ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଘୋଷଣା କଲେ ମୋଦି, ୧ କୋଟି ଘରେ ଲାଗିବ ସୋଲାର, ଏହି ମାନେ ହେବେ ଉପକୃତ
ନୂଆଦିଲ୍ଲୀ,୨୨।୧: ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ସୋଲାର ଯୋଜନା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶବାସୀଙ୍କ ଘର ଛାତରେ ସୋଲାର ସିଷ୍ଟମ ରହିବା ଉଚିତ୍। ପିଏମ ମୋଦିଙ୍କ ଘୋଷଣା ଅନୁଯାୟୀ, ଯୋଜନା ଅନ୍ତର୍ଗତ ଏକ କୋଟି ଘରର ଛାତରେ ସୋଲାର ଲଗାଯିବ। ପ୍ରଧାନମନ୍ତ୍ରୀ ମୋଦି ସୋମବାର ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି, ସୂର୍ଯ୍ୟବଂଶୀ ପ୍ରଭୁ ଶ୍ରୀ ରାମଙ୍କ ଆଲୋକରୁ ଦୁନିଆର ସମସ୍ତ […] The post ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଘୋଷଣା କଲେ ମୋଦି, ୧ କୋଟି ଘରେ ଲାଗିବ ସୋଲାର, ଏହି ମାନେ ହେବେ ଉପକୃତ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୧: ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ସୋଲାର ଯୋଜନା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶବାସୀଙ୍କ ଘର ଛାତରେ ସୋଲାର ସିଷ୍ଟମ ରହିବା ଉଚିତ୍। ପିଏମ ମୋଦିଙ୍କ ଘୋଷଣା ଅନୁଯାୟୀ, ଯୋଜନା ଅନ୍ତର୍ଗତ ଏକ କୋଟି ଘରର ଛାତରେ ସୋଲାର ଲଗାଯିବ।
ପ୍ରଧାନମନ୍ତ୍ରୀ ମୋଦି ସୋମବାର ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି, ସୂର୍ଯ୍ୟବଂଶୀ ପ୍ରଭୁ ଶ୍ରୀ ରାମଙ୍କ ଆଲୋକରୁ ଦୁନିଆର ସମସ୍ତ ଭକ୍ତ ସଦୈବ ଶକ୍ତି ପାଆନ୍ତି। ଆଜି ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଶୁଭ ଅବସରରେ ମୋର ସଂକଳ୍ପ ଆହୁରି ଦୃଢ ହୋଇଛି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଅଯୋଧ୍ୟାରୁ ଫେରିବା ପରେ ମୁଁ ପ୍ରଥମ ନିଷ୍ପତ୍ତି ନେଇଛି ଯେ, ଆମ ସରକାର ଏକ କୋଟି ଘର ଉପରେ ରୁଫ୍ଟପ୍ ସୋଲାର ସ୍ଥାପନ କରିବାର ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଆରମ୍ଭ କରିବେ । ଏହା କେବଳ ଗରିବ ଏବଂ ମଧ୍ୟବିତ୍ତଙ୍କ ବିଦ୍ୟୁତ୍ ବିଲ ହ୍ରାସ କରିବ ନାହିଁ, ବରଂ ଶକ୍ତି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବ।
The post ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଘୋଷଣା କଲେ ମୋଦି, ୧ କୋଟି ଘରେ ଲାଗିବ ସୋଲାର, ଏହି ମାନେ ହେବେ ଉପକୃତ appeared first on Dharitri Odia News.