ପୂର୍ବଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼, ଜଣେ ଅଟକ

ଚାନ୍ଦବାଲି,୧୮ା୨(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନସ୍ଥ ଚରଦିଆ ପଞ୍ଚାୟତ ତ୍ରିନାଥ ଜାର ସାର୍ବଜନୀକ ସରସ୍ବତୀ ପଡ଼ିଆରେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଚରଦିଆ ସାର୍ବଜନୀନ ସରସ୍ବତୀ ପଡ଼ିଆରେ ଯାତ୍ରା ହେଉଥିବା ବେଳେ ଶନିବାର ରାତିରେ ଯାତ୍ରା ପଡ଼ିଆରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧାମରା ଅଞ୍ଚଳର ଯୁବକ ଭଜୁ ଓରଫ ଲକି ତରାଇ ଏଂ ତାଙ୍କ ସହଯୋଗୀ ରଘୁନାଥ ପରିଡ଼ା ଉଭୟ ମିଶି ପ୍ରକାଶ ମାଝି ନାମକ ଜଣେ ଯୁବକଙ୍କୁ ଛୁରାମାଡ଼ କରିଥିଲେ। ଚାନ୍ଦବାଲି […] The post ପୂର୍ବଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼, ଜଣେ ଅଟକ appeared first on Dharitri Odia News.

ପୂର୍ବଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼, ଜଣେ ଅଟକ

ଚାନ୍ଦବାଲି,୧୮ା୨(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନସ୍ଥ ଚରଦିଆ ପଞ୍ଚାୟତ ତ୍ରିନାଥ ଜାର ସାର୍ବଜନୀକ ସରସ୍ବତୀ ପଡ଼ିଆରେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଚରଦିଆ ସାର୍ବଜନୀନ ସରସ୍ବତୀ ପଡ଼ିଆରେ ଯାତ୍ରା ହେଉଥିବା ବେଳେ ଶନିବାର ରାତିରେ ଯାତ୍ରା ପଡ଼ିଆରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧାମରା ଅଞ୍ଚଳର ଯୁବକ ଭଜୁ ଓରଫ ଲକି ତରାଇ ଏଂ ତାଙ୍କ ସହଯୋଗୀ ରଘୁନାଥ ପରିଡ଼ା ଉଭୟ ମିଶି ପ୍ରକାଶ ମାଝି ନାମକ ଜଣେ ଯୁବକଙ୍କୁ ଛୁରାମାଡ଼ କରିଥିଲେ। ଚାନ୍ଦବାଲି ଥାନା ଓରାସାହି ପଞ୍ଚାୟତ ନେଡୁଆଳି ଗାଁର ପ୍ରକାଶଙ୍କୁ ଲକି ଏବଂ ରଘୁନାଥ ମିଶି ଆକ୍ରମଣ କରୁଥିବା ବେଳେ ଜଣେ ଅଭିଯୁକ୍ତ ଭଜୁ ଓରଫ ଲକିଙ୍କୁ ଗ୍ରାମବାସୀ ଧରି ବାଂଶଡ଼ା ଥାନାକୁ ଖବର ଦେଇଥିଲେ। ବାଂଶଡ଼ା ଥାନାର କର୍ମଚାରୀ ଜଣଙ୍କୁ ଧରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛନ୍ତି। ଆହତ ପ୍ରକାଶଙ୍କୁ ଛୁରାମାଡ଼ରେ ବାମ କାନ୍ଧରେ କ୍ଷତବିକ୍ଷତ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ବାଂଶଡ଼ା ଥାନାରେ ଏତଲା ଦିଆଯାଇନାହିଁ। ଏହି ଘଟଣାରେ ଲକିଙ୍କୁ ଅଟକ ରଖିଥିବା ବେଳେ ଅଧିକ ତଦନ୍ତ ଚଳାଇଛି ବାଂଶଡ଼ା ପୋଲିସ।

The post ପୂର୍ବଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼, ଜଣେ ଅଟକ appeared first on Dharitri Odia News.