ପୋଲିସର ଚଢ଼ାଉ ପରେ ନାମଫଳକରେ ଢଙ୍କାଗଲା କପଡ଼ା
ଗଞ୍ଜାମ,୧୧ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଥିବା ଲଜ୍ ଓ ରେସିଡେନ୍ସିଗୁଡ଼ିକରେ କିଛିଦିନ ତଳେ ଚଢ଼ାଉ କରିଥିଲା ଗଞ୍ଜାମ ଥାନା ପୋଲିସ। ଫଳରେ ତ୍ରିବେଣୀ ମଠ ଛକସ୍ଥିତ ରେସିଡେନ୍ସିରେ କପଡ଼ା ଢଙ୍କା ଯାଇଥିବା ଦେଖିବାକୁ ମିଳିଥିବା ବେଳେ କିଛି ମାଲିକ ନିଜ ଲଜ୍ ବନ୍ଦ କରିଦେଇଥିବା ସହରରେ ଚର୍ଚ୍ଚା ଜୋର୍ ଧରିଛି। ଏ ସଂକ୍ରାନ୍ତରେ ପୋଲିସ କିନ୍ତୁ ମୁହଁ ଖୋଲୁ ନ ଥିବା ଜଣାପଡ଼ିଛି। ଛକଠାରେ ଥିବା ଏକ ଭଡ଼ାଘରୁ ଜଣେ ବିହାରୀ ଯୁବକଙ୍କ […] The post ପୋଲିସର ଚଢ଼ାଉ ପରେ ନାମଫଳକରେ ଢଙ୍କାଗଲା କପଡ଼ା appeared first on Dharitri Odia News.
ଗଞ୍ଜାମ,୧୧ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଥିବା ଲଜ୍ ଓ ରେସିଡେନ୍ସିଗୁଡ଼ିକରେ କିଛିଦିନ ତଳେ ଚଢ଼ାଉ କରିଥିଲା ଗଞ୍ଜାମ ଥାନା ପୋଲିସ। ଫଳରେ ତ୍ରିବେଣୀ ମଠ ଛକସ୍ଥିତ ରେସିଡେନ୍ସିରେ କପଡ଼ା ଢଙ୍କା ଯାଇଥିବା ଦେଖିବାକୁ ମିଳିଥିବା ବେଳେ କିଛି ମାଲିକ ନିଜ ଲଜ୍ ବନ୍ଦ କରିଦେଇଥିବା ସହରରେ ଚର୍ଚ୍ଚା ଜୋର୍ ଧରିଛି। ଏ ସଂକ୍ରାନ୍ତରେ ପୋଲିସ କିନ୍ତୁ ମୁହଁ ଖୋଲୁ ନ ଥିବା ଜଣାପଡ଼ିଛି। ଛକଠାରେ ଥିବା ଏକ ଭଡ଼ାଘରୁ ଜଣେ ବିହାରୀ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁର ଖୋଳତାଡ଼ କରୁଛି ଗଞ୍ଜାମ ଥାନା ପୋଲିସ। ଯାହା ଲଜ୍ ମାଲିକଙ୍କ ନିଦ ହଜିଯାଇଥିବା ଆଲୋଚନା ହେଉଛି। ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଲଜ୍ରୁ ଜଣେ ବ୍ୟକ୍ତିଙ୍କୁ ଗଞ୍ଜାମ ପୋଲିସ ପଚରାଉଚରା କରିଥଲେ ମଧ୍ୟ ତାହା ତଦନ୍ତରେ ସୀମିତ ଥିବା ଜଣାପଡ଼ିଛି। ପୋଲିସର ଅଚାନକ ଚଢ଼ାଉକୁ ନେଇ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିଲା। ମଧ୍ୟ ଲଜ୍ ମାଲିକଙ୍କ ମଧ୍ୟରେ ଛନକା ପଶିଯାଇଛି। ରବିବାର ପୋଲିସ ତ୍ରିବେଣୀ ମଠ ଛକସ୍ଥିତ ରେସିଡେନ୍ସି ଓ ରାଜପଥ ପାର୍ଶ୍ୱରେ ଥିବା ଲଜ୍ରେ ଅତର୍କିତ ଚଢ଼ାଉ କରି କାଗଜପତ୍ର ଓ ରେଜିଷ୍ଟର ଯାଞ୍ଚ କରିଥିଲେ।
ପ୍ରକାଶ ଯୋଗ୍ୟ, ଚଢ଼ାଉ ବେଳେ ଲଜ୍ ମାଲିକମାନେ ଅନୁପସ୍ଥିତ ଯୋଗୁ ବିଭିନ୍ନ କାଗଜପତ୍ର ଥାନାରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଆଇଆଇସି ସୁମିତ୍ରା ପାତ୍ର।
The post ପୋଲିସର ଚଢ଼ାଉ ପରେ ନାମଫଳକରେ ଢଙ୍କାଗଲା କପଡ଼ା appeared first on Dharitri Odia News.