ପ୍ରସିଦ୍ଧ ବଙ୍ଗାଳି ଅଭିନେତା ଦେବରାଜ ରାୟଙ୍କ ନିଧନ, ସିନେମା ଜଗତରେ ଶୋକ

ଆଉ ନାହାନ୍ତି ବର୍ଷୀୟାନ ବଙ୍ଗାଳି ଅଭିନେତା ଦେବରାଜ ରାୟ । ଗୁରୁବାର ରାତିରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଅନେକ ମାସ ଧରି ଗମ୍ଭୀର ରୋଗରେ ପୀଡ଼ିତ ରହିବା ପରେ ଶେଷରେ ସେ ଆଖି ବୁଜିଛନ୍ତି । ରାୟଙ୍କ ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇପଡ଼ିଥିଲା । ଅଭିନେତାଙ୍କୁ ୬୯ ବର୍ଷ ହୋଇଥିଲା । ରିପୋର୍ଟ ମୁତାବକ, ଦେବରାଜ ରାୟଙ୍କୁ କିଛି ମାସ ତଳେ ବ୍ରେନ୍‌ ଷ୍ଟ୍ରୋକ୍‌ ମଧ୍ୟ ଆସିଥିଲା ଏବଂ ସେ […] The post ପ୍ରସିଦ୍ଧ ବଙ୍ଗାଳି ଅଭିନେତା ଦେବରାଜ ରାୟଙ୍କ ନିଧନ, ସିନେମା ଜଗତରେ ଶୋକ appeared first on KNews Odisha.

ପ୍ରସିଦ୍ଧ ବଙ୍ଗାଳି ଅଭିନେତା ଦେବରାଜ ରାୟଙ୍କ ନିଧନ, ସିନେମା ଜଗତରେ ଶୋକ
actor

ଆଉ ନାହାନ୍ତି ବର୍ଷୀୟାନ ବଙ୍ଗାଳି ଅଭିନେତା ଦେବରାଜ ରାୟ । ଗୁରୁବାର ରାତିରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଅନେକ ମାସ ଧରି ଗମ୍ଭୀର ରୋଗରେ ପୀଡ଼ିତ ରହିବା ପରେ ଶେଷରେ ସେ ଆଖି ବୁଜିଛନ୍ତି । ରାୟଙ୍କ ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇପଡ଼ିଥିଲା । ଅଭିନେତାଙ୍କୁ ୬୯ ବର୍ଷ ହୋଇଥିଲା ।

ରିପୋର୍ଟ ମୁତାବକ, ଦେବରାଜ ରାୟଙ୍କୁ କିଛି ମାସ ତଳେ ବ୍ରେନ୍‌ ଷ୍ଟ୍ରୋକ୍‌ ମଧ୍ୟ ଆସିଥିଲା ଏବଂ ସେ ନ୍ୟୁରୋଲୋଜିକାଲ ସମସ୍ୟାରେ ପୀଡ଼ିତ ଥିଲେ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିନେତା ଦେବରାଜ ରାୟଙ୍କ ନିଧନରେ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ସଦସ୍ୟ ଏବଂ ବନ୍ଧୁଙ୍କ ପ୍ରତି ନିଜର ସମବେଦନା ବ୍ୟକ୍ତ କରିଛନ୍ତି ।

The post ପ୍ରସିଦ୍ଧ ବଙ୍ଗାଳି ଅଭିନେତା ଦେବରାଜ ରାୟଙ୍କ ନିଧନ, ସିନେମା ଜଗତରେ ଶୋକ appeared first on KNews Odisha.