ପ୍ରେମିକର ଛୁରାମାଡରେ ପ୍ରେମିକାର ମୃତ୍ୟୁ, ପୁରୁଷ ବନ୍ଧୁର ବି ଗଲା ଜୀବନ
ସୁନ୍ଦରଗଡ : ପ୍ରେମ ପ୍ରେମ ପ୍ରେମ…ଏଇ ପ୍ରେମ ଯେତିକି ଭଲ ସେତିକି ଘାତକ ମଧ୍ୟ । ପ୍ରେମ ପ୍ରଥମେ ପ୍ରଥମେ ତ ଭାରି ଭଲ ଲାଗେ ହେଲେ ଟିକେ ପୁରୁଣା ହେଲେ ପାଣିଚିଆ ହେଇଯାଏ । ଆଉ ପୁରୁଣା ଭଳି ମିଠା ଲାଗିନଥାଏ । ଏଇ ପ୍ରେମ ସେତେବେଳେ ସାଂଘାତିକ ରୂପ ନିଏ ଯେତେବେଳେ ମନ ମିଶିନଥାଏ । ହଁ ଆଜ୍ଞା ଯେଉଁ ପ୍ରେମ ଦିନେ ବାବୁ ସୋନା ଗୋଲୁ କରୁଥିଲା ସେଇ ପ୍ରେମ ନିଜ ପ୍ରେମିକାକୁ […] The post ପ୍ରେମିକର ଛୁରାମାଡରେ ପ୍ରେମିକାର ମୃତ୍ୟୁ, ପୁରୁଷ ବନ୍ଧୁର ବି ଗଲା ଜୀବନ appeared first on KNews Odisha.

ସୁନ୍ଦରଗଡ : ପ୍ରେମ ପ୍ରେମ ପ୍ରେମ…ଏଇ ପ୍ରେମ ଯେତିକି ଭଲ ସେତିକି ଘାତକ ମଧ୍ୟ । ପ୍ରେମ ପ୍ରଥମେ ପ୍ରଥମେ ତ ଭାରି ଭଲ ଲାଗେ ହେଲେ ଟିକେ ପୁରୁଣା ହେଲେ ପାଣିଚିଆ ହେଇଯାଏ । ଆଉ ପୁରୁଣା ଭଳି ମିଠା ଲାଗିନଥାଏ । ଏଇ ପ୍ରେମ ସେତେବେଳେ ସାଂଘାତିକ ରୂପ ନିଏ ଯେତେବେଳେ ମନ ମିଶିନଥାଏ । ହଁ ଆଜ୍ଞା ଯେଉଁ ପ୍ରେମ ଦିନେ ବାବୁ ସୋନା ଗୋଲୁ କରୁଥିଲା ସେଇ ପ୍ରେମ ନିଜ ପ୍ରେମିକାକୁ ମାରିବାକୁ ପଛାଇଲାନି ।
ହଁ ଆଜ୍ଞା ପ୍ରେମ ନେଇଗଲା ଦୁଇ ଦୁଇ ଜଣଙ୍କ ଜୀବନ । ନିଜ ପ୍ରେମିକାକୁ ତ ମାରିଲା ମାରିଲା ତାସହିତ ପ୍ରେମିକାର ସାଙ୍ଗକୁ ମାରି ଶୁଆଇଦେଲା ନୃଶଂସ ପ୍ରେମିକ । ପ୍ରେମ ବ୍ୟାପରକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ କୁତ୍ରା ଥାନା ଅନ୍ତର୍ଗତ ତୁନମୁରା ପଞ୍ଚାୟତ କାଶୀପଡାରେ ଘଟିଛି ଡବଲ ମଡର। ପ୍ରେମିକ ଡ୍ରାଇଭରର ଛୁରା ମାଡ଼ରେ ପ୍ରେମିକା ସହିତ ସହପାଠୀର ମୃତ୍ୟୁ । ମୃତ ଯୁବକ ଜଣକ ଲାଞ୍ଜିବେର୍ଣ୍ଣ ରୁମାବାହାଲ ଗାଁର ପ୍ରତାପ ଲାକ୍ରା, ବୟସ ମାତ୍ର ୨୬ ବର୍ଷ । ଏବଂ ଯୁବତୀ ଜଣକ କୁତ୍ରା ଥାନା ତୁନମୁରା ପଞ୍ଚାୟତର କାଶୀପଡା ଗାଁର ୨୪ ବର୍ଷୀୟା ଲିପ୍ସା କେର୍କେଟା ।
ମୃତ ଯୁବତୀର ମାଙ୍କ କହିବା ମୁତାବକ ତାଙ୍କ ଘରର କାର ଚାଳକ ରାଜଗାଙ୍ଗପୁର ଜଅରୁମାଲର ଯୁବକ ରାଜୁ ନାଗ ଓ ତାଙ୍କ ଝିଅ ଲିପ୍ସାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କିଛି ଦିନ ପ୍ରେମିକ ରାଜୁ ଲିପ୍ସାଙ୍କୁ ମାନସିକ ଯନ୍ତ୍ରଣା ଦେଉଥିଲା। ଯାହା ଏମବିଏ ପରୀକ୍ଷା ଦେଉଥିବା ଲିପ୍ସାଙ୍କ ପାଠପଢାରେ ବାଧା ଉପୁଜିଥିଲା। ଗତକାଲି ଅଭିଯୁକ୍ତ ରାଜୁ ସନ୍ଧ୍ୟାରେ ଲିପ୍ସାଙ୍କ ଘରଲୋକଙ୍କୁ ଫୋନ କରି, ଆସୁଛି ବୋଲି କହିଥିଲା। ତାପରେ ରାତି ପ୍ରାୟ ୧୦ ଟା ସମୟରେ ରାଜୁ ଲିପ୍ସାଙ୍କ ଘରେ ପହଞ୍ଚିଥିଲା । ସେଠାରେ ପରିବାର ଲୋକଙ୍କୁ ଲିପ୍ସାକୁ ମୁଁ ନେବାକୁ ଆସିଛି ବୋଲି କହିଲା ରାଜୁ । ଏଥିରେ ଲିପ୍ସାଙ୍କ ମା ଏବଂ ବାପା ଏତେ ରାତିରେ ଝିଅକୁ ପଠାଇବା ପାଇଁ ମନା କରିଥିଲେ। ଯାହାକୁ ନେଇ ରାଜୁ ଉତକ୍ଷିପ୍ତ ହୋଇ ଝିଅ ସଙ୍ଗେ ଏକୁଟିଆ କଥା ହେବ କହି ତାଙ୍କ ରୁମରେ ପଶିଥିଲା । ସେଠାରେ ରାଜୁ ଓ ଲିପ୍ସାଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ରାଜୁ ଲିପ୍ସାଙ୍କୁ ପ୍ରଥମେ ହାତରେ ମୁଥ ମାରିଥିଲା । ଯାହାପରେ ତଳେ ପଡିଗଲେ ଲିପ୍ସା । ଝିଅକୁ ମାରିବାର ଦେଖି ବାପା ମାଆ ଯାଇ ବିରୋଧ କରିଥିଲେ । ରାଜୁ ତାଙ୍କୁ ବି ଆକ୍ରମଣ କରି ମାଡ ମାରିଥିଲା ।
କେବଳ ଏତିକିରେ ମନ ଶାନ୍ତି ହେଲାନି ଯେ ବାପା ମାଆଙ୍କୁ ଘରେ ପୁରାଇ ଦେଇ ବାହାର ପଟୁ କବାଟ ବନ୍ଦ୍ କରିଦେଲା । ଆଉ ଏପଟେ ଲିପ୍ସାକୁ ଏକ ମାରଣାସ୍ତ୍ରରେ ଆକ୍ରମଣ ପରେ ଆକମ୍ରମଣ କରିଚାଲିଲା । ଏହି ସମୟରେ ଲିପ୍ସାଙ୍କୁ ବଞ୍ଚାଇବାକୁ ଆସିଥିବା ତାଙ୍କ ସହପାଠୀ ପ୍ରତାପ ଲାକ୍ରା ରାଜୁଙ୍କ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ରାଜୁ ଗୋଡ଼ାଇ ଗୋଡ଼ାଇ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲେ। ଘଟଣା ଘଟାଇବା ପରେ ଅଭିଯୁକ୍ତ ରାଜୁ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା।
ଘଟଣା ପରେ ସ୍ତାନୀୟ ଲୋକ ପହଞ୍ଚି ଉଭୟ ଲିପ୍ସା ଏବଂ ପ୍ରତାପକୁ କାର ଯୋଗେ କୁତ୍ରା ସିଏଚସିକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ଲିପ୍ସାଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିବା ବେଳେ ଗୁରୁତର ପ୍ରତାପଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ କୁତ୍ରା ପୋଲିଶ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଡବଲ ମଡର ଘଟଣାକୁ ନେଇ ତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଦେଖିଲେ ତ ପ୍ରେମ ପରବର୍ତ୍ତୀ ମୁହୁର୍ତ୍ତରେ କେତେ ସାଂଘାତିକ ରୂପ ନିଏ । ନିଜ ପ୍ରେମିକାକୁ ତ ମାରିଦେଲା ତାସହ ଅନ୍ୟ ଜଣେ ଯୁବକ ବି ବଳିପଡିଗଲା । ରାଜୁର ଆକ୍ରୋଶର ଶିକାର ହୋଇଗଲା । ଆପଣ ସମସ୍ତଙ୍କୁ ଅନୁରୋଧ, ପ୍ରେମ କର ମନା ନାହିଁ ହେଲେ ପ୍ରେମକୁ ନିଜ ଉପରେ କି ନିଜ ପରିବାର ଉପରେ କେବେବି ହାଭି ହେବାକୁ ଦିଅନ୍ତୁନାହିଁ ।
The post ପ୍ରେମିକର ଛୁରାମାଡରେ ପ୍ରେମିକାର ମୃତ୍ୟୁ, ପୁରୁଷ ବନ୍ଧୁର ବି ଗଲା ଜୀବନ appeared first on KNews Odisha.