ପୃଥକ-ପୃଥକ ଦୁର୍ଘଟଣାରେ ୬ ମୃତ, ସିକ୍କିମରେ ଖାଇକୁ ଖସିଲା କାର

ନୂଆଦିଲ୍ଲୀ ୭।୦୪: ଦେଶରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ମୋଟ ୬ ଜଣଙ୍କର ମୃତ୍ୟୁ ଘଟିଛି। କର୍ଣ୍ଣାଟକରେ ଏକ ଦୁଃଖଦ ସଡକ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି। ପୋଲିସ କହିଛି ଯେ ରବିବାର ସକାଳେ ବେଙ୍ଗାଲୁରୁରୁ ଗୋକର୍ଣ୍ଣା ଅଭିମୁଖେ ଯାଉଥିବା ଏକ ଟୁରିଷ୍ଟ ବସ୍‌ ଏକ ଖାଇରେ ଓଲଟି ପଡି ଚାରି ଜଣଙ୍କର ମୃତ୍ୟୁ ଘଟିଛି।ଏହି ଘଟଣା ହୋଲାଲକେର୍ ଟାଉନ୍ ଉପକଣ୍ଠ ଅଞ୍ଜାନିଆ ମନ୍ଦିର ନିକଟରେ ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଆଠ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତଦେହକୁ ଉଦ୍ଧାର କରଯିବା ସହ ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକମାନେ ଏହି ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ପାଇଁ ରାସ୍ତାର ଖରାପ ଡିଜାଇନକୁ ଦାୟୀ କରିଛନ୍ତି।ଏହା ବ୍ୟତୀତ ପାହାଡି ରାଜ୍ୟ ସିକ୍କିମରେ ମଧ୍ୟ ଏକ ବଡ଼ ଦୁର୍ଘଟଣା ଘଟିଛି। କାରଟି ଖାଲରେ ଖସିପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଆସାମରୁ ୬ ଜଣ ପର୍ଯ୍ୟଟକଙ୍କୁ ନେଇ ଏକ କାର ଲାଚୁଙ୍ଗରୁ ଚୁଙ୍ଗଥାଙ୍ଗ ଅଭିମୁଖେ ଯାଉଥିବା ବେଳେ ବୋପ ଅଞ୍ଚଳ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଡ୍ରାଇଭର କାର ଉପରେ ନିୟନ୍ତ୍ରଣ ହରାଇବା ଫଳରେ କାରଟି ୨୫୦ ଫୁଟ ତଳେ ଥିବା ଏକ ଖାଲରେ ପଡିଯାଇଥିଲା। ଏନେଇ ପୋଲିସ ଅଧିକାରୀ କହିଛନ୍ତି ଯେ ଡ୍ରାଇଭର ଏବଂ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବ

ପୃଥକ-ପୃଥକ ଦୁର୍ଘଟଣାରେ ୬ ମୃତ, ସିକ୍କିମରେ ଖାଇକୁ ଖସିଲା କାର

ନୂଆଦିଲ୍ଲୀ ୭।୦୪: ଦେଶରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ମୋଟ ୬ ଜଣଙ୍କର ମୃତ୍ୟୁ ଘଟିଛି। କର୍ଣ୍ଣାଟକରେ ଏକ ଦୁଃଖଦ ସଡକ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି। ପୋଲିସ କହିଛି ଯେ ରବିବାର ସକାଳେ ବେଙ୍ଗାଲୁରୁରୁ ଗୋକର୍ଣ୍ଣା ଅଭିମୁଖେ ଯାଉଥିବା ଏକ ଟୁରିଷ୍ଟ ବସ୍‌ ଏକ ଖାଇରେ ଓଲଟି ପଡି ଚାରି ଜଣଙ୍କର ମୃତ୍ୟୁ ଘଟିଛି।

ଏହି ଘଟଣା ହୋଲାଲକେର୍ ଟାଉନ୍ ଉପକଣ୍ଠ ଅଞ୍ଜାନିଆ ମନ୍ଦିର ନିକଟରେ ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଆଠ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତଦେହକୁ ଉଦ୍ଧାର କରଯିବା ସହ ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକମାନେ ଏହି ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ପାଇଁ ରାସ୍ତାର ଖରାପ ଡିଜାଇନକୁ ଦାୟୀ କରିଛନ୍ତି।

ଏହା ବ୍ୟତୀତ ପାହାଡି ରାଜ୍ୟ ସିକ୍କିମରେ ମଧ୍ୟ ଏକ ବଡ଼ ଦୁର୍ଘଟଣା ଘଟିଛି। କାରଟି ଖାଲରେ ଖସିପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଆସାମରୁ ୬ ଜଣ ପର୍ଯ୍ୟଟକଙ୍କୁ ନେଇ ଏକ କାର ଲାଚୁଙ୍ଗରୁ ଚୁଙ୍ଗଥାଙ୍ଗ ଅଭିମୁଖେ ଯାଉଥିବା ବେଳେ ବୋପ ଅଞ୍ଚଳ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଡ୍ରାଇଭର କାର ଉପରେ ନିୟନ୍ତ୍ରଣ ହରାଇବା ଫଳରେ କାରଟି ୨୫୦ ଫୁଟ ତଳେ ଥିବା ଏକ ଖାଲରେ ପଡିଯାଇଥିଲା। ଏନେଇ ପୋଲିସ ଅଧିକାରୀ କହିଛନ୍ତି ଯେ ଡ୍ରାଇଭର ଏବଂ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ଜଣ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି।