ପ୍ରାଇଭେଟରୁ ପବ୍ଲିକ୍ କମ୍ପାନି ହେଲା PhonePe, ଖୁବଶୀଘ୍ର ଆସିବ IPO
ନୂଆଦିଲ୍ଲୀ: ଫିନ୍ଟେକ୍ ଫାର୍ମ ଫୋନପେ' ନିଜ ଆଇପିଓ ଆଣିବା ପୂର୍ବରୁ ଏକ ପ୍ରାଇଭେଟ୍ କମ୍ପାନିରୁ ପବ୍ଲିକ୍ କମ୍ପାନି ହୋଇଛି । ଏନେଇ କମ୍ପାନି ରେଜିଷ୍ଟାର ଅଫ୍ କମ୍ପାନିଜ୍ (ROC)କୁ ସୂଚନା ଦେଇଛି । ଏହା ଭାରତୀୟ ସେୟାର ବାଜରରେ ସୂଚୀବଦ୍ଧ ହେବା ପାଇଁ ପ୍ରସ୍ତୁତି କରୁଥିବା କମ୍ପାନି ପାଇଁ ଜରୁରି ଆଇନ ପ୍ରକ୍ରିୟା ଅଟେ । ଫୋନପେ' ଚଳିତ ବର୍ଷ ଫେବ୍ରୁଆରୀ ୨୦ରେ କହିଥିଲା ଯେ ଏକ ସମ୍ଭାବିତ ଆଇପିଓ ପାଇଁ ପ୍ରାଥମିକ ପଦକ୍ଷେପ ନିଆଯାଉଛି । ଫୋନପେ' ଏଥିପାଇଁ ମହିନ୍ଦ୍ରା କ୍ୟାପିଟାଲ୍, ଜେପି ମର୍ଗାନ, ସିଟି ଓ ମର୍ଗାନ ଷ୍ଟେନଲିକୁ ଆଇପିଓ ପାଇଁ ପରାମର୍ଶଦାତା ରୂପେ ଚୟନ କରିଥିଲା । କମ୍ପାନି ନିଜ ଆଇପିଓରେ ୧୫ ବିଲିୟନ ଡଲାର ଯାଏ ଭେଲ୍ୟୁଏସନ ଟାର୍ଗେଟ୍ କରୁଛି ।ROCରେ ଜମା କରାଯାଇଥିବା ଡକ୍ୟୁମେଣ୍ଟ ଅନୁସାରେ, ଏପ୍ରିଲ୍ ୧୬ ବୈଠକରେ କମ୍ପାନିର ନାଁ 'Phonepe Private Limited'ରୁ ନାଁ ପରିବର୍ତ୍ତନ କରି 'PhonePe Limited' କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମନିକଣ୍ଟ୍ରୋଲର ରିପୋର୍ଟରେ ଏହା ଦାବି କରାଯାଇଛି । ଫୋନପେ' କହିଛି ଯେ ନାମ ପରିବର୍ତ୍ତନକୁ କର୍ପୋରେଟ୍ ମାମଲାର ମନ୍ତ୍ରଣାଳୟ ଅଧିନରେ ଥିବା ସେଣ୍ଟ୍ରାଲ ପ୍ରୋସେସିଂ ସେଣ୍ଟରରୁ ମଞ୍ଜୁରୀ ମିଳିବା ବାକି ରହିଛି । ଏଥିପାଇଁ ସିପିସି କମ୍ପାନିକୁ ଏକ ନୂଆ ଇନକର୍ପୋରେସନ୍ ସାର୍ଟିଫିକେଟ୍ ଜାରି କରିବ ।୨୦୨୨ ଡିସେମ୍ୱରରେ ଫୋନପେ' ନିଜ ମୁଖ୍ୟାଳୟକୁ ସିଙ୍ଗାପୁରରୁ
