ପ୍ରେଗନେନ୍ସି ଖବର ଉପରେ ବ୍ରେକ୍ ଲଗାଇଲେ କ୍ୟାଟ୍ରିନା, ସାମ୍ନାକୁ ଆସିଲା ଭିଡିଓ…

ମୁମ୍ଵାଇ ୧୨।୦୩: ବଲିଉଡ୍‌ର ବାର୍ବି ଡଲ୍‌   କ୍ୟାଟ୍ରିନା କୈଫ୍‌ । ତାଙ୍କ ସୁନ୍ଦରତାକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ହେଲେ ଗତ କିଛି ଦିନ ହେବ କ୍ୟାଟ୍ରିନାଙ୍କ ବିଷୟରେ ସୋସିଆଲ ମିଡିଆରେ ଗୁଜବ ଭାଇରାଲ ହୋଇଥିଲା ଯେ ସେ ଗର୍ଭବତୀ ଅଛନ୍ତି। ନିକଟରେ ଅଭିନେତ୍ରୀଙ୍କ ବିମାନବନ୍ଦରରୁ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ଡଟ୍ ଡ୍ରେସ ପିନ୍ଧିଥିବାର ନଜର ଆସିଥିଲେ। ଏହି ପୋଷାକରେ ନଜର ଆସିବା ପରେ ତାଙ୍କ ଗର୍ଭଧାରଣ ଖବର ଖୁବ୍‌ ଭାଇରାଲ ହେବାରେ ଲାଗିଲା। କିନ୍ତୁ କ୍ୟାଟ୍ରିନା ଏହି ସବୁ ଗୁଜବ ଉପରେ ବ୍ରେକ୍ ଲଗାଇଛନ୍ତି। ସୋସିଆଲ ମିଡିଆରେ କ୍ୟାଟ୍ରିନାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କ୍ରିକେଟ୍ ମ୍ୟାଚ୍‌ରେ ମଜା କରୁଥିବା  ସହ ତାଙ୍କ ପ୍ରିୟ ଟିମ୍‌କୁ ସମ୍ପୂର୍ଣ୍ଣ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ କ୍ୟାଟ୍ରିନା ଟିମ୍‌ର ଜର୍ସି ଏବଂ ଜିନ୍ସ ପିନ୍ଧିଥିଲେ। ସେ ଏହି ମ୍ୟାଚ୍‌ ଡ୍ରେସ୍‌ରେ ବହୁତ ଫିଟ୍ ଏବଂ ଆକ୍ଟିଭ୍‌ ଦେଖାଯାଉଛନ୍ତି ।The sweetest ever ????#Katrinakaif pic.twitter.com/wGoKQ1UlFf— myqueenkay (@myqueenkay1) March 11, 2024ସମସ୍ତ ଆଖି କ୍ୟାଟ୍ରିନାଙ୍କ ଉପରେ ଥିଲାସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖି ଭିଭିଆଇପି ଲାଉଞ୍ଜରେ ବସିଥିବା କ୍ୟାଟ୍ରିନାଙ୍କ ଉପରେ ରହିଥିଲା। କ୍ୟାଟ୍ରିନାଙ୍କ ପ୍ରଶଂସକମାନେ ତାଙ୍କ ନାମ ନେଇ ଜୋରରେ ଚିତ୍କାର କରୁଥି

ପ୍ରେଗନେନ୍ସି ଖବର ଉପରେ ବ୍ରେକ୍ ଲଗାଇଲେ କ୍ୟାଟ୍ରିନା, ସାମ୍ନାକୁ ଆସିଲା ଭିଡିଓ…

ମୁମ୍ଵାଇ ୧୨।୦୩: ବଲିଉଡ୍‌ର ବାର୍ବି ଡଲ୍‌   କ୍ୟାଟ୍ରିନା କୈଫ୍‌ । ତାଙ୍କ ସୁନ୍ଦରତାକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ହେଲେ ଗତ କିଛି ଦିନ ହେବ କ୍ୟାଟ୍ରିନାଙ୍କ ବିଷୟରେ ସୋସିଆଲ ମିଡିଆରେ ଗୁଜବ ଭାଇରାଲ ହୋଇଥିଲା ଯେ ସେ ଗର୍ଭବତୀ ଅଛନ୍ତି। ନିକଟରେ ଅଭିନେତ୍ରୀଙ୍କ ବିମାନବନ୍ଦରରୁ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ଡଟ୍ ଡ୍ରେସ ପିନ୍ଧିଥିବାର ନଜର ଆସିଥିଲେ। ଏହି ପୋଷାକରେ ନଜର ଆସିବା ପରେ ତାଙ୍କ ଗର୍ଭଧାରଣ ଖବର ଖୁବ୍‌ ଭାଇରାଲ ହେବାରେ ଲାଗିଲା। କିନ୍ତୁ କ୍ୟାଟ୍ରିନା ଏହି ସବୁ ଗୁଜବ ଉପରେ ବ୍ରେକ୍ ଲଗାଇଛନ୍ତି। 

ସୋସିଆଲ ମିଡିଆରେ କ୍ୟାଟ୍ରିନାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କ୍ରିକେଟ୍ ମ୍ୟାଚ୍‌ରେ ମଜା କରୁଥିବା  ସହ ତାଙ୍କ ପ୍ରିୟ ଟିମ୍‌କୁ ସମ୍ପୂର୍ଣ୍ଣ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ କ୍ୟାଟ୍ରିନା ଟିମ୍‌ର ଜର୍ସି ଏବଂ ଜିନ୍ସ ପିନ୍ଧିଥିଲେ। ସେ ଏହି ମ୍ୟାଚ୍‌ ଡ୍ରେସ୍‌ରେ ବହୁତ ଫିଟ୍ ଏବଂ ଆକ୍ଟିଭ୍‌ ଦେଖାଯାଉଛନ୍ତି ।


ସମସ୍ତ ଆଖି କ୍ୟାଟ୍ରିନାଙ୍କ ଉପରେ ଥିଲା

ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖି ଭିଭିଆଇପି ଲାଉଞ୍ଜରେ ବସିଥିବା କ୍ୟାଟ୍ରିନାଙ୍କ ଉପରେ ରହିଥିଲା। କ୍ୟାଟ୍ରିନାଙ୍କ ପ୍ରଶଂସକମାନେ ତାଙ୍କ ନାମ ନେଇ ଜୋରରେ ଚିତ୍କାର କରୁଥିବାର ଦେଖିବାକୁ ମିଳିଥିଲା। ଯେତେବେଳେ କ୍ୟାଟ୍ରିନା ସେମାନଙ୍କ ଚିତ୍କାର ଶୁଣି ହାତ ବୁଲାଉଥିବାର ନଜର ଆସିଥିଲେ । କେବଳ ଏତିକି ନୁହେଁ, ଅଭିନେତ୍ରୀ ତାଙ୍କର ଜଣେ ପ୍ରଶଂସକଙ୍କ ଫୋନ ନେଇ ସେଲଫି ଉଠାଇଥିଲେ। ସମସ୍ତେ ଅଭିନେତ୍ରୀଙ୍କ ଅଙ୍ଗଭଙ୍ଗୀକୁ ପ୍ରଶଂସା କରୁଥିଲେ ।