ଦୌଡି ଚମ୍ପଟ ମାରିବାବେଳେ ପୋଲିସ କର୍ମଚାରୀମାନେ ଗୋଡାଇ ଗୋଡାଇ କାବୁକରି ଥାନାକୁ ଆଣି ଗୁରୁବାର କୋର୍ଟ ଚାଲାଣ କରିଛନ୍ତି। ମାତ୍ର ଏଯାବତ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟମାନଙ୍କୁ ଗିରଫ କରାଯାଇନାହିଁ। ସେମାନଙ୍କୁ ଗିରଫ କରିବାଲାଗି ପୋଲିସ ପକ୍ଷରୁ ଚଢାଉ ଜାରିରହିଥିବାର ଏସଆଇ ଆଦିତ୍ୟନାରାୟଣ ପାତ୍ର କହିବା ସହ ଗିରଫ ଟୁକୁନାକୁ ଜେରା ବେଳେ ସେ ହତ୍ୟାକାଣ୍ଡରେ ସମ୍ପୃକ୍ତ ରହିଥିବାର ସ୍ବୀକାର କରିଛି। ଏପରିକି ସେ ଗୁଜରାଟର ସୁରଟକୁ ଚୋରାଗଞ୍ଜେଇ ଚାଲାଣ କରିବାରେ ଲିପ୍ତ ରହିଥିବାର ଜଣାପଡିଥିବାବେଳେ ତାର ନାମରେ କେଉଁଠାରେ କ’ଣ କେସ ରହିଛି ସେଥିନେଇ ଅନୁସନ୍ଧାନ ଚାଲିଥିବାର ଏସଆଇ ପାତ୍ର କହିଛନ୍ତି।
The post ପୂର୍ବତନ ସରପଞ୍ଚଙ୍କ ଦେଢଶୁରଙ୍କୁ ଛୁରି ଭୁସି ହତ୍ୟା ଘଟଣା: ୪ ମାସ ପରେ ଜଣେ ଅଭିଯୁକ୍ତ ଗିରଫ appeared first on Dharitri Odia News.