ଫାଇଟର ପରେ ଆର୍ଟିକଲ ୩୭୦
ଫେବୃଆରୀ ୨୩ରେ ଆଦିତ୍ୟ ସୁହାସ ଜମ୍ଭାଲେଙ୍କ ନିର୍ଦ୍ଦେଶିତ ତଥା ୟାମୀ ଗୌତମଙ୍କ ଅଭିନୀତ ଆର୍ଟିକଲ ୩୭୦ ସିନେମା ରିଲିଜ ହୋଇଯାଇଛି। ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ସିନେମାରେ ରାଜନୈତିକ ଉଦ୍ଦେଶ୍ୟ ଥିବା କୁହାଯାଉଛି। ଏହି ଚଳଚ୍ଚିତ୍ର ଭାରତରେ ଭଲ ବ୍ୟବସାୟ କରୁଥିବାବେଳେ କେତେକ ମଧ୍ୟପ୍ରାଚ୍ୟ ଦେଶ ଏହାକୁ ରିଲିଜ କରିବାକୁ ନ ଦେଇ ସାର୍ଟିଫିକେଶନ ଅପେକ୍ଷାରେ ରହିଛନ୍ତି। ଆଶ୍ଚର୍ଯ୍ୟକର ବିଷୟ ହେଉଛି, ଗତ ସପ୍ତାହରେ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫାଇଟର ସିନେମାକୁ […] The post ଫାଇଟର ପରେ ଆର୍ଟିକଲ ୩୭୦ appeared first on Dharitri Odia News.
ଫେବୃଆରୀ ୨୩ରେ ଆଦିତ୍ୟ ସୁହାସ ଜମ୍ଭାଲେଙ୍କ ନିର୍ଦ୍ଦେଶିତ ତଥା ୟାମୀ ଗୌତମଙ୍କ ଅଭିନୀତ ଆର୍ଟିକଲ ୩୭୦ ସିନେମା ରିଲିଜ ହୋଇଯାଇଛି। ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ସିନେମାରେ ରାଜନୈତିକ ଉଦ୍ଦେଶ୍ୟ ଥିବା କୁହାଯାଉଛି। ଏହି ଚଳଚ୍ଚିତ୍ର ଭାରତରେ ଭଲ ବ୍ୟବସାୟ କରୁଥିବାବେଳେ କେତେକ ମଧ୍ୟପ୍ରାଚ୍ୟ ଦେଶ ଏହାକୁ ରିଲିଜ କରିବାକୁ ନ ଦେଇ ସାର୍ଟିଫିକେଶନ ଅପେକ୍ଷାରେ ରହିଛନ୍ତି। ଆଶ୍ଚର୍ଯ୍ୟକର ବିଷୟ ହେଉଛି, ଗତ ସପ୍ତାହରେ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫାଇଟର ସିନେମାକୁ ୟୁଏଇକୁ ଛାଡ଼ି ଅନ୍ୟ ସବୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ନିଷେଧ କରାଯିବା ପରେ ଏବେ ଆର୍ଟିକଲ ୩୭୦ ଉପରେ ପ୍ରଶ୍ନ ଉଠିଛି। ଭାରତ-ପାକିସ୍ତାନ ସୀମା ସଂଘର୍ଷ, ବିଶେଷକରି ୨୦୧୯ର ପୁଲଓ୍ବାମା ଉଗ୍ରବାଦୀ ଆକ୍ରମଣ ଓ ବାଲାକୋଟ ଏୟାର୍ଷ୍ଟାଇକ ଫାଇଟର ସିନେମାର ମୂଳ କାହାଣୀ। ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୨୯ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ସେହି ରାଜ୍ୟକୁ ବିଭାଜନ କରି ଜମ୍ମୁକଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିଥିଲେ। ତେବେ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିଶନଗୁଡ଼ିକର ଶୁଣାଣି କରି ଗତବର୍ଷ କୋର୍ଟ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବୈଧ ଘୋଷଣା କରିବା ସହ ଜମ୍ମୁକଶ୍ମୀର ରାଜ୍ୟ ମାନ୍ୟତା ପୁନଃ ସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆର୍ଟିକଲ ୩୭୦ ଚଳଚ୍ଚିତ୍ରର କାହାଣୀ ସପକ୍ଷରେ ଶାସକ ନେତାମାନେ ଯୁକ୍ତି କରୁଥିବାବେଳେ ଆଉ ଏକ ଗୋଷ୍ଠୀ ଏହାକୁ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଦେଖିବାକୁ ଗଲେ ବିଦେଶରେ ଏଭଳି ଭାରତୀୟ ସିନେମାକୁ ବିରୋଧ କରାଯିବା ଘଟଣା ନୂଆ ନୁହେଁ। ନବେ ଦଶକର କଶ୍ମୀର ପଣ୍ଡିତଙ୍କ ନିର୍ଯାତନା ଓ ସେମାନଙ୍କ ସଂଘର୍ଷକୁ ନେଇ ୩ ଦଶନ୍ଧି ପରେ ଏହା ଉପରେ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଦି କଶ୍ମୀର ଫାଇଲ୍ସ ଚଳଚ୍ଚିତ୍ରକୁ ବିରୋଧ କରାଯାଇଥିଲା ଓ ସଂଖ୍ୟାଲଘୁଙ୍କ ପ୍ରତି ବିଦ୍ୱେଷ ଭାବ ସୃଷ୍ଟି କରାଯାଇଛି ବୋଲି ଅଭିଯୋଗ ଉଠିଥିଲା। ସିଙ୍ଗାପୁରରେ ଏହାକୁ ନିଷେଧ କରାଯାଇଥିଲା । ଏପରି କି ୨୦୨୨ରେ ଆୟୋଜିତ ଗୋଆ ଅନ୍ତଃରାଷ୍ଟ୍ରୀୟ ଚଳଚ୍ଚିତ୍ର ମହୋତ୍ସବର ଜୁରି ଚେୟାରମ୍ୟାନ ତଥା ଇସ୍ରାଏଲୀ ଚଳଚ୍ଚିତ୍ର ନିର୍ମାତା ନାଦାଭ ଲାପିଡ ଏହାକୁ ଅଶ୍ଳୀଳ ଓ ପ୍ରଚାରଧର୍ମୀ ଚଳଚ୍ଚିତ୍ର ବୋଲି କହିଥିଲେ। ଏଥିରେ ଅନ୍ୟ ଜୁରି ସଦସ୍ୟମାନେ ଏକମତ ହୋଇଥିବାବେଳେ କେବଳ ଜୁରିରେ ଏକ ମାତ୍ର ଭାରତୀୟ ସଦସ୍ୟ ଚଳଚ୍ଚିତ୍ର ନିର୍ମାତା ସୁଦୀପ୍ତୋ ସେନ ତାହା ନାଭାଦଙ୍କ ବ୍ୟକ୍ତିଗତ ମତ ବୋଲି ପ୍ରକାଶ କରିିଥିଲେ। ଉଲ୍ଲେଖଯୋଗ୍ୟ ଯେ ପରବର୍ତ୍ତୀ ସମୟରେ ସୁଦୀପ୍ତୋ ସେନ୍ଙ୍କ ନିର୍ଦ୍ଦେଶନାରେ ଓ ବିପୁଲ ଅମୃତଲାଲ ଶାହାଙ୍କ ଦ୍ୱାରା ଦି କେରଲା ଷ୍ଟୋରି ସିନେମା ନିର୍ମାଣ କରାଯାଇଥିଲା। କିନ୍ତୁ ଏହାର ଟ୍ରେଲର ରିଲିଜ ପୂର୍ବରୁ ଦେଶରେ ଝଡ଼ ଉଠିଥିଲା। କଂଗ୍ରେସ, ସିପିଏମ୍ ଓ ଅନ୍ୟ କେତେକ ଆଞ୍ଚଳିକ ଦଳ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଏହା ଉପରେ ନିଷେଧାଦେଶ ଜାରି କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନଗୁଡ଼ିକ ଦାଖଲ ହୋଇଥିଲା ଏବଂ କୋର୍ଟ ଏହାର ବିଚାର କରି ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଥିଲେ। ଏହି ସିନେମାରେ କେରଳରୁ ୩୨,୦୦୦ ଝିଅ ନିଖୋଜ ହୋଇଯିବା ଏବଂ ସେମାନେ ପରେ ଆଇଏସ୍ଆଇଏସ୍ରେ ଯୋଗଦେବା ବିଷୟ ଦର୍ଶାଯାଇଥିଲା। କିନ୍ତୁ ସେହି ତଥ୍ୟ ପରବର୍ତ୍ତୀ ସମୟରେ ଅସତ୍ୟ ବୋଲି ପ୍ରମାଣିତ ହୋଇଥିଲା।
ଦି କଶ୍ମୀର ଫାଇଲ୍ସ, ଦି କେରଲା ଷ୍ଟୋରି ସିନେମାଗୁଡ଼ିକରେ ସଂଖ୍ୟାଲଘୁଙ୍କ ପ୍ରତି କିଛି ବିରୋଧାମତ୍କ ବିଷୟ ରହିଥିବାର ଅଭିଯୋଗ ଉଠିଥିଲା। ଏବେ ଫାଇଟର ଓ ଆର୍ଟିକଲ ୩୭୦ ସିନେମାରେ ସମାନ ପ୍ରକାର ଅଭିଯୋଗ କରାଯାଇଛି। ବିଗତ ବର୍ଷଗୁଡ଼ିକରେ ରିଲିଜ ହୋଇଥିବା ଏହିସବୁ ଚଳଚ୍ଚିତ୍ର ପ୍ରଚାରଧର୍ମୀ ବୋଲି ଅଭିଯୋଗ ହୋଇ ଆସିଛି। ହିନ୍ଦୀ ସିନେମା କେବଳ ମଧ୍ୟପ୍ରାଚ୍ୟ ନୁହେଁ ଉତ୍ତର ଆଫ୍ରିକା, ଇଣ୍ଡୋନେସିଆ, ମାଲେସିଆ ଏବଂ କେନ୍ଦ୍ରୀୟ ଏସିଆରେ ବହୁଳ ଭାବେ ଲୋକପ୍ରିୟତା ହାସଲ କରିପାରିଛି। ଦେଖିବାକୁ ଗଲେ ହିନ୍ଦୀ ସିନେମା ହେଉଛି ଭାରତୀୟ କାଳ୍ପନିକ ସମାଜର ବାର୍ତ୍ତାବାହକ ବା ଦୂତ ବା ଆମ୍ବାସାଡର। ସେଭଳି ଏକ ଉଚ୍ଚସ୍ଥାନରୁ ବମ୍ବେ ସିନେମାକୁ ଦେଶ ଭିତରେ ନୂ୍ୟନ କରି ଦେଖାଇଲେ ତାହା ଏହି ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଅଙ୍ଗକୁ କ୍ଷତି ପହଞ୍ଚାଉଛି।
ଦେଖିବାକୁ ଗଲେ ହିନ୍ଦୀ ସିନେମା ହେଉଛି ଭାରତୀୟ କାଳ୍ପନିକ ସମାଜର ବାର୍ତ୍ତାବାହକ ବା ଦୂତ ବା ଆମ୍ବାସାଡର। ସେଭଳି ଏକ ଉଚ୍ଚସ୍ଥାନରୁ ବମ୍ବେ ସିନେମାକୁ ଦେଶ ଭିତରେ ନୂ୍ୟନ କରି ଦେଖାଇଲେ ତାହା ଏହି ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଅଙ୍ଗକୁ କ୍ଷତି ପହଞ୍ଚାଉଛି।
The post ଫାଇଟର ପରେ ଆର୍ଟିକଲ ୩୭୦ appeared first on Dharitri Odia News.