ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ
କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମପ୍ରବାହ ଲାଗି ରହିଥିବା ସତ୍ତ୍ୱେ ବିଜେଡି ଭବାନୀପାଟଣା ବିଧାନସଭା ପ୍ରାର୍ଥିନୀ ବିଧାୟିକା ଲଳିତା ନାଏକ ଖରାତାତିକୁ ଭ୍ରୁକ୍ଷେପ ନ କରି ଦଳୀୟ ସମର୍ଥକଙ୍କ ସହ ପ୍ରଚାର ଅଭିଯାନ ଜୋର୍ଦାର କରିଛନ୍ତି। କେସିଙ୍ଗା ବ୍ଲକର ରେଙ୍ଗାଲି,କଛାରପଦର, ଧୁଣ୍ଡିଆମୁଣ୍ଡା,ବୁଢ଼ୀପଦର, କଲୋନୀ ପଡ଼ା ଆଦି ଗ୍ରାମାଞ୍ଚଳରେ […] The post ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ appeared first on Dharitri Odia News.
କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମପ୍ରବାହ ଲାଗି ରହିଥିବା ସତ୍ତ୍ୱେ ବିଜେଡି ଭବାନୀପାଟଣା ବିଧାନସଭା ପ୍ରାର୍ଥିନୀ ବିଧାୟିକା ଲଳିତା ନାଏକ ଖରାତାତିକୁ ଭ୍ରୁକ୍ଷେପ ନ କରି ଦଳୀୟ ସମର୍ଥକଙ୍କ ସହ ପ୍ରଚାର ଅଭିଯାନ ଜୋର୍ଦାର କରିଛନ୍ତି।
କେସିଙ୍ଗା ବ୍ଲକର ରେଙ୍ଗାଲି,କଛାରପଦର, ଧୁଣ୍ଡିଆମୁଣ୍ଡା,ବୁଢ଼ୀପଦର, କଲୋନୀ ପଡ଼ା ଆଦି ଗ୍ରାମାଞ୍ଚଳରେ ପ୍ରଚାର କରିଛନ୍ତି। ଶଙ୍ଖ ଚିହ୍ନରେ ଭୋଟ୍ ବ୍ୟବଧାନରେ ବିଜୟୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ଲାଗି ରାଜ୍ୟ ଶାସନରେ କ୍ଷମତାସୀନ କରିବା ନିମନ୍ତେ ସଂକଳ୍ପବଦ୍ଧ ହେବା ଲାଗି ବିଭିନ୍ନ ଜନସଭାରେ ନିବେଦନ କରିଥିଲେ। ଏହି ପ୍ରଚାର ଅଭିଯାନରେ ବିଜେଡିର ଯୁବ ସଙ୍ଗଠନ ଭବାନୀ ସାହୁଙ୍କ ନେତୃତ୍ୱରେ ଏହି ବିଜେଡିର ପଦଯାତ୍ରା ଆରମ୍ଭ ହୋଇଥିଲା। ଲଳିତା ନାଏକ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଭ୍ରୁକ୍ଷେପ ନ କରି ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଥିବାର ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡିର ବହୁ କର୍ମୀ ଅଂଶଗ୍ରହଣ କରି ଗ୍ରାମ ଗ୍ରାମ ବୁଲି ଲୋକଙ୍କୁ ଭୋଟ୍ ଦେବା ପାଇଁ ଅନୁରୋଧ କରିଥିଲେ।
The post ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ appeared first on Dharitri Odia News.