ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ ହୋଇଛି। ସେ ତିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା। ସେ ଗତ ତିନିବର୍ଷ ଧରି ଅନିଦ୍ରା ସମସ୍ୟା ସହ ସଂଘର୍ଷ କରୁଥିଲେ। ଏହି ଅଭିନେତ୍ରୀ ଡିମେନ୍ସିଆ ନାମକ ଏକ ରୋଗରେ ପୀଡିତ ଥିଲେ। ଫଳରେ ତାଙ୍କ ମସ୍ତିଷ୍କ ସଙ୍କୁଚିତ ହେବାକୁ ଲାଗିଲା। ଏମଆରଆଇ କରିବା ପରେ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ। କନକଲତା ପ୍ରାୟ ୩୮ ବର୍ଷ ଅଭିନୟ କ୍ଷେତ୍ରରେ […] The post ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ appeared first on Dharitri Odia News.

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ ହୋଇଛି। ସେ ତିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା। ସେ ଗତ ତିନିବର୍ଷ ଧରି ଅନିଦ୍ରା ସମସ୍ୟା ସହ ସଂଘର୍ଷ କରୁଥିଲେ। ଏହି ଅଭିନେତ୍ରୀ ଡିମେନ୍ସିଆ ନାମକ ଏକ ରୋଗରେ ପୀଡିତ ଥିଲେ। ଫଳରେ ତାଙ୍କ ମସ୍ତିଷ୍କ ସଙ୍କୁଚିତ ହେବାକୁ ଲାଗିଲା। ଏମଆରଆଇ କରିବା ପରେ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ।
କନକଲତା ପ୍ରାୟ ୩୮ ବର୍ଷ ଅଭିନୟ କ୍ଷେତ୍ରରେ କାର୍ଯ୍ୟ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ଅନାରର୍ଥୁପଟ୍ଟୁ’, ଯଦିଓ ଏହି ଚଳଚ୍ଚିତ୍ର କେବେ ରିଲିଜ ହୋଇ ନ ଥିଲା। ଏହା ପରେ ସେ ‘ଚିଲୁ’ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ଏହି ଅଭିନେତ୍ରୀ ମାଲାୟାଲମ ଏବଂ ତାମିଲରେ ୩୬୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ଟିଭିରେ ମଧ୍ୟ ଅନେକ ଖ୍ୟାତି ଅର୍ଜନ କରିଛନ୍ତ। କନକଲତାଙ୍କୁ ଶେଷ ଥର ପାଇଁ ‘ପୁକ୍କାଲମ’ରେ ଦେଖିବାକୁ ମିଳିଥିଲା।

The post ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ appeared first on Dharitri Odia News.