ପ୍ରଥମ ରାଜ୍ୟସ୍ତରୀୟ ଊର୍ଜା ମେଳା ଉଦ୍ଘାଟିତ
ଭୁବନେଶ୍ୱର,୨୦।୧୧(ଅଭୟ ଦାଶ): ଶକ୍ତି ସଂରକ୍ଷଣ ଏବଂ ସ୍ବଚ୍ଛଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ପାୱାର ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ଊର୍ଜା ମେଳା ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୪୭୦ରୁ ଅଧିକ ଛାତ୍ରୀଛାତ୍ର ସାମିଲ ହୋଇଥିଲେ। ଜାତୀୟ ଶକ୍ତି ସଂରକ୍ଷଣ ସପ୍ତାହ ପାଳନ ଅବସରରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ଟାଟା ପାୱାର କ୍ଲବ୍ ଏନର୍ଜି ପଦକ୍ଷେପର ଏକ ଅଂଶ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା […] The post ପ୍ରଥମ ରାଜ୍ୟସ୍ତରୀୟ ଊର୍ଜା ମେଳା ଉଦ୍ଘାଟିତ appeared first on Dharitri Odia News.
ଭୁବନେଶ୍ୱର,୨୦।୧୧(ଅଭୟ ଦାଶ): ଶକ୍ତି ସଂରକ୍ଷଣ ଏବଂ ସ୍ବଚ୍ଛଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ପାୱାର ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ଊର୍ଜା ମେଳା ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୪୭୦ରୁ ଅଧିକ ଛାତ୍ରୀଛାତ୍ର ସାମିଲ ହୋଇଥିଲେ।
ଜାତୀୟ ଶକ୍ତି ସଂରକ୍ଷଣ ସପ୍ତାହ ପାଳନ ଅବସରରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ଟାଟା ପାୱାର କ୍ଲବ୍ ଏନର୍ଜି ପଦକ୍ଷେପର ଏକ ଅଂଶ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଗତ ୩ ବର୍ଷ ମଧ୍ୟରେ କ୍ଲବ୍ ଏନର୍ଜିର ଉପସ୍ଥିତି, ସାରା ଓଡ଼ିଶାରେ ଉଲ୍ଲେଖନୀୟ ଭାବେ ବିସ୍ତାର ହୋଇଛି। ଟାଟା ପାୱାରର ୪ଟି ଡିସ୍କମ୍- ଟିପିସିଓଡିଏଲ୍, ଟିପିଡବ୍ଲ୍ୟୁଓଡିଏଲ୍, ଟିପିଏନ୍ଓଡିଏଲ୍ ଓ ଟିପିଏସ୍ଓଡିଏଲ୍ ଜରିଆରେ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟର ପ୍ରମୁଖ ଅଞ୍ଚଳ ଯଥା ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର ଭଳି ଅଞ୍ଚଳର ୫୦୦ରୁ ଅଧିକ ସ୍କୁଲର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଏପରିକି ନିକଟରେ ଆୟୋଜନ କରାଯାଇଥିବା ଅନେକ ମିନି ଊର୍ଜା ମେଳାରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଏହି ସଂଖ୍ୟକ ଛାତ୍ରୀଛାତ୍ରଙ୍କୁ ମନୋନୀତ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ଟାଟା ପାୱାରର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ତଥା ସ୍ଥାୟିତ୍ୱ ଓ ସିଏସ୍ଆର ମୁଖ୍ୟ ହିମାଲ ତିୱାରୀଙ୍କ ସମେତ ପଦ୍ମଶ୍ରୀ ସାବରମତୀ ଟିକି ଏବଂ ୟୁନିସେଫ୍, ୟୁଏନ୍ଡିପି, ଟାଟା ଷ୍ଟିଲ୍, ଆଇଏଚ୍ସିଏଲ୍, ଟିସିଏସ୍ ଏବଂ ଟାଟା ଷ୍ଟ୍ରାଇଭର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ବିର୍ଲା ଗ୍ରୁପ୍, ଏଲ୍ଟିଆଇ ମାଇଣ୍ଡଟ୍ରି, ଜେଏସ୍ଏଲ୍, ୱାଲର୍ଡ ଫୁଡ୍ ପ୍ରୋଗ୍ରାମ ଏବଂ ଲାଇଟ୍ ହାଉସ୍ ଫାଉଣ୍ଡେଶନ ଭଳି କର୍ପୋରେଟ୍ ଏବଂ ଏନ୍ଜିଓମାନେ ମଧ୍ୟ ଉପସ୍ଥିତ ଥିଲେ।
ଏ ନେଇ ହିମାଲ ତିୱାରୀ କହିଛନ୍ତି, ଟାଟା ପାୱାରର ଏହି ମିଶନ ମୂଳରେ ସ୍ଥାୟିତ୍ୱ ରହିଛି। ଊର୍ଜାମେଳା ଜରିଆରେ ଆମେ ଏକ ସବୁଜ, ସମାବେଶୀ ଭବିଷ୍ୟତ ଗଠନ କରିବା ପାଇଁ ଯୁବପିଢ଼ିଙ୍କୁ ସଶକ୍ତ କରୁଛୁ।
The post ପ୍ରଥମ ରାଜ୍ୟସ୍ତରୀୟ ଊର୍ଜା ମେଳା ଉଦ୍ଘାଟିତ appeared first on Dharitri Odia News.