ପ୍ରେମିକାର ମୃତ୍ୟୁ ଖବର ପାଇ ଜୀବନ ହାରିଲେ ପ୍ରେମିକ
ଦିଗପହଣ୍ଡି: ପାଟପୁର ଥାନା ରଘୁନାଥପୁର ପାହାଡ଼ରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଅପରପକ୍ଷରେ ଆଜି ସକାଳେ ଜଣେ ନାବାଳିକାର ପାଟପୁର ଥାନା ଅଞ୍ଚଳରେ ମୃତ୍ୟୁ ହୋଇଥିଲା। ପ୍ରାଥମିକ ତଦନ୍ତରୁ ନାବାଳିକା ଓ ମୃତକ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଜଣାପଡ଼ିଛି। ପ୍ରେମିକାର ମୃତ୍ୟୁ ଖବର ପାଇ ପ୍ରେମିକ ଜୀବନ ହାରିଥିବା ପୁଲିସ ଅନୁମାନ କରୁଛି। ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଏହି […]

ଦିଗପହଣ୍ଡି: ପାଟପୁର ଥାନା ରଘୁନାଥପୁର ପାହାଡ଼ରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଅପରପକ୍ଷରେ ଆଜି ସକାଳେ ଜଣେ ନାବାଳିକାର ପାଟପୁର ଥାନା ଅଞ୍ଚଳରେ ମୃତ୍ୟୁ ହୋଇଥିଲା। ପ୍ରାଥମିକ ତଦନ୍ତରୁ ନାବାଳିକା ଓ ମୃତକ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଜଣାପଡ଼ିଛି। ପ୍ରେମିକାର ମୃତ୍ୟୁ ଖବର ପାଇ ପ୍ରେମିକ ଜୀବନ ହାରିଥିବା ପୁଲିସ ଅନୁମାନ କରୁଛି।
ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଉଭୟଙ୍କ ମୃତ୍ୟୁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପାଟକୁର ଥାନା ପୁଲିସ ପ୍ରକାଶ କରିଛି।