ପୋଖରୀରୁ ଆଶା କର୍ମୀଙ୍କ ମୃତଦେହ ଉଦ୍ଧାର, ଶନିବାର ଠାରୁ ଥିଲେ ନିଖୋଜ
ସୁନ୍ଦରଗଡ ୧।୧୨: ପୋଖରୀରୁ ମିଳିଲା ଆଶା କର୍ମୀଙ୍କ ମୃତଦେହ । ଶନିବାର ଠାରୁ ନିଖୋଜ ଥିଲେ ଆଶା କର୍ମୀ । ସୁନ୍ଦରଗଡ ଭଷ୍ମା ଥାନା କୁଡାବଗା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଭଷ୍ମା ଥାନା କୁଡାବଗା ଗାଁର ଆଶା କର୍ମୀ ସୁବାସିନୀ ନାଏକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଶନିବାର ଠାରୁ ନିଖୋଜ ଥିଲେ ସୁବାସିନୀ । ରବିବାର ପୋଖରୀରେ ସୁବାସିନୀଙ୍କ ମୃତଦେହ ଭାସୁଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ସୁବାସିନୀଙ୍କ ବେକ ଓ ଆଖିରେ କ୍ଷତ ଚିହ୍ନ ଥିବାରୁ ହତ୍ୟା କରି ପୋଖରୀରେ ଫିଙ୍ଗିଥିବା ସନ୍ଦେହ କରାଯାଉଛି । କାହିଁକି ଆଶା କର୍ମୀଙ୍କୁ କିଏ ଓ କାହିଁକି ହତ୍ୟା କରିଛି ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ପୋଖରୀ କୂଳରୁ ଏକ ରକ୍ତ ଲାଗିଥିବା ମୋବାଇଲକୁ ପୋଲିସ ଜବତ କରିଛି ।You Can Read:ନୌସେନା ଦିବସକୁ ସଫଳ କରିବାକୁ ପୁରୀ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ, ମୁତୟନ ହେବେ ୮୫ପ୍ଲାଟୁନ ପୋଲିସ ଫୋର୍ସ, ୪୫ ପ୍ଲାଟୁନ ସିଏପିଏଫ ଅଫିସର
ସୁନ୍ଦରଗଡ ୧।୧୨: ପୋଖରୀରୁ ମିଳିଲା ଆଶା କର୍ମୀଙ୍କ ମୃତଦେହ । ଶନିବାର ଠାରୁ ନିଖୋଜ ଥିଲେ ଆଶା କର୍ମୀ । ସୁନ୍ଦରଗଡ ଭଷ୍ମା ଥାନା କୁଡାବଗା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଭଷ୍ମା ଥାନା କୁଡାବଗା ଗାଁର ଆଶା କର୍ମୀ ସୁବାସିନୀ ନାଏକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଶନିବାର ଠାରୁ ନିଖୋଜ ଥିଲେ ସୁବାସିନୀ । ରବିବାର ପୋଖରୀରେ ସୁବାସିନୀଙ୍କ ମୃତଦେହ ଭାସୁଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ସୁବାସିନୀଙ୍କ ବେକ ଓ ଆଖିରେ କ୍ଷତ ଚିହ୍ନ ଥିବାରୁ ହତ୍ୟା କରି ପୋଖରୀରେ ଫିଙ୍ଗିଥିବା ସନ୍ଦେହ କରାଯାଉଛି । କାହିଁକି ଆଶା କର୍ମୀଙ୍କୁ କିଏ ଓ କାହିଁକି ହତ୍ୟା କରିଛି ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ପୋଖରୀ କୂଳରୁ ଏକ ରକ୍ତ ଲାଗିଥିବା ମୋବାଇଲକୁ ପୋଲିସ ଜବତ କରିଛି ।
You Can Read: