ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…
ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି। ଯଦ କୌଣସି ଅଫିସରଙ୍କ ସମ୍ପୃକ୍ତ ଥିବା ପ୍ରମାଣ ମିଳେ, ଆମେ ନିଶ୍ଚିତ ତଦନ୍ତ କରିବୁ। ଯଦି ଚାରା ଦୁର୍ନୀତି ହୋଇଥିବ, ଆମ ପାଖରେ ଡକ୍ୟୁମେଣ୍ଟ ପ୍ରମାଣ ଥିବ। ବନବିଭାଗ ପାଖରେ ସବିଶେଷ ଆକାଉଣ୍ଟ ସିଷ୍ଟମ ରହିଛ। ନିଶ୍ଚୟ ଜଣାପଡ଼ିବ।ଫରେଷ୍ଟରଙ୍କ ଆତ୍ମହତ୍ୟା ପଛରେ ଯିଏ ସମ୍ପୃକ୍ତ ଥିବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ […] The post ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ… appeared first on Dharitri Odia News.
ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି। ଯଦ କୌଣସି ଅଫିସରଙ୍କ ସମ୍ପୃକ୍ତ ଥିବା ପ୍ରମାଣ ମିଳେ, ଆମେ ନିଶ୍ଚିତ ତଦନ୍ତ କରିବୁ। ଯଦି ଚାରା ଦୁର୍ନୀତି ହୋଇଥିବ, ଆମ ପାଖରେ ଡକ୍ୟୁମେଣ୍ଟ ପ୍ରମାଣ ଥିବ। ବନବିଭାଗ ପାଖରେ ସବିଶେଷ ଆକାଉଣ୍ଟ ସିଷ୍ଟମ ରହିଛ। ନିଶ୍ଚୟ ଜଣାପଡ଼ିବ।ଫରେଷ୍ଟରଙ୍କ ଆତ୍ମହତ୍ୟା ପଛରେ ଯିଏ ସମ୍ପୃକ୍ତ ଥିବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପିସିସିଏଫ କହିଛନ୍ତି।
କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ସରକାରୀ କ୍ୱାର୍ଟର୍ସରୁ ବୁଧବାର ସକାଳରେ ଜଣେ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ମୃତ ଫରେଷ୍ଟରଙ୍କ ନାମ ସଞ୍ଜୟ ନାୟକ (୩୬)ହୋଇଥିବାବେଳେ ତାଙ୍କ ଘର ରାୟଗଡାରେ। ମୃତ ଫରେଷ୍ଟର ନାୟକ ଜୁନାଗଡ଼ ବ୍ଲକ ଜାରିଙ୍ଗସ୍ଥିତ ହାଇଟେକ ସିଲଭିକଲଚର ନର୍ସରୀରେ କାର୍ଯ୍ୟରତ ଥିଲେ। ଏହାସହ ଭବାନୀପାଟଣା ସିଲଭିକଲଚର ଅଫିସରେ ଭାରପ୍ରାପ୍ତ ରେଞ୍ଜ ଅଧିକାରୀ ଦାୟିତ୍ୱ ମଧ୍ୟ ତୁଲାଉଥିଲେ। ତେବେ ଏଇ କିଛି ଦିନ ତଳେ ତାଙ୍କର ବଦଳି ବଲାଙ୍ଗୀର ଜିଲାକୁ ହୋଇଥିଲା। ଖବର ପାଇ ଘଟଣାସ୍ଥଳକୁ ଭବାନୀପାଟଣା ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଛି।
The post ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ… appeared first on Dharitri Odia News.