ଫିଲ୍ମ ଇଣ୍ଡଷ୍ଟ୍ରିକୁ ପୁଣି ଝଟକା, ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ମୋହନ ଭାକ୍ରିଙ୍କ ଦେହାନ୍ତ

ମୁମ୍ଵାଇ ୧୯।୦୪: ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି । ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ମୋହନ ଭାକ୍ରିଙ୍କ ଦେହାନ୍ତ । ଗୁରୁବାର, ୧୮ ଏପ୍ରିଲ, ମୋହନ ଦୁନିଆକୁ ଅଲବିଦା କହିଛନ୍ତି। ଭାକ୍ରିଙ୍କ ଦେହାନ୍ତ ଯୋଗୁଁ ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ସମସ୍ତେ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।ମୋହନ ଭାକ୍ରି ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ ଥିଲେ । ସେ ଅନେକ ଦମ୍‌ଦାର ଚଳଚ୍ଚିତ୍ର ଦେଇଛନ୍ତି ଏବଂ ବିଶେଷ ଭାବରେ ହରର ଚଳଚ୍ଚିତ୍ର ପାଇଁ ଖୁବ୍‌ ଲୋକପ୍ରିୟ। ହରର ସହିତ ମୋହନ ମଧ୍ୟ କିଛି ପଞ୍ଜାବୀ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। କିନ୍ତୁ ତାଙ୍କ ନାମ ହରର ଫିଲ୍ମ ପାଇଁ ପ୍ରସିଦ୍ଧ । କିନ୍ତୁ ସେ ଆଜି ଆମ ମଧ୍ୟରେ ନାହାଁନ୍ତି, ତାଙ୍କର ସ୍ମୃତି ସବୁବେଳେ ଲୋକଙ୍କ ହୃଦୟରେ ଜୀବନ୍ତ ରହିବ ।ତେବେ କୁହାଯାଉଛି ଯେ ପୁଣେରେ ମୋହନ ଭାକ୍ରି ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ହେଲେ ତାଙ୍କ ଦେହାନ୍ତ ସହ ଜଡିତ ଅନେକ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ତଥାପି ତାଙ୍କ ଦେହାନ୍ତ ହେତୁ ତାଙ୍କ ପ୍ରଶଂସକ ଏବଂ ଇଣ୍ଡଷ୍ଟ୍ରି ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। କହିବାକୁ ଗଲେ ସେ ସଲମା ଆଗା, ରାଜ ବବର, କିରଣ କୁମାର, ସୁନୀଲ ଧାୱନଙ୍କ ପରି ଅନେକ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି।  ବର୍ତ୍ତମାନ ଆଜି ତାଙ୍କର ଦେହାନ୍ତ ସମଗ୍ର ଇଣ୍ଡଷ୍ଟ୍ର

ଫିଲ୍ମ ଇଣ୍ଡଷ୍ଟ୍ରିକୁ ପୁଣି ଝଟକା, ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ମୋହନ ଭାକ୍ରିଙ୍କ ଦେହାନ୍ତ

ମୁମ୍ଵାଇ ୧୯।୦୪: ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି । ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ମୋହନ ଭାକ୍ରିଙ୍କ ଦେହାନ୍ତ । ଗୁରୁବାର, ୧୮ ଏପ୍ରିଲ, ମୋହନ ଦୁନିଆକୁ ଅଲବିଦା କହିଛନ୍ତି। ଭାକ୍ରିଙ୍କ ଦେହାନ୍ତ ଯୋଗୁଁ ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ସମସ୍ତେ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ମୋହନ ଭାକ୍ରି ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ ଥିଲେ । ସେ ଅନେକ ଦମ୍‌ଦାର ଚଳଚ୍ଚିତ୍ର ଦେଇଛନ୍ତି ଏବଂ ବିଶେଷ ଭାବରେ ହରର ଚଳଚ୍ଚିତ୍ର ପାଇଁ ଖୁବ୍‌ ଲୋକପ୍ରିୟ। ହରର ସହିତ ମୋହନ ମଧ୍ୟ କିଛି ପଞ୍ଜାବୀ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। କିନ୍ତୁ ତାଙ୍କ ନାମ ହରର ଫିଲ୍ମ ପାଇଁ ପ୍ରସିଦ୍ଧ । କିନ୍ତୁ ସେ ଆଜି ଆମ ମଧ୍ୟରେ ନାହାଁନ୍ତି, ତାଙ୍କର ସ୍ମୃତି ସବୁବେଳେ ଲୋକଙ୍କ ହୃଦୟରେ ଜୀବନ୍ତ ରହିବ ।

ତେବେ କୁହାଯାଉଛି ଯେ ପୁଣେରେ ମୋହନ ଭାକ୍ରି ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ହେଲେ ତାଙ୍କ ଦେହାନ୍ତ ସହ ଜଡିତ ଅନେକ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ତଥାପି ତାଙ୍କ ଦେହାନ୍ତ ହେତୁ ତାଙ୍କ ପ୍ରଶଂସକ ଏବଂ ଇଣ୍ଡଷ୍ଟ୍ରି ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। କହିବାକୁ ଗଲେ ସେ ସଲମା ଆଗା, ରାଜ ବବର, କିରଣ କୁମାର, ସୁନୀଲ ଧାୱନଙ୍କ ପରି ଅନେକ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି।  ବର୍ତ୍ତମାନ ଆଜି ତାଙ୍କର ଦେହାନ୍ତ ସମଗ୍ର ଇଣ୍ଡଷ୍ଟ୍ରି ପାଇଁ ଏକ ବଡ ଝଟକା ।