ନୂଆଦିଲ୍ଲୀ: ଫିନ୍ଟେକ୍ ଫାର୍ମ ଫୋନପେ' ନିଜ ଆଇପିଓ ଆଣିବା ପୂର୍ବରୁ ଏକ ପ୍ରାଇଭେଟ୍ କମ୍ପାନିରୁ ପବ୍ଲିକ୍ କମ୍ପାନି ହୋଇଛି । ଏନେଇ କମ୍ପାନି ରେଜିଷ୍ଟାର ଅଫ୍ କମ୍ପାନିଜ୍ (ROC)କୁ ସୂଚନା ଦେଇଛି । ଏହା ଭାରତୀୟ ସେୟାର ବାଜରରେ ସୂଚୀବଦ୍ଧ ହେବା ପାଇଁ ପ୍ରସ୍ତୁତି କରୁଥିବା କମ୍ପାନି ପାଇଁ ଜରୁରି ଆଇନ ପ୍ରକ୍ରିୟା ଅଟେ । ଫୋନପେ' ଚଳିତ ବର୍ଷ ଫେବ୍ରୁଆରୀ ୨୦ରେ କହିଥିଲା ଯେ ଏକ ସମ୍ଭାବିତ ଆଇପିଓ ପାଇଁ ପ୍ରାଥମିକ ପଦକ୍ଷେପ ନିଆଯାଉଛି । ଫୋନପେ' ଏଥିପାଇଁ ମହିନ୍ଦ୍ରା କ୍ୟାପିଟାଲ୍, ଜେପି ମର୍ଗାନ, ସିଟି ଓ ମର୍ଗାନ ଷ୍ଟେନଲିକୁ ଆଇପିଓ ପାଇଁ ପରାମର୍ଶଦାତା ରୂପେ ଚୟନ କରିଥିଲା । କମ୍ପାନି ନିଜ ଆଇପିଓରେ ୧୫ ବିଲିୟନ ଡଲାର ଯାଏ ଭେଲ୍ୟୁଏସନ ଟାର୍ଗେଟ୍ କରୁଛି ।
ROCରେ ଜମା କରାଯାଇଥିବା ଡକ୍ୟୁମେଣ୍ଟ ଅନୁସାରେ, ଏପ୍ରିଲ୍ ୧୬ ବୈଠକରେ କମ୍ପାନିର ନାଁ 'Phonepe Private Limited'ରୁ ନାଁ ପରିବର୍ତ୍ତନ କରି 'PhonePe Limited' କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମନିକଣ୍ଟ୍ରୋଲର ରିପୋର୍ଟରେ ଏହା ଦାବି କରାଯାଇଛି । ଫୋନପେ' କହିଛି ଯେ ନାମ ପରିବର୍ତ୍ତନକୁ କର୍ପୋରେଟ୍ ମାମଲାର ମନ୍ତ୍ରଣାଳୟ ଅଧିନରେ ଥିବା ସେଣ୍ଟ୍ରାଲ ପ୍ରୋସେସିଂ ସେଣ୍ଟରରୁ ମଞ୍ଜୁରୀ ମିଳିବା ବାକି ରହିଛି । ଏଥିପାଇଁ ସିପିସି କମ୍ପାନିକୁ ଏକ ନୂଆ ଇନକର୍ପୋରେସନ୍ ସାର୍ଟିଫିକେଟ୍ ଜାରି କରିବ ।
୨୦୨୨ ଡିସେମ୍ୱରରେ ଫୋନପେ' ନିଜ ମୁଖ୍ୟାଳୟକୁ ସିଙ୍ଗାପୁରରୁ ଭାରତ ଶିଫ୍ଟ କରିଥିଲା । ଶେଷ ଫଣ୍ଡିଂ ରାଉଣ୍ଡ ପରେ କମ୍ପାନିର ଭେଲ୍ୟୁଏସନ ପ୍ରାୟ ୧୨ ବିଲିୟନ ଡଲାର ପହଞ୍ଚିଥିଲା । ବେଙ୍ଗାଲୁରୁ ସ୍ଥିତ ଫୋନପେ' ହେଉଛି ଦେଶର ସବୁଠୁ ବଡ଼ ଡିଜିଟାଲ୍ ପେମେଣ୍ଟ କମ୍ପାନି । ୟୁପିଆଇରେ ୪୮ ପ୍ରତିଶତ ବଜାର ଉପରେ ଫୋନପେ'ର କବଜା ରହିଛି । ସେହିପରି ଗୁଗଲ୍ ପେ’ରେ ୩୭ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଆର୍ଥିକ ବର୍ଷ ୨୦୨୪ରେ ଫୋନପେ’ର ରାଜସ୍ୱ ୫୦୬୪ କୋଟି ଟଙ୍କା ଥିଲା, ଯାହା ଗତ ବର୍ଷ ତୁଳନାରେ ୭୩ ପ୍ରତିଶତ ଅଧିକ । ଏହାର ନେଟ୍ ପ୍ରଫିଟ୍ ୧୯୭ କୋଟି ଟଙ୍କା ଥିଲା ।