ପୋଲିସ ଷ୍ଟେସନରେ ବଦଳା ଯାଇଛି ପ୍ରମାଣ, ଫେକ୍ ରେକର୍ଡ ତିଆରି କରାଯାଇଛି...କୋଲକାତା ମାମଲାରେ CBIର ବଡ଼ ଦାବି
ନୂଆଦିଲ୍ଲୀ: କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସିବିଆଇ ଚାଞ୍ଚଲ୍ୟକର ଦାବି କରିଛି । ସିବିଆଇ ବୁଧବାର ଦାବି କରିଛି ଯେ ପୋଲିସ ଷ୍ଟେସନରେ ପ୍ରମାଣ ବଦଳା ଯାଇଥିଲା । ଏହା ପୂର୍ବରୁ ବି ମହିଳା ଡାକ୍ତରଙ୍କ ହତ୍ୟା ମାମଲାରେ ପୋଲିସ ବିରୋଧରେ ପ୍ରମାଣ ନଷ୍ଟ ଅଭିଯୋଗ ଆସିଥିଲା । ଏଥିପାଇଁ ସିବିଆଇ ଟାଲା ଥାନାର ତତ୍କାଳୀନ ଓଆଇସି ଅଭିଜିତ୍ ମଣ୍ଡଳଙ୍କୁ ଗିରଫ କରିଥିଲା ।ଏଥର ସେହି ଟାଲା ଥାନା ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆସିଛି । ଅଭିଯୋଗ ଯେ ଥାନା ଭିତରେ ପ୍ରମାଣ ବଦଳା ଯାଇଛି ଏବଂ ମିଛ ରେକର୍ଡ ପ୍ରସ୍ତୁତ କରାଯାଇଛି । କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ବୁଧବାର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଏହାର ଖୁଲାସା କରିଛି ।ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ମୃତ ଦେହ ମିଳିଥିଲା । ଶବ ବ୍ୟବଚ୍ଛେଦ ପରେ ମହିଳା ଡାକ୍ତରଙ୍କ ସହ ଶାରୀରିକ ଶୋଷଣ ହୋଇଥିବା ଜଣାପଡ଼ିଥିଲା । ମାମଲାର ଅଭିଯୁକ୍ତ ଭାବେ ସଞ୍ଜୟ ରୟକୁ ପ୍ରଥମେ ଗିରଫ କରାଯାଇଥିଲା । ଏହାପରେ ମାମଲାରେ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବଂ ଟାଲା ଥାନାର ପୂର୍ବତନ ଓଆଇସି ଅଭିଜିତ୍ ମଣ୍ଡଳକୁ ମଧ୍ୟ ଗିରଫ କରିଥିଲା ।କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଦାବି କରିଛି ଯେ ଟାଲା ପୋଲିସ ଷ୍ଟେସନ ଭିତରେ ଫେକ୍ ରେକର୍ଡ ତିଆରି କରାଯାଇଥିଲା । ସିବିଆଇ ଦ୍ୱାରା ଦିଆ
ନୂଆଦିଲ୍ଲୀ: କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସିବିଆଇ ଚାଞ୍ଚଲ୍ୟକର ଦାବି କରିଛି । ସିବିଆଇ ବୁଧବାର ଦାବି କରିଛି ଯେ ପୋଲିସ ଷ୍ଟେସନରେ ପ୍ରମାଣ ବଦଳା ଯାଇଥିଲା । ଏହା ପୂର୍ବରୁ ବି ମହିଳା ଡାକ୍ତରଙ୍କ ହତ୍ୟା ମାମଲାରେ ପୋଲିସ ବିରୋଧରେ ପ୍ରମାଣ ନଷ୍ଟ ଅଭିଯୋଗ ଆସିଥିଲା । ଏଥିପାଇଁ ସିବିଆଇ ଟାଲା ଥାନାର ତତ୍କାଳୀନ ଓଆଇସି ଅଭିଜିତ୍ ମଣ୍ଡଳଙ୍କୁ ଗିରଫ କରିଥିଲା ।
ଏଥର ସେହି ଟାଲା ଥାନା ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆସିଛି । ଅଭିଯୋଗ ଯେ ଥାନା ଭିତରେ ପ୍ରମାଣ ବଦଳା ଯାଇଛି ଏବଂ ମିଛ ରେକର୍ଡ ପ୍ରସ୍ତୁତ କରାଯାଇଛି । କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ବୁଧବାର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଏହାର ଖୁଲାସା କରିଛି ।
ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ମୃତ ଦେହ ମିଳିଥିଲା । ଶବ ବ୍ୟବଚ୍ଛେଦ ପରେ ମହିଳା ଡାକ୍ତରଙ୍କ ସହ ଶାରୀରିକ ଶୋଷଣ ହୋଇଥିବା ଜଣାପଡ଼ିଥିଲା । ମାମଲାର ଅଭିଯୁକ୍ତ ଭାବେ ସଞ୍ଜୟ ରୟକୁ ପ୍ରଥମେ ଗିରଫ କରାଯାଇଥିଲା । ଏହାପରେ ମାମଲାରେ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବଂ ଟାଲା ଥାନାର ପୂର୍ବତନ ଓଆଇସି ଅଭିଜିତ୍ ମଣ୍ଡଳକୁ ମଧ୍ୟ ଗିରଫ କରିଥିଲା ।
କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଦାବି କରିଛି ଯେ ଟାଲା ପୋଲିସ ଷ୍ଟେସନ ଭିତରେ ଫେକ୍ ରେକର୍ଡ ତିଆରି କରାଯାଇଥିଲା । ସିବିଆଇ ଦ୍ୱାରା ଦିଆଯାଇଥିବା ଦସ୍ତାବିଜର ପଏଣ୍ଟ ୪ରେ ଲେଖିଛି, ‘ଫଲ୍ସ ରେକର୍ଡ କ୍ରିଏଟେଡ୍ ବା ଅଲ୍ଟରଡ୍’ ଅର୍ଥାତ୍ ଭୁଲ ରେକର୍ଡ କରାଯାଇଛି ବା ତିଆରି କରାଯାଇଛି । ସିବିଆଇ ଦାବି କରିଛି ଯେ ଆରଜି କର ମାମଲାରେ ପାରିପାଶ୍ୱିକ ସାକ୍ଷ୍ୟ ଏବଂ ଅଭିଯୁକ୍ତଙ୍କୁ ପଚରାଉଚରା ଆଧାରରେ ଏହି ସୂଚନା ସାମନାକୁ ଆସିଛି । ଟାଲା ଥାନାର ଭୂମିକା ଉପରେ ଆରମ୍ଭରୁ ହିଁ ପ୍ରଶ୍ନ ଉଠୁଛି । ସଠିକ୍ ସମୟରେ ଏଫ୍ଆଇଆର୍ ରୁଜୁ କରାଯାଇନଥିଲା ? ପୋଲିସ ତରବରିଆ ଭାବେ ଶବର ଅନ୍ତିମ ସଂସ୍କାର କାହିଁକି କଲା ? ଏପରି ଅନେକ ପ୍ରଶ୍ନ ଉଠୁଛି । ବୁଧବାର କୋର୍ଟରେ ନିଜ ଆଡ଼ୁ ଯୁକ୍ତି ରଖି ପୂର୍ବତନ ଓଆଇସି ଅଭିଜିତ୍ ମଣ୍ଡଳ ଦାବି କରିଥିଲେ ଯେ ଘଟଣା ଦିନ ସେ ନିଜ କାମ ଠିକ୍ ଭାବେ କରିଥିଲେ ।