ପ୍ରିଣ୍ଟ ଜୋନ ଉଦଘାଟିତ ହୀରାକୁଦ ବିସ୍ଥାପିତଙ୍କ କାହାଣୀକୁ ନେଇ ନିର୍ମାଣ ହେବ ସମ୍ବଲପୁରୀ ଫିଲ୍ମ -ମନୋଜ ମିଶ୍ର
ଝାରସୁଗୁଡା ୧୩/୪ (ଓଡ଼ିଶା ନ୍ୟୁଜ) ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସମସ୍ୟା ବହୁଳ ପଶ୍ଚିମ ଓଡ଼ିଶା ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ଆଗକୁ ହୀରାକୁଦ ବିସ୍ଥାପିତଙ୍କ କାହାଣୀକୁ ନେଇ ସମ୍ବଲପୁରୀ ଭାଷାରେ ଫିଲ୍ମ ନିର୍ମାଣ କରାଯିବ ବୋଲି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ମନୋଜ ମିଶ୍ର ପ୍ରକାଶ କରିଛନ୍ତି। ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ଠାରେ ଗତକାଲି ନୂତନ ଅତ୍ୟାଧୁନିକ ପ୍ରିଣ୍ଟିଙ୍ଗ ପ୍ରେସ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ […] The post ପ୍ରିଣ୍ଟ ଜୋନ ଉଦଘାଟିତ ହୀରାକୁଦ ବିସ୍ଥାପିତଙ୍କ କାହାଣୀକୁ ନେଇ ନିର୍ମାଣ ହେବ ସମ୍ବଲପୁରୀ ଫିଲ୍ମ -ମନୋଜ ମିଶ୍ର appeared first on Odisha.News.
ଝାରସୁଗୁଡା ୧୩/୪ (ଓଡ଼ିଶା ନ୍ୟୁଜ) ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସମସ୍ୟା ବହୁଳ ପଶ୍ଚିମ ଓଡ଼ିଶା ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ଆଗକୁ ହୀରାକୁଦ ବିସ୍ଥାପିତଙ୍କ କାହାଣୀକୁ ନେଇ ସମ୍ବଲପୁରୀ ଭାଷାରେ ଫିଲ୍ମ ନିର୍ମାଣ କରାଯିବ ବୋଲି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ମନୋଜ ମିଶ୍ର ପ୍ରକାଶ କରିଛନ୍ତି।
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ଠାରେ ଗତକାଲି ନୂତନ ଅତ୍ୟାଧୁନିକ ପ୍ରିଣ୍ଟିଙ୍ଗ ପ୍ରେସ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ମନୋଜ ମିଶ୍ର କହିଛନ୍ତି ଯେ ଆମ ପଶ୍ଚିମାଞ୍ଚଳ ସମ୍ବଲପୁରୀ ଭାଷାର ମାଧୁର୍ଯ୍ୟର ପଟ୍ଟାନ୍ତର ନାହିଁ । ତଥାପି ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଏହା ସାମ୍ବିଧାନିକ ସ୍ବୀକୃତି ପାଇ ପାରୁନାହିଁ । ଏନେଇ ଆଗାମୀ ଦିନରେ ପୁଣି ଥରେ ସମଗ୍ର ପଶ୍ଚିମ ଓଡିଶାର ପୁରପଲ୍ଲୀରେ ପଦଯାତ୍ରା ଆୟୋଜନ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ସେହିଭଳି ସଂସ୍କୃତି ବିଦ୍ ଡ.