ଫିଲ୍ମ ‘ ଧଡକନ୍’ର ‘ଦେବ୍’କୁ ଭିଲେନ୍ ଭାବନ୍ତି ନାହିଁ ସୁନିଲ୍ ସେଟ୍ଟୀ , କହିଲେ – ୯୦ ପ୍ରତିଶତ ଭାରତ ଏମିତି ହିଁ

ମୁମ୍ୱାଇ : ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀ ନିକଟରେ ଏକ ଇଣ୍ଟରଭ୍ୟୁରେ ନିଜର ପର୍ସନାଲ ଲାଇଫ୍‌ରୁ ନେଇ ପ୍ରଫେସନାଲ ଲାଇଫ୍‌ ଯାଏ ଅନେକ କଥା ବିଷୟରେ ବଖାଣିଛନ୍ତି। ଏହି ସମୟରେ ସେ କହିଛନ୍ତି , ତାଙ୍କୁ ନେଗେଟିଭ୍‌ ରୋଲ୍‌ ପସନ୍ଦ ନୁହେଁ। ହେଲେ ସେ 'ମୈ ହୁଁ ନା ' ଓ ' ଧଡକନ୍‌' ଭଳି ଫିଲ୍ମରେ ନେଗେଟିଭ୍‌ ଚରିତ୍ରରେ ଆସିଛନ୍ତି। ଏହି ଇଣ୍ଟରଭ୍ୟୁରେ ସୁନିଲ ସେଟ୍ଟୀ କହିଛନ୍ତି, ସେ ଭାବନ୍ତି ନାହିଁ ଯେ , ମୈ ହୁଁ ନାର ' ରାଘବନ'  ଓ 'ଧଡକନ୍‌'ର 'ଦେବ୍‌ ' ଭୁଲ୍‌ ଥିଲେ।୯୦ ପ୍ରତିଶତ ଭାରତ ଏମିତି ହିଁ  ସେ କହିଛନ୍ତି। ଦ ଲଲ୍ଲନଟପ୍‌କୁ ଦେଇଥିବା ଇଣ୍ଟରଭ୍ୟୁରେ ସୁନିଲ ସେଟ୍ଟୀ କହିଛନ୍ତି, ମୋ ନଜରରେ 'ଧଡକନ୍‌'ର ଦେବ୍‌ କେବେ ଭିନେଲ୍‌ ହିଁ ନଥିଲା। ସୁନିଲ ସେଟ୍ଟୀ କହିଛନ୍ତି , ଆୱାର୍ଡ ଦିଆଗଲା, କାରଣ ଆଉ କାହାକୁ ଆଡଜଷ୍ଟ କରିବାର ଥିଲା ତ, ମୋତେ ବେଷ୍ଟ ଭିଲେନର ପୁରସ୍କାର ଦିଆଗଲା, କିନ୍ତୁ ସେ କ୍ୟାଟେଗୋରୀରେ କିଛି ନା କିଛି ଛାଡ଼ିବାକୁ ଚାହୁଁ ନଥିଲେ।ଏହପରେ ଫିଲ୍ମ 'ଧଡକନ୍‌'ର ଦେବ୍‌ ବିଷୟରେ ସୁନିଲ ସେଟ୍ଟୀ କହିଛନ୍ତି, ମୁଁ ନେଗେଟିଭ୍‌ କେମିତି ଥିଲି ? ସେହି ଫିଲ୍ମରେ ମୋ (ଦେବ୍‌) ପାଖରେ ଟଙ୍କା ନଥିଲା , ମୁଁ କହିଥିଲି କି ଠିକ୍‌ ଅଛି, ଆପଣଙ୍କୁ ଯଦି ଅସୁବିଧା ହେଉଛି ତ, ମୁଁ ଟଙ୍କା କମାଇ ଆସିବି ,କିନ୍ତୁ ଅଞ୍ଜଳୀ ଆଉ କୁଆଡେ ଚାଲି ଯାଏ। ପ୍ରତି ମାଆର କହିବା ହେଲା କି , ପୁଅ ଏମିତି ଝିଅକୁ ବିବାହ କର , ଯିଏ ତୋତ

ଫିଲ୍ମ ‘ ଧଡକନ୍’ର ‘ଦେବ୍’କୁ ଭିଲେନ୍ ଭାବନ୍ତି ନାହିଁ ସୁନିଲ୍ ସେଟ୍ଟୀ , କହିଲେ – ୯୦ ପ୍ରତିଶତ ଭାରତ ଏମିତି ହିଁ

ମୁମ୍ୱାଇ : ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀ ନିକଟରେ ଏକ ଇଣ୍ଟରଭ୍ୟୁରେ ନିଜର ପର୍ସନାଲ ଲାଇଫ୍‌ରୁ ନେଇ ପ୍ରଫେସନାଲ ଲାଇଫ୍‌ ଯାଏ ଅନେକ କଥା ବିଷୟରେ ବଖାଣିଛନ୍ତି। ଏହି ସମୟରେ ସେ କହିଛନ୍ତି , ତାଙ୍କୁ ନେଗେଟିଭ୍‌ ରୋଲ୍‌ ପସନ୍ଦ ନୁହେଁ। ହେଲେ ସେ 'ମୈ ହୁଁ ନା ' ଓ ' ଧଡକନ୍‌' ଭଳି ଫିଲ୍ମରେ ନେଗେଟିଭ୍‌ ଚରିତ୍ରରେ ଆସିଛନ୍ତି। ଏହି ଇଣ୍ଟରଭ୍ୟୁରେ ସୁନିଲ ସେଟ୍ଟୀ କହିଛନ୍ତି, ସେ ଭାବନ୍ତି ନାହିଁ ଯେ , ମୈ ହୁଁ ନାର ' ରାଘବନ'  ଓ 'ଧଡକନ୍‌'ର 'ଦେବ୍‌ ' ଭୁଲ୍‌ ଥିଲେ।୯୦ ପ୍ରତିଶତ ଭାରତ ଏମିତି ହିଁ  ସେ କହିଛନ୍ତି। 

