ପ୍ରଶଂସା ସାଉଁଟିଲେ ବିଡ଼ିଓ

ଦାରିଙ୍ଗବାଡି, ୨।୧୦ (ଅରୁଣ ସାହୁ):ପ୍ରଶାସନିକ ଭାବେ ଜଣେ ନିର୍ଭିକ, ନିଷ୍ଠାବାନ ଓ କର୍ମଠ ଭାବେ ଦାରିଙ୍ଗବାଡି ଅଞ୍ଚଳରେ ଗତ ୩ ବର୍ଷ ଧରି ଦାୟିତ୍ୱ ସମ୍ପାଦନା କରିଛନ୍ତି। ଲୋକଙ୍କ ଅଭିଯୋଗ ଶୁଣାଣି ହେଉ କି ଅଞ୍ଚଳ ପରିଦର୍ଶନ ହେଉ ଅବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ସଦାବେଳେ କାର୍ଯ୍ୟକୁ ଗୁରୁତ୍ୱ ଦେଇଆସୁଥିବା ପ୍ରଶାସନ ତଥା ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କୁ ଏଭଳି ପ୍ରଂଶସା କରି ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ସହ ଅଙ୍ଗ ବସ୍ତ୍ର, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି […] The post ପ୍ରଶଂସା ସାଉଁଟିଲେ ବିଡ଼ିଓ appeared first on Dharitri Odia News.

ପ୍ରଶଂସା ସାଉଁଟିଲେ ବିଡ଼ିଓ

ଦାରିଙ୍ଗବାଡି, ୨।୧୦ (ଅରୁଣ ସାହୁ):ପ୍ରଶାସନିକ ଭାବେ ଜଣେ ନିର୍ଭିକ, ନିଷ୍ଠାବାନ ଓ କର୍ମଠ ଭାବେ ଦାରିଙ୍ଗବାଡି ଅଞ୍ଚଳରେ ଗତ ୩ ବର୍ଷ ଧରି ଦାୟିତ୍ୱ ସମ୍ପାଦନା କରିଛନ୍ତି। ଲୋକଙ୍କ ଅଭିଯୋଗ ଶୁଣାଣି ହେଉ କି ଅଞ୍ଚଳ ପରିଦର୍ଶନ ହେଉ ଅବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ସଦାବେଳେ କାର୍ଯ୍ୟକୁ ଗୁରୁତ୍ୱ ଦେଇଆସୁଥିବା ପ୍ରଶାସନ ତଥା ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କୁ ଏଭଳି ପ୍ରଂଶସା କରି ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ସହ ଅଙ୍ଗ ବସ୍ତ୍ର, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ଦାରିଙ୍ଗବାଡିର ବୈଶାଖୀ ସାଂସ୍କୃତିକ କଳାପରିଷର ସଦସ୍ୟ।

ଏହି ପରିଷଦର କର୍ମକର୍ତ୍ତାମାନେ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କ କାର୍ଯ୍ୟାଳୟକୁ ଯାଇ ଏହି ସମ୍ବର୍ଦ୍ଧନା ଦେଇଛନ୍ତି। ପରିଷଦର କର୍ମକର୍ତ୍ତାମାନେ ଏହି ସମୟରେ ବିଡ଼ିଓଙ୍କୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦାରିଙ୍ଗବାଡିଠାରେ ପରିଷଦ ପକ୍ଷରୁ ଏକାଧିକ ଥର ସାଂସ୍କୃତିକ କାର୍ଯ୍ୟକ୍ରମ କରି ଲୁକ୍କାୟିତ୍ୱ ପ୍ରତିଭାକୁ ଲୋକଲୋଚନକୁ ଆଣିପାରିଛନ୍ତି। ଏହି କାର୍ଯ୍ୟରେ ବିଡ଼ିଓ ପାତ୍ରଙ୍କ ଅନେକ ଅବଦାନ ରହିଥିବା ମଞ୍ଚରେ କଳାକାରମାନଙ୍କୁ ଉତ୍ସାହିତ କରିବା ନୂଆ ନୂଆ କଳାକାର ସୃଷ୍ଟି କରିବାରେ ବିଡ଼ିଓଙ୍କ ଅବଦାନକୁ ପରିଷଦ ପ୍ରଂଶସା କରିଛି। ଏଥିସହ ବ୍ଲକ ଅଞ୍ଚଳର ସର୍ବାଙ୍ଗୀନ ବିକାଶରେ ବିଡ଼ିଓ ଗଦାଧର ପାତ୍ରଙ୍କ ଅତୁଳନୀୟ ଅବଦାନ ରହିଥିବା ପରିଷଦ କହିଛି ।

ପରିଷଦ ଆହୁରି କହିଛି, ବିଡ଼ିଓ ସେମାନଙ୍କ ପ୍ରେରଣା ଏଥିପାଇଁ ପ୍ରଶାସନିକ ଜୀବନରେ ନିଷ୍ଠାର ସହ କାର୍ଯ୍ୟକରି ଅଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜୀବନଜୀବିକାରେ ବହୁତ ବଡ଼ ପରିବର୍ତ୍ତନ କରିବାରେ ସେ ସଦାବେଳେ ପ୍ରୟାସ କରୁଥିବା ପରିଷଦ ପ୍ରଶଂସା ପତ୍ର ରେ ଉଲ୍ଲେଖ କରିଛନ୍ତି। ପରିଷଦର ସାରଦା ଚରଣ ବଳିୟାର ସିଂଙ୍କ ସମେତ ବୁଲିଆ ପ୍ରଧାନ, ସୁନିତ କୁମାର ନାୟକ, ବିନୋଦ କୁମାର ନାୟକ, କୃଷ୍ଣଚନ୍ଦ୍ର ମୁଠା ମାଝି, ମାନସ ରଞ୍ଜନ ଶୁଆଲସିଂ,ସୁଶାନ୍ତ କୁମାର ନାୟକ, ସାବତ ପ୍ରଧାନ, ଅକ୍ଷୟ ପରିଛା ପ୍ରମୁଖ ଏହି ସମ୍ବର୍ଦ୍ଧନା ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ବନାନୀ ସାରସ୍ବତ ପରିଷଦ ପକ୍ଷରୁ ମଧ୍ୟ ବିଡ଼ିଓଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

The post ପ୍ରଶଂସା ସାଉଁଟିଲେ ବିଡ଼ିଓ appeared first on Dharitri Odia News.