ସପନ ମିଶ୍ର ଯୋଗଦେଇ ଏହି ଅଞ୍ଚଳ କବି ଭବଭୂତିଙ୍କ ଜନ୍ମମାଟି ହୋଇ ଥିବାରୁ ଏଠାରେ ତାଙ୍କ ପୂର୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଆହ୍ବାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ଯରେ ବିଶିଷ୍ଟ ଶିକ୍ଷାବିତ ଭକ୍ତପ୍ରସାଦ ନନ୍ଦ, ସମାଜସେବୀ ସାଧକ ସଦାନନ୍ଦ ପଣ୍ଡା ଏବଂ ଜିଏମୟୁ ଅଧ୍ୟାପିକା ସୋନାଲି ହୋତା ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ । ଏନଏଚ ୪୯ ପଞ୍ଚଗାଁ ଛକ ସ୍ଥିତ ଭାଗିରଥୀ କଂପ୍ଲେକ୍ସରେ ସ୍ଥାପିତ ଏହି ପ୍ରିଣ୍ଟିଙ୍ଗ ପ୍ରେସ୍ ରେ ବ୍ଲକର ପ୍ରଥମ ଅତ୍ୟାଧୁନିକ ଅଫସେଟ୍ ଛାପା ମେସିନ ସହିତ ସମସ୍ତ ପ୍ରକାର ମୁଦ୍ରଣ ସୁବିଧା ଉପଲବ୍ଧ କରା ଯାଇଛି। ପ୍ରାରମ୍ଭରୁ ଶିକ୍ଷକ ଆକାଶ ନାମଦେଓ ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରିଣ୍ଟିଙ୍ଗ ପ୍ରେସର ସତ୍ତ୍ବାଧିକାରୀ ସତ୍ୟବ୍ରତ ଭୋଇ, ପ୍ରିୟବ୍ରତ ଭୋଇ ଏବଂ ଜ୍ଞାନବ୍ରତ ଭୋଇ ଉପସ୍ଥିତ ଥିଲେ । ଏହି ଅବସରରେ ଦ ପ୍ରିଣ୍ଟ ଜୋନର ଅଫିସିଆଲ ଲୋଗୋ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହାଛଡା ରେଡିମେଡ ବିବାହ ନିମନ୍ତ୍ରଣ କାର୍ଡକୁ ଆକର୍ଷଣୀୟ ଭାବେ ଡିଜିଟାଲ ପଦ୍ଧତିରେ ଛପା ଯାଇ ପ୍ରଥମ ଗ୍ରାହକଙ୍କୁ ପ୍ରଦାନ କରା ଯାଇଥିଲା । ଏହା ବ୍ୟତୀତ ଅଞ୍ଚଳର ଅତ୍ୟନ୍ତ ଗରିବ ଶ୍ରେଣୀର ଝିଅଙ୍କ ବିବାହ ନିମନ୍ତ୍ରଣ କାର୍ଡ ମାଗଣାରେ ପ୍ରଦାନ କରିବାକୁ ଦ-ପ୍ରିଣ୍ଟ ସଂସ୍ଥା ପକ୍ଷରୁ ଘୋଷଣା କରା ଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ, ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ, ଅତାବିରା ସରପଞ୍ଚ ସଞ୍ଜିତ ପଧାନ,ଜାମଗାଁ ସରପଞ୍ଚ ଗୋପୀନାଥ ସାଏ, ପଲସଦା ସରପଞ୍ଚ ତନୟା ଚାନ୍ଦ, ଭିକମପାଲି ସରପଞ୍ଚ ପଦ୍ମିନୀ ସାହୁ,ଗୌତମ ବେହେରା, ଅଶୋକ ପଧାନଙ୍କ ସମେତ ଅଞ୍ଚଳର ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତି ବହୁ ସଂଖ୍ୟାରେ ସାମିଲ ହୋଇଥିଲେ
The post ପ୍ରିଣ୍ଟ ଜୋନ ଉଦଘାଟିତ ହୀରାକୁଦ ବିସ୍ଥାପିତଙ୍କ କାହାଣୀକୁ ନେଇ ନିର୍ମାଣ ହେବ ସମ୍ବଲପୁରୀ ଫିଲ୍ମ -ମନୋଜ ମିଶ୍ର appeared first on Odisha.News.