ପ୍ରଥମ ସପ୍ତାହରେ ରେକର୍ଡ କଲା ‘ଫାଇଟର’

ମୁମ୍ବାଇ: ଜାନୁଆରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ହ୍ରିତିକ ରୋଶନ-ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଫାଇଟର୍‌’। ଏହା ଆରମ୍ଭ ଦିନରୁ ହିଟ୍‌ ସାବ୍ୟସ୍ତ ହୋଇଛି। ଫିଲ୍ମଟି ପ୍ରଥମ ଦିନରୁ ବହୁତ ଭଲ ରୋଜଗାର କରିଛି। ବକ୍ସ ଅଫିସରେ ଜବରଦସ୍ତ ରୋଜଗାର ହେବା ପରେ ‘ଫାଇଟର୍‌’ ଦ୍ୱିତୀୟ ଦିନରେ ଟିକେଟ ଓିଣ୍ଡୋରେ ବମ୍ପର ରୋଜଗାର କରିଥିଲା। ତୃତୀୟ ଏବଂ ଚତୁର୍ଥ ଦିନରେ ଭଲ ରୋଜଗାର କରି ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମଟି ୧୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ […] The post ପ୍ରଥମ ସପ୍ତାହରେ ରେକର୍ଡ କଲା ‘ଫାଇଟର’ appeared first on Dharitri Odia News.

ପ୍ରଥମ ସପ୍ତାହରେ ରେକର୍ଡ କଲା ‘ଫାଇଟର’

ମୁମ୍ବାଇ: ଜାନୁଆରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ହ୍ରିତିକ ରୋଶନ-ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଫାଇଟର୍‌’। ଏହା ଆରମ୍ଭ ଦିନରୁ ହିଟ୍‌ ସାବ୍ୟସ୍ତ ହୋଇଛି। ଫିଲ୍ମଟି ପ୍ରଥମ ଦିନରୁ ବହୁତ ଭଲ ରୋଜଗାର କରିଛି। ବକ୍ସ ଅଫିସରେ ଜବରଦସ୍ତ ରୋଜଗାର ହେବା ପରେ ‘ଫାଇଟର୍‌’ ଦ୍ୱିତୀୟ ଦିନରେ ଟିକେଟ ଓିଣ୍ଡୋରେ ବମ୍ପର ରୋଜଗାର କରିଥିଲା। ତୃତୀୟ ଏବଂ ଚତୁର୍ଥ ଦିନରେ ଭଲ ରୋଜଗାର କରି ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମଟି ୧୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିଛି। ପ୍ରଥମ ସପ୍ତାହ ‘ଫାଇଟର୍‌’ ଆଡଭାନ୍ସ ବୁକିଂ ମାଧ୍ୟମରେ ୭ କୋଟି ଟଙ୍କା ବ୍ୟବସାୟ କରିଥିଲା ଏବଂ ୨ ଦିନ ମଧ୍ୟରେ ଫିଲ୍ମ ୫୦ କୋଟି ଟଙ୍କା ଅତିକ୍ରମ କରିଛି।

Hrithik Roshan-Deepika Padukone-Anil Kapoor's Fighter to now release on this date; Details inside - Entertainment News | The Financial Express

‘ଫାଇଟର’ରେ ହ୍ରିତିକ ଏବଂ ଦୀପିକାଙ୍କୁ ପ୍ରଥମଥର ଏକାଠି ଦେଖିବାକୁ ମିଳିଛି। ଉଭୟଙ୍କ ଚମତ୍କାର କେମିଷ୍ଟ୍ରି ଦର୍ଶକଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ଗ୍ରହଣ କରୁଛି। ଫିଲ୍ମର ଟ୍ରେଲର ଦର୍ଶକଙ୍କ ପ୍ରତ୍ୟେକ ଶିରାପ୍ରଶିରାରେ ଦେଶପ୍ରେମ ଏବଂ ଉତ୍ସାହରେ ପରିପୂର୍ଣ୍ଣ କରିଥିଲା। ‘ଫାଇଟର’ ହେଉଛି ଭାରତର ସବୁଠୁ ବଡ଼ ଏରିଲ ଆକ୍ସନ ଫିଲ୍ମ। ଫିଲ୍ମର ଭିଏଫ୍‌ଏକ୍ସକୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ସୋସିଆଲ ମିଡିଆରେ ପ୍ରଶଂସକମାନେ ଏହି ଫିଲ୍ମକୁ ଫୁଲ୍‌ ଏଣ୍ଟରଟେନିଂ ବୋଲି କହୁଛନ୍ତି।

Hrithik Roshan-Deepika Padukone starrer Fighter trailer to release on January 15 : Bollywood News - Bollywood Hungama

ହ୍ରିତିକ ଏବଂ ଦୀପିକାଙ୍କ ଅଭିନୀତ ଏହି ଫିଲ୍ମ ୪ ଦିନ ମଧ୍ୟରେ ବକ୍ସ ଅଫିସରେ ୧୧୮ କୋଟି ଟଙ୍କା ଆୟ କରିଛି। ଫିଲ୍ମ ‘ଫାଇଟର୍‌’ ତୃତୀୟ ଦିନରେ ଅର୍ଥାତ୍‌ ଶନିବାର ଭାରତରେ ୨୯କୋଟି ଟଙ୍କାର ବ୍ୟବସାୟ କରିଥିଲା ଏବଂ ରବିବାର ଫିଲ୍ମର ରୋଜଗାରରେ ଏକ ବଡ଼ ଧରଣର ଜମ୍ପ ହୋଇଥିଲା।

The post ପ୍ରଥମ ସପ୍ତାହରେ ରେକର୍ଡ କଲା ‘ଫାଇଟର’ appeared first on Dharitri Odia News.