ପ୍ରଧାନମନ୍ତ୍ରୀ ମୋଦିଙ୍କ ଜାତି ଉପରେ କହି ଅଡୁଆରେ ପଡ଼ିଲେ ରାହୁଲ, ଏବେ ମାଗିବେ କ୍ଷମା
ନୂଆଦିଲ୍ଲୀ,୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତିକୁ ଦେଇଥିବା ବିବୃତ୍ତିକୁ ନେଇ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢିବା ଦେଖାଯାଉଛି। ଏ ସମ୍ପର୍କରେ ଜାତୀୟ ପଛୁଆ ବର୍ଗ ଆୟୋଗ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିବାକୁ ବିଚାର କରୁଛନ୍ତି। ଜାତୀୟ ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷ ହଂସରାଜ ଅହିର ଏବିପି ନ୍ୟୁଜକୁ କହିଛନ୍ତି ଯେ, ରାହୁଲ ଗାନ୍ଧୀ ପଛୁଆ ସମାଜକୁ ଅପମାନିତ କରିଛନ୍ତି। ସେ କହିଛନ୍ତି, ଆମେ ରାହୁଲ ଗାନ୍ଧୀଙ୍କୁ ନୋଟିସ ପଠାଇବାକୁ ଚିନ୍ତା କରୁଛୁ। ସେ […] The post ପ୍ରଧାନମନ୍ତ୍ରୀ ମୋଦିଙ୍କ ଜାତି ଉପରେ କହି ଅଡୁଆରେ ପଡ଼ିଲେ ରାହୁଲ, ଏବେ ମାଗିବେ କ୍ଷମା appeared first on Dharitri Odia News.
ନୂଆଦିଲ୍ଲୀ,୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତିକୁ ଦେଇଥିବା ବିବୃତ୍ତିକୁ ନେଇ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢିବା ଦେଖାଯାଉଛି। ଏ ସମ୍ପର୍କରେ ଜାତୀୟ ପଛୁଆ ବର୍ଗ ଆୟୋଗ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିବାକୁ ବିଚାର କରୁଛନ୍ତି। ଜାତୀୟ ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷ ହଂସରାଜ ଅହିର ଏବିପି ନ୍ୟୁଜକୁ କହିଛନ୍ତି ଯେ, ରାହୁଲ ଗାନ୍ଧୀ ପଛୁଆ ସମାଜକୁ ଅପମାନିତ କରିଛନ୍ତି। ସେ କହିଛନ୍ତି, ଆମେ ରାହୁଲ ଗାନ୍ଧୀଙ୍କୁ ନୋଟିସ ପଠାଇବାକୁ ଚିନ୍ତା କରୁଛୁ। ସେ କ୍ଷମା ମାଗିବା ଉଚିତ୍। ୧୯୯୯ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜାତି ଓବିସି ଭାବେ ପଞ୍ଜୀକୃତ ହୋଇଥିଲା।
କଂଗ୍ରେସ ନେତା ଓଡ଼ିଶାରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ କହିଥିଲେ ଯେ, ସାଧାରଣ ଜାତିର ଏକ ପରିବାରରେ ପ୍ରଧାନମନ୍ତ୍ରୀ ମୋଦି ଜନ୍ମଗ୍ରହଣ କରିଛନ୍ତି। ସେ ଗୁରୁବାର ଦାବି କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓବିସି ପରିବାରରେ ଜନ୍ମ ହୋଇନାହାଁନ୍ତି ଏବଂ ସେ ନିଜକୁ ଓବିସି ବୋଲି କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି।
ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଦେଶରେ ଜାତିଗତ ଜନଗଣନା କେବେ କରିବେ ନାହିଁ ଏବଂ ଏହା ବିନା ସାମାଜିକ ନ୍ୟାୟ ହାସଲ ହୋଇପାରିବ ନାହିଁ। ଅନେକ ଲୋକ ସାମାଜିକ ନ୍ୟାୟ ପାଇପାରୁ ନାହାଁନ୍ତି। କେବଳ କଂଗ୍ରେସ ଦଳ ଏହି ଜାତିଗତ ଜନଗଣନା କରାଇବ।
The post ପ୍ରଧାନମନ୍ତ୍ରୀ ମୋଦିଙ୍କ ଜାତି ଉପରେ କହି ଅଡୁଆରେ ପଡ଼ିଲେ ରାହୁଲ, ଏବେ ମାଗିବେ କ୍ଷମା appeared first on Dharitri Odia News.