ପୋଖରୀ ଭିତରେ ପଶିଗଲା ଗଞ୍ଜେଇ ଭର୍ତ୍ତି କାର୍
ବଲାଙ୍ଗୀର,୨୦।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅଧୀନ କୁରୁଲରୁ-ଭାଲେର୍ ବାଏପାସ୍ ରାସ୍ତାରେ ଏକ ଦୁର୍ଘଟଣା ଘଟିଛି। ଏକ ଗଞ୍ଜେଇ ଭର୍ତ୍ତି କାର୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ପୋଖରୀ ଭିତରକୁ ପଶିଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ମୁତାବକ, ଏକ କାର୍ (ନଂ. ଓଡି୨୬-୯୦୯୯) କୁରୁଲରୁ-ଭାଲେର୍ ବାଏପାସ୍ ରାସ୍ତାରେ ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ପୋଖରୀ ଭିତରକୁ ପଶିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ହେଲେ […] The post ପୋଖରୀ ଭିତରେ ପଶିଗଲା ଗଞ୍ଜେଇ ଭର୍ତ୍ତି କାର୍ appeared first on Dharitri Odia News.
ବଲାଙ୍ଗୀର,୨୦।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅଧୀନ କୁରୁଲରୁ-ଭାଲେର୍ ବାଏପାସ୍ ରାସ୍ତାରେ ଏକ ଦୁର୍ଘଟଣା ଘଟିଛି। ଏକ ଗଞ୍ଜେଇ ଭର୍ତ୍ତି କାର୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ପୋଖରୀ ଭିତରକୁ ପଶିଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ମୁତାବକ, ଏକ କାର୍ (ନଂ. ଓଡି୨୬-୯୦୯୯) କୁରୁଲରୁ-ଭାଲେର୍ ବାଏପାସ୍ ରାସ୍ତାରେ ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ପୋଖରୀ ଭିତରକୁ ପଶିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ହେଲେ କାର୍ ଡ୍ରାଇଭରଙ୍କ ସହ ଅନ୍ୟମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ଖବର ପାଇ ପୁଇଁତଲା ଥାନା ପୋଲିସ ପହଞ୍ଚି ଏକ କ୍ରେନ ସାହାଯ୍ୟରେ କାରକୁ ଉଦ୍ଧାର କରିଥିଲା। ପୋଲିସ ଯାଞ୍ଚ ବେଳେ କାରରୁ ୩୦ କେଜି ଗଞ୍ଜେଇ ଜବତ କରିଛି। ଅନ୍ୟପକ୍ଷେ ଘଟଣା ସ୍ଥଳରେ ପୁଇଁତଲା ଥାନା ଆଇଆଇସି ଶୁଭରାଜ ଧରୁଆ ଏବଂ ପୋଲିସ କର୍ମଚାରୀଙ୍କ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି।
The post ପୋଖରୀ ଭିତରେ ପଶିଗଲା ଗଞ୍ଜେଇ ଭର୍ତ୍ତି କାର୍ appeared first on Dharitri Odia News.