ପ୍ରଥମେ ବିକିଲେ ଘର, ଏବେ କିଣିଲେ ବିଳାସପୂର୍ଣ୍ଣ ଗାଡ଼ି, ଦାମ ଶୁଣିଲେ

ମୁମ୍ବାଇ: ହିମାଚଳ ପ୍ରଦେଶ ମଣ୍ଡି ଆସନର ଭାଜପା ଏମପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ନିକଟରେ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି। କଙ୍ଗନା ଲ୍ୟାଣ୍ଡ ରୋଭରର ରେଞ୍ଜ ରୋଭର ଅଟୋବାୟୋଗ୍ରାଫି LWB ମଡେଲକୁ ତାଙ୍କ ଘରକୁ ଆଣିଛନ୍ତି। ଏହାପୂର୍ବରୁ ଅଭିନେତ୍ରୀ ମୁମ୍ବାଇର ପାଲି ହିଲରେ ନିଜର ବଙ୍ଗଳା ବିକ୍ରି କରିଥିଲେ। ସେ ଏହି ବଙ୍ଗଳା ବିକ୍ରୟ କରିବାର କାରଣ ହେଉଛି ତାଙ୍କର ପ୍ରଡକଶନ ବେଂଚର। ଭାଜପା ଏମପି କଙ୍ଗନା ରାନାୱତଙ୍କ ନୂଆ ରେଞ୍ଜ ରୋଭର ସହିତ […] The post ପ୍ରଥମେ ବିକିଲେ ଘର, ଏବେ କିଣିଲେ ବିଳାସପୂର୍ଣ୍ଣ ଗାଡ଼ି, ଦାମ ଶୁଣିଲେ appeared first on Dharitri Odia News.

ପ୍ରଥମେ ବିକିଲେ ଘର, ଏବେ କିଣିଲେ ବିଳାସପୂର୍ଣ୍ଣ ଗାଡ଼ି, ଦାମ ଶୁଣିଲେ

ମୁମ୍ବାଇ: ହିମାଚଳ ପ୍ରଦେଶ ମଣ୍ଡି ଆସନର ଭାଜପା ଏମପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ନିକଟରେ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି। କଙ୍ଗନା ଲ୍ୟାଣ୍ଡ ରୋଭରର ରେଞ୍ଜ ରୋଭର ଅଟୋବାୟୋଗ୍ରାଫି LWB ମଡେଲକୁ ତାଙ୍କ ଘରକୁ ଆଣିଛନ୍ତି। ଏହାପୂର୍ବରୁ ଅଭିନେତ୍ରୀ ମୁମ୍ବାଇର ପାଲି ହିଲରେ ନିଜର ବଙ୍ଗଳା ବିକ୍ରି କରିଥିଲେ। ସେ ଏହି ବଙ୍ଗଳା ବିକ୍ରୟ କରିବାର କାରଣ ହେଉଛି ତାଙ୍କର ପ୍ରଡକଶନ ବେଂଚର।
ଭାଜପା ଏମପି କଙ୍ଗନା ରାନାୱତଙ୍କ ନୂଆ ରେଞ୍ଜ ରୋଭର ସହିତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ପୂଜାର୍ଚ୍ଚନା କରି ତାଙ୍କ ନୂତନ କାରକୁ ସ୍ବାଗତ କରିଥିଲେ। ଖବର ଅନୁଯାୟୀ, ବଲିଉଡ ଅଭିନେତ୍ରୀ ବିକ୍ରି କରିଥିବା ପାଲି ହିଲ ବଙ୍ଗଳାର ମୂଲ୍ୟ ପ୍ରାୟ ୩୨ କୋଟି ଟଙ୍କା ଥିଲା।
ଦୁଇଟି ପାୱାର୍‌ ଟ୍ରେନ ଅପଶନ ସହିତ ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ଭାରତୀୟ ବଜାରରେ ଉପଲବ୍ଧ। ପେଟ୍ରୋଲ ଭାରିଆଣ୍ଟରେ ଏହି କାରର ମୂଲ୍ୟ ୩.୦୮କୋଟି ଟଙ୍କା। ଯେଉଁଠାରେ ଡିଜେଲ ପାୱାର୍‌ ଟ୍ରେନ ସହିତ ରେଞ୍ଜ ରୋଭରର ମୂଲ୍ୟ ୩.୬୧ କୋଟି ଟଙ୍କା। ଏହି କାରରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ପାୱାର୍‌ ଟ୍ରେନ ସହିତ ଜଡିତ ସ୍ବୟଂଚାଳିତ ଟ୍ରାନ୍ସମିସନ ଅଛି।

The post ପ୍ରଥମେ ବିକିଲେ ଘର, ଏବେ କିଣିଲେ ବିଳାସପୂର୍ଣ୍ଣ ଗାଡ଼ି, ଦାମ ଶୁଣିଲେ appeared first on Dharitri Odia News.