ପ୍ରଶାସନ ନୋଟିସ୍‌କୁ ଅଣଦେଖା, ବେଆଇନ ନିର୍ମାଣ ଭାଙ୍ଗିଲା ବୁଲ୍‌ଡୋଜର

ପୁରୀ ୪/୯: ପୁରୀରେ ପୁଣି ବୁଲିଲା ବୁଲଡୋଜର। ବଳିଆ ପଣ୍ଡା ତହସିଲ୍ ଅନ୍ତର୍ଗତ ସରକାରୀ ଜାଗା ଉପରେ ବେଆଇନ୍ ଭାବେ ନିର୍ମାଣ ଚାଲିଥିବା ଏକ କୋଠା ଭାଙ୍ଗିଛି ବୁଲଡୋଜର। ପୁରୀ ତହସିଲଦାର ଓ ପୋଲିସଙ୍କ ଉପସ୍ଥିତିରେ ଦୁଇଟି ଜେସିବି ମାଧ୍ୟମରେ କରାଯାଇଛି ଉଛେଦ କାର୍ଯ୍ୟ। ତହସିଲଦାର କହିଛନ୍ତି ସରକାରୀ ଜାଗା ଉପରେ ବେଆଇନ୍ ଭାବେ କୋଠା ନିର୍ମାଣ ଚାଲିଥିବା ପ୍ରଶାସନ ନଜରକୁ ଆସିଥିଲା। ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବା ପାଇଁ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ପ୍ରଶାସନର ନୋଟିସ୍ କୁ ଅବମାନନା କରି ନିର୍ମାଣ କାର୍ଯ୍ୟ ଚଳାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉଛେଦ କାର୍ଯ୍ୟ କରାଯାଇଛି । 