‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ପ୍ରକୃତ ‘BOSS“
ନୂଆଦିଲ୍ଲୀ,୨୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଫିଜି ଗଣରାଜ୍ୟର ପ୍ରଧାନମନ୍ତ୍ରୀ ସିଟେନି ଲିଗାମାମାଡ଼ା ରାବୁକା। ସେ ମୋଦିଙ୍କୁ ବିଶ୍ୱର ପ୍ରକୃତ ବସ୍(ମାଲିକ) ବୋଲି କହିଛନ୍ତି। ଏଥିସହ ସେ ମୋଦିଙ୍କ ସବ୍କା ସାଥ୍, ସବ୍କା ବିକାଶର ମଧ୍ୟ ପ୍ରଶଂସା କରିଛନ୍ତି। ଫିଜି ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁନଃନିର୍ବାଚିତ ହେବା ଲାଗି ଅଭିନନ୍ଦନ ଜଣାଉଛି। ଫିଜି ଶାନ୍ତି ଲାଗି ଆମର ଯାତ୍ରା ପାଇଁ ପ୍ରତିବଦ୍ଧ। ସେ ସାରା ବିଶ୍ୱର ହିନ୍ଦୁମାନଙ୍କ ପ୍ରତି ତାଙ୍କ ହାତ […] The post ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ପ୍ରକୃତ ‘BOSS“ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଫିଜି ଗଣରାଜ୍ୟର ପ୍ରଧାନମନ୍ତ୍ରୀ ସିଟେନି ଲିଗାମାମାଡ଼ା ରାବୁକା। ସେ ମୋଦିଙ୍କୁ ବିଶ୍ୱର ପ୍ରକୃତ ବସ୍(ମାଲିକ) ବୋଲି କହିଛନ୍ତି। ଏଥିସହ ସେ ମୋଦିଙ୍କ ସବ୍କା ସାଥ୍, ସବ୍କା ବିକାଶର ମଧ୍ୟ ପ୍ରଶଂସା କରିଛନ୍ତି।
ଫିଜି ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁନଃନିର୍ବାଚିତ ହେବା ଲାଗି ଅଭିନନ୍ଦନ ଜଣାଉଛି। ଫିଜି ଶାନ୍ତି ଲାଗି ଆମର ଯାତ୍ରା ପାଇଁ ପ୍ରତିବଦ୍ଧ। ସେ ସାରା ବିଶ୍ୱର ହିନ୍ଦୁମାନଙ୍କ ପ୍ରତି ତାଙ୍କ ହାତ ବଢ଼ାଇଛନ୍ତି। ମୁଁ ଏଥିଲାଗି ତାଙ୍କୁ ଅଭିନନ୍ଦନ ଜଣାଉଛି। ସାରା ବିଶ୍ୱରେ ହିନ୍ଦୁମାନଙ୍କ ଯାତ୍ରାରେ ଏକତା ଶେଷରେ ବିଶ୍ୱବାସୀଙ୍କ ମଧ୍ୟରେ ଏକତାରେ ପରିବର୍ତ୍ତିତ ହେବ…ସବ୍କା ସାଥ୍ ସବ୍କା ବିକାଶ। ଏହା ଏକ ମହାନ ଚିନ୍ତାଧାରା। ଆମେ ଏହି ବାର୍ତ୍ତା ପ୍ରଚାର କରିବା ଜାରି ରଖିଛି।
ମୋଦି ହେଉଛନ୍ତି ‘ବସ୍ ସାହେବ୍’। ଆପଣଙ୍କୁ ଧନ୍ୟବାଦ, ମୁଁ ଆପଣଙ୍କୁ ନମସ୍କାର କରୁଛି, ଫିଜି ଉପରେ ନଜର ରଖିଥାନ୍ତୁ, ଆମେ ବନ୍ଧୁ ବୋଲି ସେ ଆହୁରି ମଧ୍ୟ କହିଛନ୍ତି।
#WATCH | Fiji PM Sitiveni Rabuka says, ” PM Modi is ‘Boss Sahab’. ‘Boss Sahab’ thank you, I greet you, keep looking at Fiji, we are friends…I congratulate PM for getting reelected…Fiji is committed to our journey of peace…one nation of progress…these are great ideas for… pic.twitter.com/yn9UcyritF
— ANI (@ANI) January 22, 2025
କହିରଖୁଛୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି FIPIC ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଯାଇ ପାପୁଆ ନ୍ୟୁ ଗିନି ଗସ୍ତ କରିଥିଲେ। ଏହି ସମୟରେ ୨୦୨୩ ମେ’ରେ ସେ ପୋର୍ଟ ମୋର୍ସବିରେ ରାବୁକାଙ୍କୁ ଭେଟିଥିଲେ।
The post ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ପ୍ରକୃତ ‘BOSS“ appeared first on Dharitri Odia News.