‘ପ୍ରିୟର ସ୍ୱାମୀ…’, ୟୁଏଇ ପ୍ରଧାନମନ୍ତ୍ରୀଙ୍କ ଝିଅ ଇନ୍‌ଷ୍ଟାଗ୍ରାମରେ ନିଆରା ଢଙ୍ଗରେ ଲେଖିଲେ ତଲାକ୍‌, ତଲାକ୍‌, ତଲାକ୍‌

ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍‌ ରଶିଦ୍‌ ଅଲ୍‌ ମକତୁମ୍‌ଙ୍କ ଝିଅ ସୋସିଆଲ ମିଡିଆରେ ତଲାକ୍‌ ଘୋଷଣା କରିଛନ୍ତି । ମକତୁମ୍‌ଙ୍କ ଝିଅ ଶେଖା ମାହରା ବିନ୍ତ୍‌ ଦୁଇ ମାସ ତଳେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ସେ ଇନ୍‌ଷ୍ଟାଗ୍ରାମରେ ସ୍ୱାମୀ ଶେଖ ମନା ବିନ୍‌ ମହମ୍ମଦ ବିନ୍‌ ରଶିଦ୍‌ ବିନ୍‌ ମନା ଅଲ୍‌ ମକତୁମ୍‌ଙ୍କଠାରୁ ଛାଡ଼ପତ୍ର ଘୋଷଣା କରିଛନ୍ତି । ସେ ନିଜ ଇନ୍‌ଷ୍ଟା ପୋଷ୍ଟରେ ଲେଖିଛନ୍ତି, ‘ପ୍ରିୟର ସ୍ୱାମୀ, ଯେପରି […] The post ‘ପ୍ରିୟର ସ୍ୱାମୀ…’, ୟୁଏଇ ପ୍ରଧାନମନ୍ତ୍ରୀଙ୍କ ଝିଅ ଇନ୍‌ଷ୍ଟାଗ୍ରାମରେ ନିଆରା ଢଙ୍ଗରେ ଲେଖିଲେ ତଲାକ୍‌, ତଲାକ୍‌, ତଲାକ୍‌ appeared first on KNews Odisha.

‘ପ୍ରିୟର ସ୍ୱାମୀ…’, ୟୁଏଇ ପ୍ରଧାନମନ୍ତ୍ରୀଙ୍କ ଝିଅ ଇନ୍‌ଷ୍ଟାଗ୍ରାମରେ ନିଆରା ଢଙ୍ଗରେ ଲେଖିଲେ ତଲାକ୍‌, ତଲାକ୍‌, ତଲାକ୍‌
uae

ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍‌ ରଶିଦ୍‌ ଅଲ୍‌ ମକତୁମ୍‌ଙ୍କ ଝିଅ ସୋସିଆଲ ମିଡିଆରେ ତଲାକ୍‌ ଘୋଷଣା କରିଛନ୍ତି । ମକତୁମ୍‌ଙ୍କ ଝିଅ ଶେଖା ମାହରା ବିନ୍ତ୍‌ ଦୁଇ ମାସ ତଳେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ସେ ଇନ୍‌ଷ୍ଟାଗ୍ରାମରେ ସ୍ୱାମୀ ଶେଖ ମନା ବିନ୍‌ ମହମ୍ମଦ ବିନ୍‌ ରଶିଦ୍‌ ବିନ୍‌ ମନା ଅଲ୍‌ ମକତୁମ୍‌ଙ୍କଠାରୁ ଛାଡ଼ପତ୍ର ଘୋଷଣା କରିଛନ୍ତି ।

ସେ ନିଜ ଇନ୍‌ଷ୍ଟା ପୋଷ୍ଟରେ ଲେଖିଛନ୍ତି, ‘ପ୍ରିୟର ସ୍ୱାମୀ, ଯେପରି ଆପଣ ଅନ୍ୟମାନଙ୍କ ସହ ବ୍ୟସ୍ତ ରହିଛନ୍ତି, ଏହାରି ଭିତରେ ମୁଁ ଆମ ଛାଡ଼ପତ୍ର ଘୋଷଣା କରୁଛି । ମୁଁ ଆପଣଙ୍କୁ ତଲାକ୍‌ ଦେଉଛି । ମୁଁ ଆପଣଙ୍କୁ ତଲାକ୍‌ ଦେଉଛି ଏବଂ ମୁଁ ଆପଣଙ୍କୁ ତଲାକ୍‌ ଦେଉଛି । ନିଜର ଯତ୍ନ ନେବ । ଆପଣଙ୍କର ପୂର୍ବତନ ପତ୍ନୀ’ ।

କହି ରଖୁଛୁ ଯେ ୧୯୯୪ରେ ଜନ୍ମ ହୋଇଥିବା ମାହରା ଗତବର୍ଷ ମେ’ ୨୭ରେ ଶେଖ ମନା ବିନ୍‌ଙ୍କୁ ବିବାହ କରିଥିଲେ । ବିବାହର ୫ ମାସ ପରେ ସେ ଗର୍ଭବତୀ ହୋଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ନିଜ ଅଲ୍‌ଟ୍ରାସାଉଣ୍ଡ ସ୍କାନ୍‌ର ଫଟୋ ମଧ୍ୟ ସେ ସୋସିଆଲ ମିଡିଆ ଷ୍ଟୋରୀରେ ସେୟାର କରି କହିଥିଲେ, ‘କେବଳ ଆମେ ତିନି’ ।

କିନ୍ତୁ ବର୍ତ୍ତମାନ ତଲାକ୍‌ ଘୋଷଣା କରିବା ପରେ ସେ ନିଜ ଝିଅ ସହିତ ଫଟୋ ସେୟାର କରି କହିଛନ୍ତି, ‘କେବଳ ଆମେ ଦୁଇ’ । ସେ ଝିଅର ନାମ ‘ହିନ୍ଦ୍‌’ ରଖିଛନ୍ତି । ନିକଟରେ ୟୁଏଇ ପ୍ରଧାନମନ୍ତ୍ରୀ ନିଜ କ୍ୟାବିନେଟ୍‌ରେ ବଡ଼ ଧରଣର ଅଦଳବଦଳ କରିଥିଲେ । ସେ ନିଜ ପୁଅ ଏମିରେଟ୍ସର ଯୁବରାଜଙ୍କୁ ୟୁଏଇର ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ ।

The post ‘ପ୍ରିୟର ସ୍ୱାମୀ…’, ୟୁଏଇ ପ୍ରଧାନମନ୍ତ୍ରୀଙ୍କ ଝିଅ ଇନ୍‌ଷ୍ଟାଗ୍ରାମରେ ନିଆରା ଢଙ୍ଗରେ ଲେଖିଲେ ତଲାକ୍‌, ତଲାକ୍‌, ତଲାକ୍‌ appeared first on KNews Odisha.