ଦ ଲଲ୍ଲନଟପ୍‌କୁ ଦେଇଥିବା ଇଣ୍ଟରଭ୍ୟୁରେ ସୁନିଲ ସେଟ୍ଟୀ କହିଛନ୍ତି, ମୋ ନଜରରେ 'ଧଡକନ୍‌'ର ଦେବ୍‌ କେବେ ଭିନେଲ୍‌ ହିଁ ନଥିଲା। ସୁନିଲ ସେଟ୍ଟୀ କହିଛନ୍ତି , ଆୱାର୍ଡ ଦିଆଗଲା, କାରଣ ଆଉ କାହାକୁ ଆଡଜଷ୍ଟ କରିବାର ଥିଲା ତ, ମୋତେ ବେଷ୍ଟ ଭିଲେନର ପୁରସ୍କାର ଦିଆଗଲା, କିନ୍ତୁ ସେ କ୍ୟାଟେଗୋରୀରେ କିଛି ନା କିଛି ଛାଡ଼ିବାକୁ ଚାହୁଁ ନଥିଲେ।

ଏହପରେ ଫିଲ୍ମ 'ଧଡକନ୍‌'ର ଦେବ୍‌ ବିଷୟରେ ସୁନିଲ ସେଟ୍ଟୀ କହିଛନ୍ତି, ମୁଁ ନେଗେଟିଭ୍‌ କେମିତି ଥିଲି ? ସେହି ଫିଲ୍ମରେ ମୋ (ଦେବ୍‌) ପାଖରେ ଟଙ୍କା ନଥିଲା , ମୁଁ କହିଥିଲି କି ଠିକ୍‌ ଅଛି, ଆପଣଙ୍କୁ ଯଦି ଅସୁବିଧା ହେଉଛି ତ, ମୁଁ ଟଙ୍କା କମାଇ ଆସିବି ,କିନ୍ତୁ ଅଞ୍ଜଳୀ ଆଉ କୁଆଡେ ଚାଲି ଯାଏ। ପ୍ରତି ମାଆର କହିବା ହେଲା କି , ପୁଅ ଏମିତି ଝିଅକୁ ବିବାହ କର , ଯିଏ ତୋତେ ବହୁତ ଭଲ ପାଉ ଥିବ , ଖୁବ୍‌ ଅଧିକ , ତୁ ତାକୁ ଯେତେ ଭଲ ପାଉଥିବୁ।  ଜଣେ ଆଇଡିଆଲ ପାର୍ଟନର ସେହି ହୋଇଥାଏ , ମୁଁ ତ ତାହା ହିଁ ଥିଲି , ତ ମୁଁ ନେଗେଟିଭ୍‌ କେମିତି ହେଲି ?

ସୁନିଲ ସେଟ୍ଟୀ ଆହୁରି କହିଛନ୍ତି , ସେ ଶେଷରେ ଏକ ପାଗଳ ହୋଇଯାଏ, କିନ୍ତୁ ଯେବେ ସେ (ଅଞ୍ଜଳୀ) କୁହେ ଯେ, ମୁଁ କାହା ପିଲାର ମାଆ ହେବାକୁ ଯାଉଛି , ତ ସେ ତାକୁ ଛାଡ଼ି ଦିଏ, ତାର ପାଗଳାମୀ ସେ ଛାଡ଼ି ଦିଏ। ତା ତ ଭୁଲ୍‌ ହୋଇ ପାରିବ ନାହିଁ । ୯୦ ପ୍ରତିଶତ ଭାରତ ଏମିତି ହିଁ , ତ ମୋ ମତରେ ମୁଁ ନେଗେଟିଭ୍‌ ଚରିତ୍ରରେ ନଥିଲି।

 କହି ରଖୁଛୁ କି , ଧଡ଼କନ୍‌ ୨୦୦୦ ମସିହାରେ ରିଲିଜ୍‌ ହୋଇଥିବା ଏକ ରୋମାଣ୍ଟିକ୍‌ ଡ୍ରାମା ଫିଲ୍ମ ଥିଲା। ଏହି ଫିଲ୍ମରେ ସୁନିଲ ସେଟ୍ଟୀ ଅକ୍ଷୟ କୁମାର ଓ ଶିଳ୍ପା ସେଟ୍ଟୀ ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ସୁନିଲ ସେଟ୍ଟିଙ୍କୁ ୨୦୦୧ ମସିହାରେ ନେଗେଟିଭ୍‌ ରୋଲ୍‌ ପାଇଁ ବେଷ୍ଟ ଅଭିନେତା ପୁରସ୍କାର ମିଳି ଥିଲା ।