ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ହକି ପାଇଁ ଭାରତର ଡ୍ର ଘୋଷିତ, ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ

ଲାଉସାନ୍ନେ,୬ା୩: ପ୍ୟାରିସ୍‌ ୨୦୨୪ ପାଇଁ ବୁଧବାର ପୁରୁଷ ହକି ଦଳର ଡ୍ର ଘୋଷଣା କରାଯାଇଛି। ଭାରତୀୟ ଦଳ ପୁଲ୍‌ ବି’ରେ ସ୍ଥାନ ପାଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଦଳ ଅଭିଯାନ ଆରମ୍ଭ କରିବ। ଟୋକିଓ ୨୦୨୦ରେ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳ କଷ୍ଟସାଧ୍ୟ ପୁଲ୍‌ ବି’ରେ ସ୍ଥାନ ପାଇଛି। ଭାରତ ବ୍ୟତୀତ ନ୍ୟୁଜିଲାଣ୍ଡ, ଆୟର୍ଲାଣ୍ଡ, ବେଲଜିୟମ, ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ଏହି ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ପୁଲ୍‌ ଏ’ରେ ନେଦରଲାଣ୍ଡ୍ସ, ସ୍ପେନ୍‌, […] The post ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ହକି ପାଇଁ ଭାରତର ଡ୍ର ଘୋଷିତ, ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ appeared first on Dharitri Odia News.

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ହକି ପାଇଁ ଭାରତର ଡ୍ର ଘୋଷିତ, ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ

ଲାଉସାନ୍ନେ,୬ା୩: ପ୍ୟାରିସ୍‌ ୨୦୨୪ ପାଇଁ ବୁଧବାର ପୁରୁଷ ହକି ଦଳର ଡ୍ର ଘୋଷଣା କରାଯାଇଛି। ଭାରତୀୟ ଦଳ ପୁଲ୍‌ ବି’ରେ ସ୍ଥାନ ପାଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଦଳ ଅଭିଯାନ ଆରମ୍ଭ କରିବ। ଟୋକିଓ ୨୦୨୦ରେ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳ କଷ୍ଟସାଧ୍ୟ ପୁଲ୍‌ ବି’ରେ ସ୍ଥାନ ପାଇଛି। ଭାରତ ବ୍ୟତୀତ ନ୍ୟୁଜିଲାଣ୍ଡ, ଆୟର୍ଲାଣ୍ଡ, ବେଲଜିୟମ, ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ଏହି ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି।

ଅନ୍ୟପକ୍ଷରେ ପୁଲ୍‌ ଏ’ରେ ନେଦରଲାଣ୍ଡ୍ସ, ସ୍ପେନ୍‌, ଜର୍ମାନୀ, ଫ୍ରାନ୍ସ, ଗ୍ରେଟ୍‌ ବ୍ରିଟେନ୍‌ ଓ ଦକ୍ଷିଣ ଆଫ୍ରିକା ସ୍ଥାନ ପାଇଛନ୍ତି। ବୁଧବାର ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ମୁଖ୍ୟ ଥୋମାସ୍‌ ବାକ୍‌ ଓ ଏଫ୍‌ଆଇଏଚ୍‌ ସଭାପତି ତାୟାବ ଇକ୍ରାମଙ୍କ ଉପସ୍ଥିତିରେ ଏହି ଡ୍ର ଘୋଷଣା କରାଯାଇଥିଲା।

ଜୁଲାଇ ୨୭ ତାରିଖରେ ଭାରତୀୟ ହକି ଦଳ ଏହାର ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ। ଜୁଲାଇ ୨୯ରେ ଆର୍ଜେଣ୍ଟିନା, ଜୁଲାଇ ୩୦ରେ ଆୟର୍ଲାଣ୍ଡ, ଅଗଷ୍ଟ ୧ରେ ବେଲଜିୟମ ଓ ଅଗଷ୍ଟ ୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଖେଳିବ । ପ୍ରତି ଗ୍ରୁପ୍‌ର ୪ଟି ଶ୍ରେଷ୍ଠ ଦଳ ପ୍ଲେ ଅଫ୍‌ ଖେଳିବେ।

ଅଗଷ୍ଟ ୪ ତାରିଖରେ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ୬ ତାରିଖରେ ସେମିଫାଇନାଲ ଖେଳାଯିବ। ଅଗଷ୍ଟ ୮ ତାରିଖରେ ଉଭୟ ବ୍ରୋଞ୍ଜ ପଦକ ପ୍ଲେ ଅଫ୍‌ ଓ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ଭାବରେ ବେଲ୍‌ଜିୟମ ଏହି ଟୁର୍ନାମେଣ୍ଟରେ ପ୍ରବେଶ କରିବ। ସମାନ ୨୭ ତାରିଖରେ ମହିଳା ହକି ଆରମ୍ଭ ହେବାକୁ ଥିବା ବେଳେ ଏହାର ଫାଇନାଲ ଅଗଷ୍ଟ ୯ ତାରିଖରେ ଖେଳାଯିବ।

ପୁ୍‌ଲ୍‌ ଏ: ନେଦରଲାଣ୍ଡ୍ସ, ସ୍ପେନ୍‌, ଜର୍ମାନୀ, ଫ୍ରାନ୍ସ, ଗ୍ରେଟ୍‌ ବ୍ରିଟେନ୍‌ ଓ ଦକ୍ଷିଣ ଆଫ୍ରିକା।
ପୁଲ୍‌ ବି: ଭାରତ, ନ୍ୟୁଜିଲାଣ୍ଡ, ଆୟର୍ଲାଣ୍ଡ, ବେଲଜିୟମ, ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା।

The post ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ହକି ପାଇଁ ଭାରତର ଡ୍ର ଘୋଷିତ, ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ appeared first on Dharitri Odia News.