ପୂର୍ବଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ ଉଦ୍ୟମ, ଜୀବନ ବଞ୍ଚାଇବା ପାଇଁ ବିଦ୍ୟୁତ ଖୁଣ୍ଟରେ ଚଢିଗଲେ

ଭୁବନେଶ୍ୱର ୨୯।୦୮ : ଯୁବକଙ୍କୁ ଗୋଡେଇ ଗୋଡେଇ ସଂଘବଦ୍ଧ ଆକ୍ରମଣ । ଏହି ଆକ୍ରମଣରୁ ବଞ୍ଚିବା ପାଇଁ ଇଲେକ୍ଟ୍ରି ସବ୍‌ଷ୍ଟେସନ୍‌ ଖୁଣ୍ଟିରେ ଚଢିଗଲେ ଯୁବକ । ଭୁବନେଶ୍ୱର ପଟିଆ ଛକ ସବ୍‌ଷ୍ଟେସନ୍‌ରୁ ଉଦ୍ଧାର କରି ସ୍ଥାନୀୟ ଲୋକ ସମେତ ଚନ୍ଦ୍ରଶେଖରପୁର ପୋଲିସ ଏବଂ ଅଗ୍ନିଶମ ବାହିନୀ । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ରାଜଧାନୀରେ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୂର୍ବଶତ୍ରୁତା ପାଇଁ ଜଣେ ଯୁବକଙ୍କୁ କିଛି ଯୁବକ ସଂଘବଦ୍ଧ ହୋଇ ଆକ୍ରମଣ ପାଇଁ ଗୋଡାଇଥିଲେ । ଶେଷରେ ନିଜକୁ ରକ୍ଷା କରିବାକୁ ଯୁବକ ଜଣଙ୍କ ପଟିଆ ଛକରେ ଥିବା ଇଲେକ୍ଟ୍ରି ସବ୍‌ଷ୍ଟେସନ୍‌ ଖୁଣ୍ଟିରେ ଚଢି ଯାଇଥିଲେ । ଏପରି ଖବର ପାଇ ସଙ୍ଗେ ସଙ୍ଗେ ଚନ୍ଦ୍ରଶେଖରପୁର ଥାନା ପୋଲିସ, ଦୁଇ ପିସିଆର୍‌ ଭ୍ୟାନ୍‌, ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ କିଛି ଲୋକ ମିଶି ଯୁବକଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ଯୁବକ ସ୍ଥାନୀୟ ଥାନରେ ଥିବା ବେଳେ କିଏ ଆଉ କାହିଁକି ଆକ୍ରମଣ କରିବାକୁ ଆସିଥିଲେ । ସେନେଇ ଚନ୍ଦ୍ରଶେଖପୁର ଥାନା ପୋଲିସ ଛାନ୍‌ଭିନ୍‌ କରୁଛି । 

ପୂର୍ବଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ ଉଦ୍ୟମ, ଜୀବନ ବଞ୍ଚାଇବା ପାଇଁ ବିଦ୍ୟୁତ ଖୁଣ୍ଟରେ ଚଢିଗଲେ

ଭୁବନେଶ୍ୱର ୨୯।୦୮ : ଯୁବକଙ୍କୁ ଗୋଡେଇ ଗୋଡେଇ ସଂଘବଦ୍ଧ ଆକ୍ରମଣ । ଏହି ଆକ୍ରମଣରୁ ବଞ୍ଚିବା ପାଇଁ ଇଲେକ୍ଟ୍ରି ସବ୍‌ଷ୍ଟେସନ୍‌ ଖୁଣ୍ଟିରେ ଚଢିଗଲେ ଯୁବକ । ଭୁବନେଶ୍ୱର ପଟିଆ ଛକ ସବ୍‌ଷ୍ଟେସନ୍‌ରୁ ଉଦ୍ଧାର କରି ସ୍ଥାନୀୟ ଲୋକ ସମେତ ଚନ୍ଦ୍ରଶେଖରପୁର ପୋଲିସ ଏବଂ ଅଗ୍ନିଶମ ବାହିନୀ । 

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ରାଜଧାନୀରେ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୂର୍ବଶତ୍ରୁତା ପାଇଁ ଜଣେ ଯୁବକଙ୍କୁ କିଛି ଯୁବକ ସଂଘବଦ୍ଧ ହୋଇ ଆକ୍ରମଣ ପାଇଁ ଗୋଡାଇଥିଲେ । ଶେଷରେ ନିଜକୁ ରକ୍ଷା କରିବାକୁ ଯୁବକ ଜଣଙ୍କ ପଟିଆ ଛକରେ ଥିବା ଇଲେକ୍ଟ୍ରି ସବ୍‌ଷ୍ଟେସନ୍‌ ଖୁଣ୍ଟିରେ ଚଢି ଯାଇଥିଲେ । ଏପରି ଖବର ପାଇ ସଙ୍ଗେ ସଙ୍ଗେ ଚନ୍ଦ୍ରଶେଖରପୁର ଥାନା ପୋଲିସ, ଦୁଇ ପିସିଆର୍‌ ଭ୍ୟାନ୍‌, ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ କିଛି ଲୋକ ମିଶି ଯୁବକଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ଯୁବକ ସ୍ଥାନୀୟ ଥାନରେ ଥିବା ବେଳେ କିଏ ଆଉ କାହିଁକି ଆକ୍ରମଣ କରିବାକୁ ଆସିଥିଲେ । ସେନେଇ ଚନ୍ଦ୍ରଶେଖପୁର ଥାନା ପୋଲିସ ଛାନ୍‌ଭିନ୍‌ କରୁଛି ।