ପୋଷ୍ଟାଲ ବାଲାଟ ମତଦାନ ଆରମ୍ଭ, ଡୋର ଟୁ ଡୋର ମତ ସଂଗ୍ରହ କଲେ ପୋଲିଂ ଅଫିସର
ନୂଆଦିଲ୍ଲୀ ୦୮/୦୪: ଦେଶରେ ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଖାସ୍ କରି ଆରମ୍ଭ ହୋଇଛି ପୋଷ୍ଟାଲ ବାଲାଟ ପ୍ରକ୍ରିୟା । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ କେତେକ ମନୋନୀତ ପୋଲିଂ ଅଫିସର ପୋଷ୍ଟାଲ ଭୋଟ ସଂଗ୍ରହ କରୁଛନ୍ତି । ବିଶେଷ କରି ୮୫ ବର୍ଷରୁ ଅଧିକ, ଦିବ୍ୟାଙ୍ଗ ଓ ଭୋଟରଙ୍କ ପାଇଁ ଏହି ସେବା ଉପଲବ୍ଧ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟରେ ନିର୍ବାଚନ କର୍ମୀମାନେ ପୋଷ୍ଟାଲ ମାଧ୍ୟମରେ ଭୋଟ୍ ପାଇବାକୁ ଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରୁଛନ୍ତି । ସେମାନଙ୍କ ଘରେ ପହଞ୍ଚି ସେମାନଙ୍କ ମତ ସଂଗ୍ରହ କରିଛନ୍ତି । ଭାରତର ନିର୍ବାଚନ ଆୟୋଗ ଯଥାସମ୍ଭବ ଲୋକେ ମତଦାନରେ ଅଂଶଗ୍ରହଣ କରିବେ ବୋଲି ବ୍ୟବସ୍ଥା କରିଛନ୍ତି । କିନ୍ତୁ ବୟସ୍କ ନାଗରିକ ଏବଂ ଅନେକ ଦିବ୍ୟାଙ୍ଗ ଭୋଟର ବୁଥକୁ ଯାଇ ଭୋଟ୍ ଦେବାର ସ୍ଥିତିରେ ନାହାଁନ୍ତି । ଏହା ବ୍ୟତୀତ, ଏପରି ଅନେକ ସରକାରୀ ସେବା ଅଛି, ଯାହାର କର୍ମଚାରୀମାନେ ନିଜ ଜନ୍ମ ସ୍ଥାନଠାରୁ ଦୂରରେ ରୁହନ୍ତି । #WATCH | Tamil Nadu: Process of casting postal votes begins in Kanchipuram Constituency. The process will end on April 11 here. 15 teams with high security are involved in Postal vote collection work. pic.twitter.com/B5dozcPKcW— ANI (@ANI) April 8, 2024ଏମିତିକି ଭୋଟ୍ ପାଇଁ ଘରକୁ ଯାଇପାରନ୍ତି ନାହିଁ । ଯେମିତିକ ସାମରିକ
ନୂଆଦିଲ୍ଲୀ ୦୮/୦୪: ଦେଶରେ ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଖାସ୍ କରି ଆରମ୍ଭ ହୋଇଛି ପୋଷ୍ଟାଲ ବାଲାଟ ପ୍ରକ୍ରିୟା । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ କେତେକ ମନୋନୀତ ପୋଲିଂ ଅଫିସର ପୋଷ୍ଟାଲ ଭୋଟ ସଂଗ୍ରହ କରୁଛନ୍ତି ।
ବିଶେଷ କରି ୮୫ ବର୍ଷରୁ ଅଧିକ, ଦିବ୍ୟାଙ୍ଗ ଓ ଭୋଟରଙ୍କ ପାଇଁ ଏହି ସେବା ଉପଲବ୍ଧ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟରେ ନିର୍ବାଚନ କର୍ମୀମାନେ ପୋଷ୍ଟାଲ ମାଧ୍ୟମରେ ଭୋଟ୍ ପାଇବାକୁ ଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରୁଛନ୍ତି । ସେମାନଙ୍କ ଘରେ ପହଞ୍ଚି ସେମାନଙ୍କ ମତ ସଂଗ୍ରହ କରିଛନ୍ତି ।
ଭାରତର ନିର୍ବାଚନ ଆୟୋଗ ଯଥାସମ୍ଭବ ଲୋକେ ମତଦାନରେ ଅଂଶଗ୍ରହଣ କରିବେ ବୋଲି ବ୍ୟବସ୍ଥା କରିଛନ୍ତି । କିନ୍ତୁ ବୟସ୍କ ନାଗରିକ ଏବଂ ଅନେକ ଦିବ୍ୟାଙ୍ଗ ଭୋଟର ବୁଥକୁ ଯାଇ ଭୋଟ୍ ଦେବାର ସ୍ଥିତିରେ ନାହାଁନ୍ତି । ଏହା ବ୍ୟତୀତ, ଏପରି ଅନେକ ସରକାରୀ ସେବା ଅଛି, ଯାହାର କର୍ମଚାରୀମାନେ ନିଜ ଜନ୍ମ ସ୍ଥାନଠାରୁ ଦୂରରେ ରୁହନ୍ତି ।
#WATCH | Tamil Nadu: Process of casting postal votes begins in Kanchipuram Constituency. The process will end on April 11 here. 15 teams with high security are involved in Postal vote collection work. pic.twitter.com/B5dozcPKcW— ANI (@ANI) April 8, 2024
ଏମିତିକି ଭୋଟ୍ ପାଇଁ ଘରକୁ ଯାଇପାରନ୍ତି ନାହିଁ । ଯେମିତିକ ସାମରିକ କର୍ମଚାରୀ । ଏହିପରି ଲୋକଙ୍କ ପାଇଁ ଭାରତର ନିର୍ବାଚନ ଆୟୋଗ ପୋଷ୍ଟାଲା ବାଲାଟର ବ୍ୟବସ୍ଥା କରିଛନ୍ତି । ଯେପରି ନିଜ ସହରଠାରୁ ଦୂରରେ ରହୁଥିବା ନାଗରିକ, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଭୋଟର ଯେଉଁମାନେ ବୁଥକୁ ଯାଇପାରିବେ ନାହିଁ ସେମାନେ ସବୁ ଏହି ବ୍ୟବସ୍ଥା ଜରିଆରେ ଭୋଟ ଦେଉଛନ୍ତି ।
ଆସନ୍ତା ଏପ୍ରିଲ ୧୧ ଯାଏଁ ଚାଲିବ ପ୍ରକ୍ରିୟା । ଖାସ୍ କରି ଯେଉଁମାନେ ଭୋଟ ଦେବାରୁ ବଞ୍ଚିତ ରହିଯାଇଥିବେ ସେମାନେ ଯଥାସମ୍ଭବ ଏହି ବ୍ୟବସ୍ଥା ଜରିଆରେ ଭୋଟ ଦେବେ ।