ଫିଲ୍ମ ଫେୟାର ୨୦୨୪: ବାଜି ମାରିଲା ସାମ ବାହାଦୂର

ମୁମ୍ବାଇ: ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ ପୁରସ୍କାର ଶୋ ‘ଫିଲ୍ମଫେୟାର ପୁରସ୍କାରର ଅପେକ୍ଷା ଶେଷ ହୋଇଛି। ଏଥର ଏହା ହେଉଛି ୬୯ ତମ ଫିଲ୍ମଫେୟାର ପୁରସ୍କାର ଯାହା ୨୭ ଜାନୁଆରୀରୁ ଆରମ୍ଭ ହୋଇଛି। ଏଥର ଆଓ୍ବାର୍ଡ ଶୋ’ରେ ବଛାବଛା ହିନ୍ଦୀ ଚଳଚ୍ଚିତ୍ର ପ୍ରାଧାନ୍ୟ ବିସ୍ତାର କରିବାକୁ ଯାଉଛି। ଏଥର ପୁରସ୍କାର ଶୋ’କୁ ବଲିଉଡ ଅଭିନେତା ଅପାରଶକ୍ତି ଖୁରାନା ଏବଂ ଦଭା କରିସ୍ମା ତନ୍ନା ହୋଷ୍ଟ କରୁଛନ୍ତି। ସୂଚନାଯୋଗ୍ୟ, ଶନିବାର ଫିଲ୍ମଫେୟାର ପୁରସ୍କାରରେ ସିନେମାଟୋଗ୍ରାଫି, କାହାଣୀ, କଷ୍ଟ୍ୟୁମ ଏବଂ […] The post ଫିଲ୍ମ ଫେୟାର ୨୦୨୪: ବାଜି ମାରିଲା ସାମ ବାହାଦୂର appeared first on Dharitri Odia News.

ଫିଲ୍ମ ଫେୟାର ୨୦୨୪: ବାଜି ମାରିଲା ସାମ ବାହାଦୂର

ମୁମ୍ବାଇ: ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ ପୁରସ୍କାର ଶୋ ‘ଫିଲ୍ମଫେୟାର ପୁରସ୍କାରର ଅପେକ୍ଷା ଶେଷ ହୋଇଛି। ଏଥର ଏହା ହେଉଛି ୬୯ ତମ ଫିଲ୍ମଫେୟାର ପୁରସ୍କାର ଯାହା ୨୭ ଜାନୁଆରୀରୁ ଆରମ୍ଭ ହୋଇଛି। ଏଥର ଆଓ୍ବାର୍ଡ ଶୋ’ରେ ବଛାବଛା ହିନ୍ଦୀ ଚଳଚ୍ଚିତ୍ର ପ୍ରାଧାନ୍ୟ ବିସ୍ତାର କରିବାକୁ ଯାଉଛି। ଏଥର ପୁରସ୍କାର ଶୋ’କୁ ବଲିଉଡ ଅଭିନେତା ଅପାରଶକ୍ତି ଖୁରାନା ଏବଂ ଦଭା କରିସ୍ମା ତନ୍ନା ହୋଷ୍ଟ କରୁଛନ୍ତି। ସୂଚନାଯୋଗ୍ୟ, ଶନିବାର ଫିଲ୍ମଫେୟାର ପୁରସ୍କାରରେ ସିନେମାଟୋଗ୍ରାଫି, କାହାଣୀ, କଷ୍ଟ୍ୟୁମ ଏବଂ ଏଡିଟିଂ ଠାରୁ ଆରମ୍ଭ କରି ବୈଷୟିକ ବର୍ଗରେ ଚଳଚ୍ଚିତ୍ରର ବିଜେତା ଘୋଷିତ ହୋଇଥିଲେ। ଅନେକ ହିନ୍ଦୀ ଚଳଚ୍ଚିତ୍ରର ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ।
ଭିକ୍କତ କୌଶଲଙ୍କ ନିକଟରେ ରିଲିଜ ହୋଇଥିବା ସାମ ବାହାଦୂର ମଧ୍ୟ ଫିଲ୍ମଫେୟାର ପୁରସ୍କାର ୨୦୨୪ ରେ ଆଗରେ ଅଛି। ଏହା ତିନୋଟି ପୁରସ୍କାର ଜିତିଛି । ଶାହାରୁଖ ଖାନଙ୍କ ଯବାନ ଏବଂ ରଣବୀର କପୁରଙ୍କ ଆନିମଲ ମଧ୍ୟ ସେମାନଙ୍କର ଯାଦୁର କମାଲ ଦେଖାଇଛନ୍ତି। ଦୁଇ ଦିନିଆ ପୁରସ୍କାର ଶୋ’ର ପ୍ରଥମ ଦିନରେ ସିନେମାଟୋଗ୍ରାଫି, କାହାଣୀ, ପୋଷାକ ଏବଂ ସମ୍ପାଦନା ସହିତ ବୈଷୟିକ ବର୍ଗର ବିଜେତା ଘୋଷିତ ହୋଇଥିଲା। ଟେକନିକାଲ ବର୍ଗରେ ଭିକ୍କି କୌଶଲଙ୍କ ସାମ ବାହାଦୂର ତିନୋଟି ପୁରସ୍କାର ଜିତିଥିଲେ। ଏଥିରେ ସର୍ବୋତ୍ତମ ସାଉଣ୍ଡ ଡିଜାଇନ, ସର୍ବୋତ୍ତମ ପୋଷାକ ଡିଜାଇନ ଏବଂ ସର୍ବୋତ୍ତମ ପ୍ରଡକଶନ ଡିଜାଇନ ଅନ୍ତର୍ଭୁକ୍ତ। ଶ୍ରେଷ୍ଠ ସ୍ପେଶାଲ ଇଫେକ୍ଟସ (ଭିଜୁଆଲ) ଏବଂ ବେଷ୍ଟ ଆକ୍ସନ ପାଇଁ ଶାହାରୁଖଙ୍କ ‘ଜବାନ’କୁ ପୁରସ୍କାର ପ୍ରଦାନ କରାଯାଇଛି।

The post ଫିଲ୍ମ ଫେୟାର ୨୦୨୪: ବାଜି ମାରିଲା ସାମ ବାହାଦୂର appeared first on Dharitri Odia News.