ପୋଖରୀରେ ବୁଡ଼ି ଭାଇଭଉଣୀଙ୍କ ସଲିଳ ସମାଧି

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଅଞ୍ଚଳା ପଞ୍ଚାୟତରେ ଦୁଃଖଦ ଘଟଣା ଘଟିଛି। ଗାଁ ନିକଟରେ ଥିବା ପୋଖରୀରେ ବୁଡ଼ି ଦୁଇ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। । ଦୁଇ ମୃତ ଶିଶୁ ହେଲେ ବିରାହାଣ୍ଡି ଗାଁର ଯୋଗେଶ୍ୱର ଅମୋନାତ୍ୟଙ୍କ ୫ବର୍ଷର ଝିଅ ନବିନା ଅମୋନାତ୍ୟ ଓ ଆଉ ଏକ ଭାଇ ସଦନ ଅମୋନାତ୍ୟଙ୍କ ପାଞ୍ଚ ବର୍ଷର ପୁଅ ରାମକୃଷ୍ଣ ଅମୋନାତ୍ୟ। ସୂଚନା ଅନୁଯାୟୀ, ଉଭୟେ ଶୌଚ ପାଇଁ ନିକଟରେ ଥିବା ପୋଖରୀକୁ ଯାଇଥିବା ବେଳେ ପାଣିରେ […]

ପୋଖରୀରେ ବୁଡ଼ି ଭାଇଭଉଣୀଙ୍କ ସଲିଳ ସମାଧି
2 minor drowned while bathing in pond at baripada

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଅଞ୍ଚଳା ପଞ୍ଚାୟତରେ ଦୁଃଖଦ ଘଟଣା ଘଟିଛି। ଗାଁ ନିକଟରେ ଥିବା ପୋଖରୀରେ ବୁଡ଼ି ଦୁଇ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। । ଦୁଇ ମୃତ ଶିଶୁ ହେଲେ ବିରାହାଣ୍ଡି ଗାଁର ଯୋଗେଶ୍ୱର ଅମୋନାତ୍ୟଙ୍କ ୫ବର୍ଷର ଝିଅ ନବିନା ଅମୋନାତ୍ୟ ଓ ଆଉ ଏକ ଭାଇ ସଦନ ଅମୋନାତ୍ୟଙ୍କ ପାଞ୍ଚ ବର୍ଷର ପୁଅ ରାମକୃଷ୍ଣ ଅମୋନାତ୍ୟ।

ସୂଚନା ଅନୁଯାୟୀ, ଉଭୟେ ଶୌଚ ପାଇଁ ନିକଟରେ ଥିବା ପୋଖରୀକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ଧରି ଭାଇଭଉଣୀ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ଅନ୍ୟ ଏକ ଶିଶୁଠୁ ସୂଚନା ପାଇ ପୋଖରୀରେ ବୁଡ଼ି ଯାଇଥିବା ଜାଣିବାକୁ ପାଇଥିଲେ। ସେମାନଙ୍କୁ ପାଣିରୁ ଉଦ୍ଧାର କରିବା ବେଳକୁ ଦୁଇ ଜଣ ଶିଶୁଙ୍କ ପ୍ରାଣ ଚାଲିଯାଇଥିବା ଜଣାପଡ଼ିଥିଲା ଉଭୟେ ସମ୍ପର୍କରେ ଭାଇଭଉଣୀ। ଦୁଇ ଶିଶୁଙ୍କ ମୃତ୍ୟୁକୁ ନେଇ ପରିବାର ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।